ଓଡିଶା

ଘାଟିରୁ ଖସିଲା ଯାତ୍ରାପାର୍ଟି ଗାଡ଼ି: ଚାଲିଗଲା ୬ ଜୀବନ, ଛଅ ଗୁରୁତର – bajravana

[ad_1]

ଭୁବନେଶ୍ବର: ବହାଳଦା ବ୍ଲକ ବସିଙ୍ଗିର ବାଙ୍ଗିରିପୋଷି ଦ୍ଵାରଶୁଣୀ ଘାଟିରେ ୩ ରାତି ଯାତ୍ରା ପରିବେଷଣ କରି ଧଉଳି ଗଣନାଟ୍ୟର ଟ୍ରକ୍ ବାରିପଦା ଅଭିମୁଖେ ଯାଉଥିଲା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣ ପ୍ରାଣ ହରାଇଥିବା ବେଳେ ୬ ଜଣ ଗୁରୁତର ହୋଇଛିନ୍ତି।

ଏହି ଗାଡ଼ିରେ ମୁଖ୍ୟତଃ ଲାଇଟ୍ ଓ ସାଉଣ୍ଡ ସରଞ୍ଜାମ ଯାଉଥିଲା। ଟ୍ରକରେ ୧୩-୧୫ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଶ୍ରମିକ ଶ୍ରେଣୀର। ଅନ୍ୟମାନେ ଲାଇଟ୍ ଅପରେଟର ଥିଲେ। ଟ୍ରକଟି ଘାଟିରୁ ଓହ୍ଲାଇବା ବେଲେ ଶେଷ ବାଙ୍କରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରକର ଇଞ୍ଜିନ ରାସ୍ତା ଉପରେ ଥିବା ବେଳେ ଡାଲା ତଳକୁ ଖସି ପଡ଼ିଥିଲା। ଫଳରେ ଡଲାରେ ଲାଇଟ୍ ଓ ସାଉଣ୍ଡ ସରଞ୍ଜାମ ଥିବା ବଡ଼ ବଡ଼ ବାକ୍ସ ସବୁ ତଳକୁ ଖସି ଚୂରମାର ହୋଇ ଯାଇଥିଲା। ବାକ୍ସ ଉପରେ ବସିଥିବା ଲୋକେ ତଳେ ଚାପିହୋଇ ଯାଇଥିଲେ।

ଖବର ପାଇ ପୁଲିସ ଓ ଦମକଳବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କଲା ବେଳକୁ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା। ଡାକ୍ତରଖାନରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ୬ ଜଣ ଗୁରୁତର ଆହତଙ୍କ ଚିକିତ୍ସା ଚାଲିଛି। ତେବେ ଆଉ ଜଣେ ଦୁଇଜଣ ଏବେ ବି ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। କୋହଲା ପାଗ ଓ ଲଗାଣ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଛି। ପୁଲିସ ମୃତକଙ୍କ ପରିଚୟ ପାଇଁ ସଂପୃକ୍ତ ଯାତ୍ରା ପାର୍ଟି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button