ଓଡିଶା

କୋରାପୁଟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍‌ ଶୁଭାରମ୍ଭ ବେଳେ ବ୍ରେକ୍ ଫେଲ୍, ଜଣେ ଗୁରୁତର – bajravana

[ad_1]

କୋରାପୁଟ: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍‌ ଶୁଭାରମ୍ଭ ବେଳେ ବ୍ରେକ୍ ଫେଲ୍ ହୋଇଛି। କୋରାପୁଟ ସହରରେ ଆଜି ସନ୍ଧ୍ୟାରେ ବସ୍‌ଟି ଭାରସାମ୍ୟ ହରାଇ ସ୍ଥାନୀୟ ବିଜୁ ପାଠାଗାରରେ ପଶିଛି। ଘଟଣାସ୍ଥଳରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କର ପରିଚୟ ଜଣାପଡ଼ି ନାହିଁ।

ସୂଚନା ଅନୁସାରେ ଆଜି କୋରାପୁଟ ଜ଼ିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ୨୧୦ ଜଣ ବରିଷ୍ଠ ନାଗରିକମାନଙ୍କୁ ନେଇ ବିହାରର ଗୟା ଓ ଉତ୍ତରପ୍ରଦେଶର ବାରଣାସୀ ଯିବାର କାର୍ଯ୍ୟକ୍ରମ ରହିଥିଲା। ଗୋଟିଏ ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ବସିଥିଲେ। ତେବେ ଅନ୍ୟ ଏକ ବସ୍‌କୁ ଶୁଭାରମ୍ଭ କରାଯାଉଥିବା ବେଳେ ହଠାତ୍‌ ବ୍ରେକ ଫେଲ ହୋଇଯାଇଥିଲ‌ା। ଫଳରେ ତୀର୍ଥ ଯାତ୍ରୀ ରହିଥିବା ସ୍ଥାନରୁ ପ୍ରାୟ ୫୦୦ ମିଟର କୋରାପୁଟ ସୁନାବେଡ଼ା ରାସ୍ତା ଅତିକ୍ରମ କରି ଚନ୍ଦନ ପୋଖରୀ ପାଖ ପୁରୁଣା ବିଜୁ ବିଜୁ ପାଠାଗାର ଠାରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button