ଓଡିଶା

ଦାଉସାଧିଲାଣି କଳାପଥର: ବାୟୁ, ଜଳ ପ୍ରଦୂଷଣ ଯୋଗୁ କିଡ୍‌ନି ରୋଗୀଙ୍କ ସଂଖ୍ୟା ବଢ଼ୁଛି – bajravana

[ad_1]

ବିସ୍ଫୋରଣ ଯୋଗୁ ଘର ଫାଟି ଅଁା, ଚାଷଜମି ସହିତ ଡ୍ୟାମ୍‌ ବି ପ୍ରଭାବିତ

ପ୍ରବୋଧ ମିଶ୍ର

ଚଢ଼େଇଧରା : ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ କଳାପଥର ଲୁଟ୍‌ ଯୋଗୁଁ ହାତଗଣତି କିଛି ଲୋକ ମାଲାମାଲ ହେଉଥିବା ବେଳେ ଖାଦାନ ନିକଟସ୍ଥ ଗଁାର ଲୋକମାନେ ଯନ୍ତ୍ରଣାପୂର୍ଣ୍ଣ ଜୀବନ ଜିଉଛନ୍ତି । କଳାପଥର ପାଇଁ ଏମାନଙ୍କ ଚାଷ ଉଜୁଡ଼ିବା ସହିତ ଘରଦ୍ବାର ବି ଭାଙ୍ଗିଯାଉଛି। ଅଭିଯୋଗ କଲେ ମାଫିଆଙ୍କ ଆକ୍ରୋଶର ଶିକାର ହେଉଥିବା ବେଳେ ଗୁହାରି ଶୁଣିବାକୁ ମଧ୍ୟ କେହି ନାହାନ୍ତି। ଧର୍ମଶାଳା ତହସିଲ ଅଞ୍ଚଳରେ ରହିଛି ୯୮ଟି କଳାପଥର ସୈରାତ। ସେଥିମଧ୍ୟରୁ ଏବେ ୬୪ଟି ଖଣି ବିଭାଗ ଅଧୀନରେ ଥିବାବେଳେ ୩୪ଟି ସୈରାତ ରାଜସ୍ବ ବିଭାଗ ହାତରେ ରହିଛି। ମାତ୍ର, ବ୍ୟାପକ ଖନନ ଯୋଗୁଁ ଏହାର ପ୍ରଭାବ ପ୍ରକୃତି ଉପରେ ପଡ଼ୁଛି। ‌ଏଥିଯୋଗୁ ଅନେକ ପାହାଡ଼ ନିଶ୍ଚିହ୍ନ ପ୍ରାୟ ହୋଇସାରିଲାଣି। ଏମିତିକତ ଆଉ କିଛିଦିନ ପରେ ପରପିଢ଼ିଙ୍କୁ ଏଠାରେ ଗୋଟେ ପାହାଡ଼ ଥିଲା ବୋଲି ବୁଝାଇବାକୁ ପଡ଼ିବ। ଆଉ ଏକ ବଡ଼ସମସ୍ୟା ହେଉଛି, ଖାଦାନ ଅଞ୍ଚଳରେ ଅହରହ ବିସ୍ଫୋରଣ ଯୋଗୁଁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଉଭୟ ଜଳ ଓ ବାୟୁ ପ୍ରଦୂଷଣ ପାଇଁ ଶତାଧିକ ଲୋକ କିଡ୍‌ନି ଓ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ୫oରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ବାଜବାଟୀ, ରାହାଡ଼ପୁର, ଆରୁହା, ଡଙ୍କାରୀ ସୈରାତ ନିକଟସ୍ଥ ଅଞ୍ଚଳରେ ଲୋକେ କଲବଲ ହୋଇ କମ୍‌ ବୟସରେ ଜୀବନ ହରାଉଛନ୍ତି। ବାଜବାଟୀ ଗ୍ରାମର ବସନ୍ତ ପାଣ୍ଡବ (୫୫), କାର୍ତ୍ତିକ ସାହୁ (୪୫), ରଞ୍ଜନ ବେହେରା (୩୨)ଙ୍କ ସମେତ ପାଖର ପଞ୍ଚାୟତର ଅନେକ ଲୋକ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିବା ଏହାର ଜ୍ବଳନ୍ତ ଉଦାହରଣ।

ଅନ୍ୟପକ୍ଷରେ, ବେଆଇନ ଭାବେ ଶକ୍ତିଶାଳୀ ୱାଗନ ବ୍ଲାଷ୍ଟିଂ ଯୋଗୁଁ ଅନେକଙ୍କ ଘର କାନ୍ଥ ଫାଟି ଆଁ କରିଛି। ବିସ୍ଫୋରଣ ଯୋଗୁଁ ସବୁଦିନ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ମୃଦୁଭୂକମ୍ପର ଭ୍ରମ ସୃଷ୍ଟି ହେଉଛି। ମହିସରା ପଞ୍ଚାୟତ ଅନ୍ତର୍ଗତ ରାହାଡ଼ପୁର ଗ୍ରାମର ରାମ ଦେହୁରୀ, ନିଧି ପ୍ରଧାନ, ଅଶୋକ ସାହାଣି, ସିଦ୍ଧେଶ୍ବର ପ୍ରଧାନଙ୍କ ପକ୍କା ଘରର କାନ୍ଥ ବିସ୍ଫୋରଣ ପାଇଁ ଫାଟିଯାଇଛି। ଏପରିକି ସରକାରୀ ଅନୁଦାନରେ ନିର୍ମିତ ରାହାଡ଼ପୁର ଗ୍ରାମର କୋଠଘର କାନ୍ଥ ମଧ୍ୟ ଫାଟିଯାଇଛି। ଏଥିସହିତ, କଳାପଥର ଖନନ ଓ କ୍ରସର ପାଇଁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ସ୍ଥାନୀୟ ଚାଷୀ। ଗଭୀର ଖନନ ଯୋଗୁଁ ଖାଦାନ ନିକଟ ଜମିରେ ପାଣି ରହୁନି। ଯେତେ ପାଣି ମଡ଼େଇଲେ ବି ଚାଷ କାର୍ଯ୍ୟ ସମ୍ଭବ ହୋଇପାରୁନି। ଚାଷ କ୍ଷତିଗ୍ରସ୍ତ ହେବାରୁ ବାଜବାଟୀର ଚାଷୀ ନିତ୍ୟାନନ୍ଦ ପରିଡ଼ା ଜୀବନ ହାରିଦେଇଥିଲେ। ଏହାସତ୍ତ୍ବେ ବି ଖାଦାନ ବନ୍ଦ ହେଲାନାହିଁ। ଏଥିସହିତ, ଖାଦାନ ପାଇଁ ପାଇକରାପୁର ଓ ରାଣୀବନ୍ଧ ଡ୍ୟାମ୍‌ ବି ପ୍ରଭାବିତ ହୋଇଛି, ଯାହାକୁ ନେଇ ପରିବେଶବିତ୍‌ ବାବୁଲି ଜେନା ଏନ୍‌ଜିଟିରେ ମାମଲା ରୁଜୁ କରିଛନ୍ତି। ଖାଦାନ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଏହିଭଳି ସମସ୍ୟା ସୃଷ୍ଟି ହେଉଥିବା ବେଳେ ଏଥିପାଇଁ ସରକାର କି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଅନ୍ୟପକ୍ଷରେ, ରାଜ୍ୟ ସରକାର ଲଘୁ ଖଣିଜ ଦାୟିତ୍ବ ଖଣି ବିଭାଗକୁ ହସ୍ତାନ୍ତର ପରେ ଲୁଟ୍‌ କମିବା ବଦଳରେ ବଢ଼ିବାରେ ଲାଗିଛି। ଏଥିପାଇଁ ଦୃଷ୍ଟିଦେବାକୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଦାବି କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button