ଓଡିଶା

ଅନ୍ୟକୁ ଜୀବନ ଦେବେ ଦମୟନ୍ତୀ; ଭୁବନେଶ୍ୱର ଏମ୍‌ସରୁ ଗ୍ରୀନ୍‌ କରିଡରରେ ନୂଆଦିଲ୍ଲୀ ଗଲା ଯକୃତ – bajravana

[ad_1]

ଭୁବନେଶ୍ବର: ଅଙ୍ଗଦାନ ମହାପୂଣ୍ୟ। ଜୀବନ ଦାନଠୁ ସଂସାରରେ ଆଉ ବଡ଼ ପୂଣ୍ୟ ନାହିଁ। ନିଜେ ଜୀବିତ ନଥାଇ, ଅନ୍ୟର ଜୀବନ ବଞ୍ଚାଇବା ଏକ ମହାନ ଲୋକଙ୍କ ଦ୍ବାରା ହିଁ ସମ୍ଭବ। ଭୁବନେଶ୍ବର ଏମ୍‌ସରେ ବ୍ରେନ୍‌ଡେଡ୍‌ ଘୋଷିତ ହେବା ପରେ ପରିବାର ଲୋକଙ୍କ ଅଙ୍ଗଦାନ ନିଷ୍ପତ୍ତି ଯୋଗୁଁ ଦିଲ୍ଲୀ ଓ ଚେନ୍ନାଇରେ ୨ ଜଣ ଜୀବନ ପାଇବେ। କେନ୍ଦୁଝର ଜିଲ୍ଲାର ମୂଳ ନିବାସୀ ତଥା ଭୁବନେଶ୍ବରରେ ବଢ଼ିଥିବା ୧୪ ବର୍ଷୀୟ ଦମୟନ୍ତୀ ମହାନ୍ତଙ୍କ ବ୍ରେନ୍‌ ଡେଡ୍‌ ଘୋଷଣା ପରେ ତାଙ୍କ ପରିବାର ଲୋକେ ଅଙ୍ଗଦାନ କରିଛନ୍ତି।

ସୂଚନା ଅନୁସାରେ ଦୁଃଖବନ୍ଧୁ ମହାନ୍ତ ଓ ବନିତା ମହାନ୍ତଙ୍କ ନବମ ଶ୍ରେଣୀର ଝିଅ ଦମୟନ୍ତୀ କିଛିମାସ ହେଲା କିଡ୍‌ନି ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ସହ ସଂଗ୍ରାମ ପରେ ଶେଷରେ ଆଖି ବୁଜିଦେଲେ। ସେ ସଭିଙ୍କୁ ଛାଡ଼ି ଚାଲିଯାଇଛନ୍ତି ସତ କିନ୍ତୁ ମୃତ୍ୟୁ ପରେ ବି ସେ ହୋଇଯାଇଛନ୍ତି ଅମର। ମୃତ୍ୟୁ ପରେ ତାଙ୍କର ଯକୃତ ଅନ୍ୟ ଶରୀରରେ ଲାଗିବ। ଏଥି ପାଇଁ ପ୍ରକ୍ରିୟା ଜାରି ରହିଛି।

ବାପା-ମା’ଙ୍କ ଦ୍ବାରା ଏହି ନିଷ୍ପତ୍ତି ନିଆଯିବା କିନ୍ତୁ ଏତେ ସହଜ ନଥିଲା। ଦମୟନ୍ତୀଙ୍କ ଅଙ୍ଗ ଗ୍ରୀନ କରିଡରରେ ଭୁବନେଶ୍ୱର ବିମାନବନ୍ଦରକୁ ଯିବା ପରେ ସେଠାରୁ ଯକୃତକୁ ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀ ନିଆଯାଇଛି। ସେହିପରି ଚେନ୍ନାଇ ପଠାଇବାକୁ ବ୍ୟବସ୍ଥା କରାଯାଇଥିବା ଅଙ୍ଗକୁ ବର୍ତ୍ତମାନ ସମୟ ପାଇଁ ବାତିଲ କରାଯାଇଛି।

‘ଓଡ଼ିଶା ମୋ ପରିବାର’ର ତତ୍ୱାବଧାନରେ ଏହି ଅଙ୍ଗପ୍ରତ୍ୟାରୋପଣ ଅଭିଯାନକୁ ସଫଳ କରିବା ପାଇଁ ଉଦ୍ୟମ ହୋଇଥିଲା। ଏପଟେ ରାଜ୍ୟ ସରକାର ଅର୍ଗାନ ଡୋନେଟ୍ କରୁଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଯେଉଁମାନେ ଅର୍ଗାନ ଡୋନେଟ୍ କରିବେ, ସେମାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ନେଇ ଘୋଷଣା ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button