ଓଡିଶା

ପୁରୀରେ ସାମ୍ବାଦିକଙ୍କୁ ପୋଲିସର ବର୍ବରୋଚିତ ଆକ୍ରମଣ ଘଟଣା ,ଗଣମାଧ୍ୟମ ପ୍ରତିନିଧିଙ୍କ ନିନ୍ଦା

କୋଣାର୍କ,- ଗତ ୨୮ ତାରିଖ ରାତ୍ର ୯ଘଟିକା ସମୟରେ ପୁରୀ ବଡଦାଣ୍ଡ ସ୍ଥିତ ଖୁଂଟିଆ ପେଟ୍ରୋଲ ପମ୍ପରେ ମାପ ଓ ଓଜନରେ ଠକେଇକୁ ନେଇ ଗଣ୍ଡଗୋଳର ଶୁତ୍ରପାତ ହେବା ସହ ଉତ୍ୟକ୍ତ ଲୋକମାନେ ଟାଙ୍କିକୁ ଭଙ୍ଗାରୁଜା କରୁଥିଲେ । ଏହି ଘଟଣାକୁ ନେଇ ସେଠାକାର କାର୍ଯ୍ୟରତ ସମ୍ବାଦିକ ମାନେ ପହଂଚି ଖବର ସଂଗ୍ରହ କରୁଥିଲେ । ଏ ସମ୍ପର୍କରେ ଖବର ପାଇ ରାତ୍ରି ପ୍ରାୟ ୧୦ଟା ସମୟରେ କୁମ୍ଭାରପଡା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ଲୋକମାନଙ୍କୁ ଘଉଡାଇବାକୁ ଜାଇ ଲାଠି ମାଡ କରିଥିଲେ । ପୋଲିସ ର ଏହି ଲାଠି ମାଡରେ ଘଟଣା ସ୍ଥଳରେ ଥିବା କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ନିଜର ପରିଚୟ ପତ୍ର ଦେଖାଇଥିଲେ ମଧ୍ୟ ପୋଲିସ କୌଣସି କଥାକୁ ଭୃକ୍ଷେପ ନକରି ସେମାନଙ୍କ ସମେତ ଉପସ୍ଥିତ ଆଇନଜିବୀ ଓ ଶତାଧିକ ଜନସାଧାରଣଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରିଥିଲା । ଏହି ଘଟଣାକୁ କୋଣାର୍କର କାର୍ଯ୍ୟରତ ଗଣାମାଧ୍ୟମ ପ୍ରତିନିଧି ଜ୍ୟୋତିରାଜ ମହାନ୍ତି,ଭାଗିରଥି ସ୍ୱାଇଁ,ସଂଗ୍ରାମ କେଶରୀ ମହାପାତ୍ର,ମନୋରଞନ ପଣ୍ଡା,ପ୍ରକାଶ କାଣ୍ଡି,ଜ୍ଞାନ ରଞନ ବିଶ୍ୱାଳ,ତାରକେଶ୍ୱର ବରାଳ,ଅଜିତ ମଲିକ ବରିଷ୍ଠ ସାମ୍ବାଦିକ ମହେଶ୍ୱର ସାମଲ ପ୍ରମୁଖ ଏହାକୁ ଦୃଢ ନିନ୍ଦା କରିବା ସହ ଆକ୍ରମଣ଼ କାରି ପୋଲିସଙ୍କ ବିରୁଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ନିଲମ୍ବନ ପାଇଁ ଦାବି କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button