ଯିଏ ଥକି ନ ପଡ଼ି ଆଗକୁ ଚାଲିବାର ସାହସ ରଖିଛି, ସେ ସଫଳ – bajravana
[ad_1]
ଆଲ୍ବମ୍ରୁ କ୍ୟାରିୟର୍ ଆରମ୍ଭ କରି ଦର୍ଶକଙ୍କୁ ଭର୍ପୂର ମନୋରଞ୍ଜନ ଯୋଗାଇବା ପରେ ‘ଆଇ ଲଭ୍ ମାଇଁ ଇଣ୍ଡିଆ’ ଚଳଚ୍ଚିତ୍ର ଜରିଆରେ ଓଲିଉଡ୍ରେ ପାଦ ଥାପିଥିଲେ ଦେବଯାନୀ। ତେବେ ପପୁ ପମ୍ପମ୍ଙ୍କ ‘ରଙ୍ଗିଲା ଟୋକା’ରେ ତାଙ୍କ ଅଭିନୟ ଦର୍ଶକୀୟ ଶ୍ରଦ୍ଧା ହାସଲ କରିଥିଲା। ‘ଇନ୍ଦ୍ରଜାଲ୍’ ଓ ‘ଅଜାତ ଶତ୍ରୁ’ରେ ନିଜ ଅଭିନୟ ଦକ୍ଷତା ପ୍ରମାଣିତ କରିଥିବା ଦେବଯାନୀଙ୍କ ଅଭିନୀତ ‘ଭଗିଆ ଭାରିଯା’ ଓ ‘ ଉଦଣ୍ଡୀ ସୀତା’ ରିଲିଜ୍ ଅପେକ୍ଷାରେ ରହିଛି। ଜଣାଶୁଣା ଓଲିଉଡ୍ ନାୟିକା ଦେବଯାନୀଙ୍କ ସହ ଅଳ୍ପଆଳାପ।
Sambad is now on WhatsApp
Join and get latest news updates delivered to you via WhatsApp
ବନ୍ଦନା ମିଶ୍ର୍ର
ଆଗକୁ ଆସୁଛି ଆପଣଙ୍କ ଫିଲ୍ମ ‘ଭଗିଆ ଭାରିଯା’। ଏଥିରେ ଆପଣଙ୍କ ଚରିତ୍ର କିପରି ରହିଛି?
ଏଥିରେ ମୁଁ ଭଗିଆର ଭାରିଯା ଅର୍ଥାତ୍ ପତ୍ନୀ ହୋଇଛି। ଭଗିଆ ଜଣେ ଗାଉଁଲି ଅଟୋ ଚାଳକ, ଯିଏ ଦେଖିବାକୁ ଠିକ୍ଠାକ୍। ହେଲେ ଭଗିଆର ଭାରିଯା ଖୁବ୍ ସୁନ୍ଦର ଓ ସେ ‘ରିଲ୍ସ’ କରିବାକୁ ଭାରି ଭଲପାଏ। ଗାଁ ମହିଳାଙ୍କ ଭିତରେ ଭଗିଆର ଭାରିଯା ସ୍ବତନ୍ତ୍ର ବୋଲି ବାରି ହୋଇପଡ଼େ। ପୂର୍ବରୁ ‘ରଙ୍ଗିଲା ଟୋକା’ରେ ପପୁ ପମ୍ପମ୍ଙ୍କ ନାୟିକା ହୋଇଥିଲେ, ଏବେ ‘ଭଗିଆ ଭାରିଜା’ରେ ହରିହର ମହାପାତ୍ରଙ୍କ ନାୟିକା ହୋଇଛନ୍ତି।
ହାସ୍ୟାଭିନେତାଙ୍କ ବିପକ୍ଷରେ ଟିକେ ବେଶି ନଜର ଆସୁଛନ୍ତି, କାହିଁକି?
ମୁଁ କାହା ବିପକ୍ଷରେ କାମ କରୁଛି ତାହା ମୋ ପାଇଁ ଗୁରୁତ୍ବପୂର୍ଣ୍ଣ ନୁହେଁ। ମୁଁ ମୋ ଚରିତ୍ରକୁ ଭଲପାଏ। କାହାଣୀର ଦାବି ଥିଲେ ମୁଁ କାହା ସହ ବି କାମ କରିବି। ତା’ଛଡ଼ା ମୁଁ ସର୍ବଦା ହାସ୍ୟାଭିନେତାଙ୍କ ସହ କାମ କରେ ବୋଲି ଭାବିବା ଭୁଲ୍। ଅଭିନେତା ସମ୍ବିତଙ୍କ ପ୍ରଥମ ସିନେମା ମୋ ସହ। ‘ଇନ୍ଦ୍ରଜାଲ’ରେ ବି ମୁଁ ତାଙ୍କ ନାୟିକା ହୋଇଛି। ଏଥିରେ ‘ବିଗ୍ବସ୍’ ଫେମ୍ ବିଶାଲ୍ କୋଟିଆନ୍ ବି ଅଛନ୍ତି। ‘ଅଜାତ ଶତ୍ରୁ’ରେ ମଧ୍ୟ ମୁଁ ଏକ ଭଲ ଭୂମିକା ନିଭାଇଛି। ଏହାଛଡ଼ା ଛତିଶଗଡ଼ର ସୁପର୍ଷ୍ଟାର୍ ଅନୁଜ ଶର୍ମା, ବଙ୍ଗୀୟ ଅଭିନେତା ଭିକ୍ଟର ବାନାର୍ଜୀ ଓ ବିଶ୍ବଜିତ୍ ଚକ୍ରବର୍ତ୍ତୀ, ଓଲିଉଡ୍ର ଲୋକପ୍ରିୟ ଅଭିନେତା ବାବୁସାନ୍, ଅନୁଭବ, ପୁପିନ୍ଦର, ସବ୍ୟସାଚୀ, ଦୀପକ, ଦୁଷ୍ମନ୍ତ ଓ ବବି ମିଶ୍ର ଆଦି ଅଭିନେତାଙ୍କ ସହ ମୁଁ କାମ କରିଛି।
ଇଣ୍ଡଷ୍ଟ୍ରିରେ ଆପଣଙ୍କର ପ୍ରାୟ ୨୦ ବର୍ଷ ହୋଇଗଲାଣି। ଯେତିକି ସଫଳତା ପାଇବା କଥା ସେତିକି ମିଳିଛି ?
ସଫଳତାର ମାନେ କ’ଣ ମୁଁ ଜାଣେନା। ଯେତେଦିନ ଯାଏ ମୁଁ ହାର୍ ନ ମାନି କାମ କରିଚାଲିଛି, ମୋ ହିସାବରେ ମୁଁ ସଫଳ। ଜଣେ ଥକି ନ ପଡ଼ି ଆଗକୁ ଚାଲିବାର ସାହସ ରଖିଛି ମାନେ ସେ ସଫଳ। ଏଣୁ ମୁଁ ନିଜକୁ ସଫଳ ବୋଲି ଭାବେ।
ଆପଣ ଜଣେ ଭଲ ଅଭିନେତ୍ରୀ ହୋଇଥିଲେ ବି ସିନେମା ସଂଖ୍ୟା ଖୁବ୍ କମ୍। କାରଣ କ’ଣ?
ମୁଁ ଖୁବ୍ ‘ଚୁଜି’। ଭଲ ଚରିତ୍ର ମିଳିଲେ ସିନେମା କରେ। ସବୁବେଳେ କିଛି ନା କିଛି ଭିନ୍ନ ଓ ‘ଚ୍ୟାଲେଞ୍ଜିଂ’ ଚରିତ୍ର କରିବାକୁ ଭଲପାଏ।
ଗତ କିଛି ବର୍ଷ ହେବ ଆପଣ କେବଳ ସିନେମା ହିଁ କରୁଛନ୍ତି। ସୁଯୋଗ ମିଳିଲେ ଟେଲିଭିଜନ୍ରେ ବି କାମ କରିବେ କି?
ମୁଁ ମାତ୍ର ଗୋଟିଏ ଧାରାବାହିକରେ କାମ କରିଛି। ଅନେକ ବର୍ଷ ତଳେ ପ୍ରସାରିତ ‘ଖରା ବର୍ଷାର ଖେଳ’ରେ ଅଭିନୟ କରିଥିଲି। ଯେହେତୁ ଆରମ୍ଭରୁ ସିନେମା ପ୍ରତି ଆଗ୍ରହୀ ଥିଲି ତେଣୁ ସେ ଦିଗରେ ଧ୍ୟାନ ଦେଇଛି। ଯଦି ପସନ୍ଦ ହେଲା ଭଳି ଚରିତ୍ର ମିଳେ ତ ସମୟ ଆସିଲେ ମୁଁ ଟେଲିଭିଜନ୍ରେ ବି କାମ କରିବି।
ଓଲିଉଡ୍ର କେଉଁ ଅଭିନେତାଙ୍କ ନାୟିକା ହେବାର ଇଚ୍ଛା ଅଛି?
ବିଜୟ ମହାନ୍ତି ଓ ମିହିର ଦସଙ୍କ ପରି ପ୍ରତିଭାବାନ୍ ବ୍ୟକ୍ତିଙ୍କ ସହ କାମ କରିବାକୁ ଇଚ୍ଛା ଥିଲା, ସେମାନଙ୍କ ସହ କାମ କରିଛି। ଏବେ ସେପରି କେହି ନିର୍ଦ୍ଦିଷ୍ଟ ନାହାନ୍ତି। ଜଣେ ନବାଗତଙ୍କ ସହ ବି ମୁଁ କାମ କରିବାକୁ ପସନ୍ଦ କରିବି, ଯଦି ଚରିତ୍ର ମୋ ପସନ୍ଦର ହୋଇଥାଏ।
ଦେବଯାନୀ କେବେ ବିବାହ କରିବେ ସେ ବିଷୟରେ ପାଠକ ନିଶ୍ଚୟ ଜାଣିବାକୁ ଆଗ୍ରହୀ ହେବେ?
ସେକଥା ଭଗବାନ ଜାଣନ୍ତି। ମୁଁ କେବେ ବିବାହ କରିବି ସେ ନେଇ ମୋର ଟିକେ ବି ଧାରଣା ନାହିଁ। ମୁଁ ସର୍ବଦା ବର୍ତ୍ତମାନରେ ବଞ୍ଚେ। ବାହାଘର ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି। ଏବେ ମୁଁ ସେଥିପାଇଁ ପ୍ରସ୍ତୁତ ନାହିଁ। କିଏ ଜାଣେ, ପ୍ରଶଂସକଙ୍କୁ ‘ସର୍ପ୍ରାଇଜ୍’ ବି ମିଳିପାରେ।
[ad_2]