ଓଡିଶା

ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ: ଝଙ୍କଡ଼ ଶାରଳାଙ୍କ ପୀଠରେ ମହାଷ୍ଟମୀ – bajravana

[ad_1]

ଝଙ୍କଡ଼: ପ୍ରାଚୀନ ଶକ୍ତିପୀଠ ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ସାର୍ବଜନୀନ ଶାରଦୀୟ ପୂଜା ଉଦ୍‌ଯାପନୀ ଦିବସରେ ମହାଷ୍ଟମୀ ପୂଜା ଉପଲକ୍ଷେ ଲକ୍ଷାଧିକ ଭକ୍ତ ସମାଗମ ହୋଇଛି। ସକାଳେ ମାଙ୍କ ନୀତିକାନ୍ତି ପରେ ଅଭିନବ ବେଶରେ ମାଆଙ୍କୁ ସଜ୍ଜିତ କରାଯାଇ ସ୍ୱର୍ଣ୍ଣଅଳଙ୍କାରରେ ମଣ୍ଡିତ କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ସମର୍ପଣ ପରେ ପାରଂପରିକ ରୀତିନୀତିରେ ପୂଜାର୍ଚ୍ଚନା ହୋଇଥିଲା। ସଂଧ୍ୟାରେ ସମ୍ପୂର୍ଣ୍ଣ ଚାନ୍ଦିରେ ମହିଷାମର୍ଦ୍ଦିନୀ ବେଶରେ ମା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ପରେ ସୁନାବେଶ କରାଯାଇ କାଲିକା ନୃତ୍ୟ ବେଢ଼ା ପରିକ୍ରମା କରିଥିଲା। ଏକ ବର୍ଣ୍ଣାଢ଼୍ୟ ପଟୁଆରରେ ମାଙ୍କର ଚଳନ୍ତି ପ୍ରତିମାଙ୍କୁ ପ୍ରାଚୀନ ପୀଠ ବଡ଼ଶାରୋଳ ଗ୍ରାମର ଲଣ୍ଡା ଦେଉଳ ପୀଠକୁ ଦାଣ୍ଡ ଯାତ୍ରାରେ ନିଆଯାଇଥିଲା। ସେଠାରୁ ଫେରିବା ପରେ ମନ୍ଦିର ସୌଧ କରାଯାଇ ସନ୍ଧିପୂଜା ହୋଇଥିଲା।

ବହୁପୂର୍ବରୁ ଏହି ସନ୍ଧିପୂଜାରେ ଏକ ଜୀବନ୍ତ ମହିଷକୁ ବଳି ଭୋଜ୍ୟ ଦିଆଯାଉଥିଲା। ମାତ୍ର ୧୯୨୬ ମସିହାରେ ଏହି ବଳି ପ୍ରଥା ବନ୍ଦ ପରେ ଏକ ବଳି ପଣା ହାଣ୍ଡି ସହିତ ଶହେ ଆଠ ପ୍ରକାରର ବିଭିନ୍ନ ସୁମିଷ୍ଟ ଭୋଗ ମାଙ୍କ ପୂଜାରେ ନୈବେଦ୍ୟ ଅର୍ପଣ କରାଯାଉଛି। ରବିବାର ଓ ସୋମବାର ଦୁଇଦିନ ବିଶ୍ରାମ ପଡୁଥିବାରୁ ମନ୍ଦିରର ସମ୍ମୁଖ ଦ୍ୱାର ବନ୍ଦ ରହିବ ଓ ଦକ୍ଷିଣ ପଶ୍ଚିମ ଦ୍ୱାରଦେଇ ଯାତ୍ରୀମାନେ ପ୍ରବେଶ ପ୍ରସ୍ଥାନ ସହିତ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ। କିନ୍ତୁ ଘଣ୍ଟଘଣ୍ଟା କାହାଳୀ ବାଜିବ ନାହିଁ। ନିଶବ୍ଦ ପୂଜା କରାଯିବ ବୋଲି ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ସୂଚନା ଦେଇଛନ୍ତି। ଆଡଭୋକେଟ୍‌ ଜେନେରାଲ ଅଶୋକ କୁମାର ପରିଜା, ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଜଗତସିଂହପୁର ଉପ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ତିର୍ତ୍ତୋଲ ତହସିଲଦାର୍ ସତ୍ୟଜିତ ମହାପାତ୍ର, ତିର୍ତ୍ତୋଲ ଥାନା ଏସ୍‌ଡିପିଓ ଚିନ୍ମୟ ରାଉତ, ତିର୍ତ୍ତୋଲ ଥାନା ଆଇଆଇସି, ଅଗ୍ନିଶମ ବିଭାଗର ଅଧିକାରୀ, ଶାରଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button