ଓଡିଶା

ସ୍ପର୍ଶକାତର ଗଂଜାମରେ ବର୍ଷ ଆରମ୍ଭରୁ ରକ୍ତର ଛିଟା: ୨୦୨୩ରେ ୧୨୩, ଏ ବର୍ଷ ୨ ମାସରେ ୧୧ ହତ୍ୟା – bajravana

[ad_1]

ବ୍ରହ୍ମପୁର: ବର୍ଷ ଆରମ୍ଭରୁ ଆଇନଶୃଂଖଳା ସ୍ଥିତି ବିଗିଡ଼ିଲାଣି। ସଂଗଠିତ ଅପରାଧ, ପ୍ରତିଶୋଧ ପାଇଁ ହତ୍ୟା, ମଦ ସାମ୍ରାଜ୍ୟ ଦଖଲ ପାଇଁ ମୁଣ୍ଡ ଗଡ଼ାଇବାକୁ ସୁପାରି କିଲିଂ, ଜେଲ୍‌ ଭିତରୁ ଗ୍ୟାଙ୍ଗ୍‌ ପରିଚାଳନା ଆଦି କାରଣରୁ ସବୁବେଳେ ସ୍ପର୍ଶକାତର ଗଞ୍ଜାମ ଜିଲ୍ଲାରେ କଥା କଥାକେ ଗୁଳି ଓ ଖଣ୍ଡା ବୁଲୁଛି। ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ହତ୍ୟା ଓ ହତ୍ୟା ଉଦ୍ୟମ ଧାରା ଜାରି ରହିଛି। ଉଦ୍‌ବେଗର କାରଣ ହେଲା, ଗତ ୨୦୨୩ରେ ଜିଲ୍ଲାରେ ରେକର୍ଡ଼ ୧୨୩ଟି ହତ୍ୟାକାଣ୍ଡ ଘଟିଥିଲା। ଚଳିତ ବର୍ଷ ଜାନୁଆରିରୁ ଫେବ୍ରୁଆରି ସୁଦ୍ଧା ୨ ମାସ ମଧ୍ୟରେ ୧୧ ଜଣଙ୍କ ମୁଣ୍ଡ ଗଡ଼ିଲାଣି। ଏହାଛଡ଼ା ଜଣେ ସମିତିସଭ୍ୟଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ହୋଇଛି। ଏହି ନିର୍ବାଚନ ବର୍ଷ ହୋଇଥିବାରୁ ଜିଲ୍ଲା ପୁଲିସ ଓ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି। ଅପରାଧୀ ଧରପଗଡ଼କୁ ଜୋର୍‌ଦାର କରାଯାଇଛି। ମୋଷ୍ଟ୍ ୱା‌ଣ୍ଟେଡ୍ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ତାଲିକା ପ୍ରସ୍ତୁତି ସହ ଜାତୀୟ ସୁରକ୍ଷା ଆଇନ ବଳରେ ତିନି ଜଣଙ୍କୁ ଗିରଫ କରାଯାଇଛି।

ଅଧିକାଂଶ ହତ୍ୟା ପଛରେ ପୂର୍ବ ଶତ୍ରୁତା, ପ୍ରତିଶୋଧ, ରାଜନୈତିକ ଛତ୍ରଛାୟା ତଳେ ପତିଆରା ଜାହିର୍‌ ଉଦ୍ୟମ, ବେଆଇନ ମଦ ସାମ୍ରାଜ୍ୟ କବ୍‌ଜା ସହ ଗୁଣିଗାରେଡ଼ି, ଜମି ଓ ଟଙ୍କା କାରବାରଜନିତ ବିବାଦ ମୂଳ କାରଣ। ସବୁଠୁ ଚିନ୍ତାର ବିଷୟ ହେଉଛି, ହତ୍ୟାକାଣ୍ଡରେ ସଂପର୍କୀୟ ସଂପୃକ୍ତି ସାମ୍ନାକୁ ଆସୁଛି। ସବୁଠୁ ସମ୍ବେଦନଶୀଳ ହେଉଛି, ଗୁଣିଗାରେଡ଼ି ସନ୍ଦେହକୁ ନେଇ ହିଂସା ବୃଦ୍ଧି। ଆମ ପୁଲିସ ପକ୍ଷରୁ ବାରମ୍ବାର ବିଭିନ୍ନ ସ୍ତରରେ ସଚେତନତା ସତ୍ତ୍ବେ କୌଣସି ସୁଫଳ ମିଳୁନି।

ଜାନୁଆରି ୧୦ ତାରିଖରେ ପୋଲସରା ଥାନା ଅଧୀନ ଗରେଇଝୁଳି ଗ୍ରାମରେ କେନ୍ଦୁବାଡ଼ିର ସମିତିସଭ୍ୟ ନରେନ୍ଦ୍ର ସ୍ବାଇଁଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ହୋଇଥିଲା। ଏଥିରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଗୁରୁମୂର୍ତ୍ତି ନାହାକକୁ ପୁଲସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ‌ଗୁରୁମୂର୍ତ୍ତି ତା’ର ସହଯୋଗୀଙ୍କ ସହ ଗାଁ ଭିତରେ ଦ୍ରୁତ ଗତିରେ ଗାଡ଼ି ଚଳାଇବାକୁ ନେଇ ଶ୍ରୀ ସ୍ବାଇଁ ତାଗିଦ୍ କରିବାରୁ ଦେଶୀ ବନ୍ଧୁକରୁ ତାଙ୍କୁ ଗୁଳି କରାଯାଇଥିଲା। କିନ୍ତୁ ସୌଭାଗ୍ୟବଶତଃ ସେ ବର୍ତ୍ତିଯାଇଥିଲେ।

ଏହାପରେ ୧୩ ତାରିଖରେ ହିଞ୍ଜିଳିକାଟୁ ଥାନା ଗଣ୍ଡଳା ଗ୍ରାମରେ ଟଙ୍କା ଚୋରି କରିଥିବା ସନ୍ଦେହରେ ବିଜୟ ପାଣିଗ୍ରାହୀ (୩୩)ଙ୍କୁ ତାଙ୍କ ସାଙ୍ଗ ତଥା ସେହି ଗ୍ରାମର ରାମକୃଷ୍ଣ ସାହୁ (୪୬) ଏକ ହାତକୋଡ଼ି ବେଣ୍ଟରେ ପିଟି ହତ୍ୟା କରିଥିଲା। ରାମକୃଷ୍ଣର ଘରୁ ୬୦୦୦ ଟଙ୍କା ଚୋରି ହୋଇଯାଇଥିଲା। ସେ ସାଙ୍ଗ ବିଜୟଙ୍କ ଉପରେ ସନ୍ଦେହ କରି ଏଭଳି ଏକ ଚରମ ପଦକ୍ଷେପ ନେଇଥିଲା। ୧୯ ତାରିଖରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାକିରି ଗ୍ରାମ‌ରେ ଡାକ୍ତର ଡାକୁଆ ନାମକ ଜଣେ ଯୁବକ ତା’ର ଦାଦା ଶିବ ଡାକୁଆ (୬୦) ଓ ଭାଉଜ ଜୟନ୍ତୀ ଡାକୁଆ (୪୦) ଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ଖଣ୍ଡାରେ ହାଣି ହତ୍ୟା କରିଥିଲା। କାଜୁ ତୋଟାକୁ ନେଇ ବିଭିନ୍ନ ସମୟରେ ଶିବଙ୍କ ସହ ବିବାଦରୁ ଏହି ହତ୍ୟାକାଣ୍ଡର ସୂତ୍ରପାତ ହୋଇଥିଲା। ୩୦ ତାରିଖରେ ଖଲ୍ଲିକୋଟ ଥାନା ଇଲାକାରେ ଜଣେ ନାବାଳକଙ୍କୁ (୧୭) ଆଉ ଜଣେ ନାବାଳକ (୧୭) ଛୁରୀରେ ଭୁସି ହତ୍ୟା ଘଟଣା ସାମ୍ନାକୁ ଆସିଥିଲା। ପୂର୍ବ ଗଣ୍ଡଗୋଳର ପ୍ରତିଶୋଧ ନେବାକୁ ଯାଇ ସଂପୃକ୍ତ ନାବାଳକ ଏଭଳି ଏକ ପଦକ୍ଷେପ ନେଇଥିଲା।

ଅନ୍ୟପକ୍ଷରେ ଗତ ଫେବ୍ରୁଆରି ୪ ତାରିଖରେ ଗୋଳନ୍ଥରା ଥାନା କଇଠା ଗ୍ରାମ ଓଡିଆରପି କଲୋନିରେ କିଆଫୁଲ ଚାଷଜମି ବିବାଦକୁ ନେଇ ଭୀମ ବେହେରା(୫୫)ଙ୍କୁ ତାଙ୍କ ବଡ଼ଭାଇ ସୁରେନ୍ଦ୍ର ବେହେରା ଓ ପୁତୁରା ମୋହନ ବେହେରା ଟାଙ୍ଗିଆ ଏବଂ କାତିରେ ହାଣି ହତ୍ୟା ଗିରଫ ହୋଇଥିଲେ। ୧୧ ତାରିଖରେ ପାତ୍ରପୁର ବ୍ଲକ୍ ଓ ଜରଡ଼ା ଥାନା ଆଙ୍କୁଲି ପଞ୍ଜାୟତ ଆଦିବାସୀଅଧ୍ୟୁଷିତ ହଳଦୀବାଡ଼ ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଗୁରୁବାରିଆ ଡାକୁଆ (୪୫)ଙ୍କୁ ହତ୍ୟା ପରେ ଶବକୁ ପୋଡ଼ି ଦିଆଯାଇଥିବା ଭଳି ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଏଥିରେ ସଂପୃକ୍ତ ୧୧ ଜଣ ଗିରଫ ହୋଇଥିଲେ।

ତେବେ ୧୯ ତାରିଖରେ ଜରଡ଼ା ଥାନା ଚୁଡ଼ିଆଲାଞ୍ଜି ଗ୍ରାମରେ ଗତ ୧୯ ତାରିଖରେ ଶୋଇଥିବା ଅବସ୍ଥାରେ ଡାଲି ନିଲାବେଣୀ (୩୦) ଓ ତାଙ୍କ ପୁଅ ରୁଷି (୭)ଙ୍କୁ ହତ୍ୟା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମାଇଁ ଓ ଭଣଜାଙ୍କ ପରକୀୟା ପ୍ରେମ ଧରିବା ଯୋଗୁଁ ହିଁ ଉଭୟେ ମିଶି ମାଆପୁଅକୁ ହତ୍ୟା କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିଲା। ୨୬ ତାରିଖରେ ଡି.ଦେବେନ୍ଦ୍ର ରେଡ୍ଡୀ (୨୫) ଓ ତାଙ୍କ ମାଇଁ ଡି. ଗୁନାମ୍ମାଙ୍କୁ ଗିରଫ କରାଯାଇଥିଲା।

୨୫ ତାରିଖରେ ପୋଲସରାରେ ସୁରତ ବ୍ୟବସାୟୀ ଗୋହିଲ ହେମନ୍ତ ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳ‌େ ଏହା ପଛରେ ବେଆଇନ ମଦ କାରବାର ମୁଖ୍ୟ କାରଣ ବୋଲି ଜଣାପଡ଼ିଥିଲା। ୨ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ୨୯ ତାରିଖ‌ ରାତିରେ ଧାର ଟଙ୍କାକୁ କେନ୍ଦ୍ର କରି କବିସୂର୍ଯ୍ୟନଗର ଥାନା ବଡ଼ଆଗୁଳ ଗାଁ ତଳସାହିରେ ତ୍ରିଲୋଚନ ପ୍ରଧାନଙ୍କୁ ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଅଭିଯୁକ୍ତ କୈଳାସ ସ୍ବାଇଁ ଗିରଫ ହୋଇଥିଲା। ୨୭ ତାରିଖରେ କବିସୂର୍ଯ୍ୟନଗର ଥାନା ଦେଓଗାଁ ନିକଟ ବିଲରୁ ରମାକାନ୍ତ ପ୍ରଧାନ (୬୦)ଙ୍କ ଶବ ମିଳିଥିବା ବେଳେ ତାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button