ଓଡିଶା

ପୁଷପୁନି ଶୁଭାରମ୍ଭ: କଳାକାରଙ୍କ ନାଚ ଗୀତରେ ଦୁଲୁକିଲା ମୁଖ୍ୟରାସ୍ତା – bajravana

[ad_1]

ମୈତ୍ରୀ ଓ ପ୍ରଗତିର ବାର୍ତ୍ତା ସହ ସାଧାରଣ ନାଗରିକ ବେଶରେ ତାରା

ଜୟପୁର: ଜୟପୁର ମୁଖ୍ୟରାସ୍ତାରେ ଛୋଟ ପିଲା ଠାରୁ ଆରମ୍ଭ କରି ବିଭିନ୍ନ ବୟସ ବର୍ଗର ଲୋକେ ମୁହଁରେ ରଂଗ ମାଖି ପୁଷ୍ ପୁନି ପାଇଁ ଶୋଭାଯାତ୍ରା କରିଥିଲେ। ମରି ମରି ଯାଉଥିବା ଲୋକକଳା ଓ ନୃତ୍ୟୁକୁ ବଂଚାଇବା ପାଇଁ ଗତ ୨୦୨୦ମସିହାରୁ କେରାପୁଟିଆ କଳା ଓ କଳାକାର ଗୃପ ପକ୍ଷରୁ ପୌଷପୁର୍ଣ୍ଣିମାରେ ପୁଷ୍ପପୁନି ପାଳନ କରାଯାଉଛି। ୭ଦିନ ବ୍ୟାପି ହେବାକୁଥିବା ‘‘ପୁଷପୁନି-୨୦୨୪’’ ଲୋକମହୋତ୍ସବର ଶୁଭାରମ୍ଭ ଆଜି ଅନୁଷ୍ଠିତ ହୋଇଯାଇଛି। ପୁରା ମୁଖ୍ୟରାସ୍ତାରେ ରଂଗୀନ ବେଶରେ କଳାକାର ମାନେ  ପାନିଆ ଝୁନିଆ- ଛେରଚେର ଓ ପରସ୍ପର ପରସ୍ପରକୁ ଦେଖିକି ପୁଷପୁନି ଜୁଆର କହି ଶୁଭେଚ୍ଛା ଦେଉଥିବା ଦେଖିବାକୁ ମିଳିଥିଲା।

ବାଙ୍କମଠ ଠାରୁ ଛୋଟ ପିଲା ଠାରୁ ଆରମ୍ଭ କରି ବିଭିନ୍ନ ବୟସ ବର୍ଗର ଲୋକେ ଶୋଭାଯାତ୍ରାରେ ଭାଗ ନେଇଥିଲେ। ଶୋଭାଯାତ୍ରା ସରକାରୀ ଉଚ୍ଚବିଦ୍ୟାଳୟପର୍ଯ୍ୟନ୍ତ ଯାଇଥିଲା।  ଏଥିରେ ଲୋକନୃତ୍ୟ ଢ଼େମସା, ରିଂଜୋଡି, କାଠିନାଚ, ଦୁରୁଆ ନୃତ୍ୟ, ଶିଙ୍ଗବାଦ୍ୟ, ଡାମ୍ପ, ଟିଡିବିଡି ବାଦ୍ୟ ସହ    ଶହ ଶହ କଳାକାର ପୌରାଣିକ ଚରିତ୍ର  ସହ ରାଜନୈତିକ ନେତା, ହାସ୍ୟ ଚରିତ୍ରର ବିଭିନ୍ନ ବେଶରେ ସଜ୍ଜିତ ହୋଇ ଭାଗ ନେଇଥିଲେ। ବହୁ ଲୋକେ ସ୍ବତଃସ୍ପୃତ ଭାବେ ନିଜ ନିଜ ପିଲାଙ୍କୁ ବିଭିନ୍ନ ବେଶ କରାଇ ଏହି ଶୋଭାଯାତ୍ରାରେ ଆଣି ସାମିଲ କରାଇଥିଲେ। ସେଭଳି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ନିଜ ମୁହଁରେ ରଂଗ ମାଖି ଗାଁର ସାଧରଣ ଲୋକ ଭୁମିକାରେ ଶୋଭାଯାତ୍ରାରେ ଭାଗ ନେଇଥିଲେ। ଜିଲ୍ଲାର ଆଦିବାସୀ କଳା, ସଂସ୍କୃତି, ପରମ୍ପରା ଓ ଐିତିହ୍ୟକୁ ଉଜ୍ଜିବିତ କରି ବଂଚାଇବା ପାଇଁ ସେ ଜଣେ କଳାକାର ହିସାବରେ ଜୟପୁର ସହର ଓ ଜିଲ୍ଲାର ‌କଳକାର ଓ ଲୋକକଳାକୁ ପ୍ରତ୍ସାହିତ ଦେବା ପାଇଁ ସେ ଏଭଳି ବେଶରେ ରହିଛନ୍ତି ବୋଲି କହିଥିଲେ।

ଆଦିବାସୀ କଳା ଓ ପରମ୍ପରାକୁ କରି ବଂଚାଇବା ପାଇଁ ଏଭଳି ପ୍ରୟାସ ସ୍ବାଗତ ଯୋଗ୍ୟ। ବିଧାୟକ ମୁହଁରେ ଶାନ୍ତି, ପ୍ରଗତି , ମୈତ୍ରୀ ବୋଲି ଲେଖିଥିବା ଦେଖିବାକୁ ମିଳିଥିଲା। ମହିଳାଙ୍କ ଠାରୁ ସବୁ ବର୍ଗର ଲୋକେ ଏଭଳି କାର୍ଯ୍ୟକ୍ରମରେ ଭାଗ ନେଇ ପରମ୍ପରା ଓ ଐତିହ୍ୟକୁ ବଂଚାଇବା ପ୍ରୟାସ କେବଳ ଜୟପୁରରେ ଦେଖିବାକୁ ମିଳେ ବୋଲି କହିଛନ୍ତି ପୌରଅଧ୍ୟକ୍ଷ ‌ନରେନ୍ଦ୍ର ମହାନ୍ତି।

ଶୁକ୍ରବାର ଠାରୁ ୩୧ତାରିଖ ପର୍ଯ୍ୟନ୍ତ ରହିଥିବା ସମସ୍ତ କାର୍ଯ୍ୟକ୍ରମରେ ଭାଗ ନେବାକୁ ଅନୁରୋଧ କରିଛନ୍ତି କାର୍ଯ୍ୟକ୍ରମର ସଭାପତି ମନୋଜ ପାତ୍ରଓ ସଂପାଦକ  ଧିରେନ୍ ମୋହନ ପଟ୍ଟନାୟକ। ସେଭଳି ଆସନ୍ତାକାଲି ଜିଲ୍ଲାର ଆଦିବାସୀ ଗୀତ କଣ୍ଠଶିଳ୍ପୀ ମାନଙ୍କୁ ନେଇ ଦେଶୀଆ ଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଛି। ୨୭ତାରିଖ ଦିନ ଜୟପୁରର ବିଭିନ୍ନ ନୃତ୍ୟ ଦଳ ମାନଙ୍କ ଦ୍ବାରା ଆଦିବାସୀ ନୃତ୍ୟ ପରିବେଷଣ, ୨୮ତାରିଖ ଦିନ ଆଦିବାସୀ ବେଶ ପ୍ରତ‌ିଯୋଗିତା, ୨୯ତାରିଖ ଦିନ ବିଭିନ୍ନ ନାଟକ ଦଳ ମାନଙ୍କ ଦ୍ବାରା ଛୋଟ ଛୋଟ ହାସ୍ୟରସାତ୍ମକ ନାଟକ, ୩୦ତାରିଖ  ଦିନ ଆଦିବାସୀ କଳାକାରଙ୍କ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ସହ ପୌରାଣିକ ଦେଶିଆ ନାଟ, ୩୧ତାରିଖ ଦିନ  ଉଦଯାପନୀ ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରସ୍କାର  ଅନୁଷ୍ଠିତ ହେବ ବୋଲି  ସଭାପତି ମନୋଜ ପାତ୍ର ଓ ସଂପାଦକ ଧିରେନ୍ ମୋହନ  ପଟ୍ଟନାୟକ ଜଣାଇଛନ୍ତି। ଏହା ସହ  ୨୫ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ହସ୍ତତନ୍ତ୍ର ବା ପଲ୍ଲିଶ୍ରୀ ମେଳା, ଖାଦ୍ୟ ମେଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମ  ଜାରୀ ରହିବ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button