ଓଡିଶା

ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିଲେ ମୋକିମ୍ ଓ ଚିରଞ୍ଜୀବ: ନିଲମ୍ବନ ପ୍ରତ୍ୟାହାର ଘୋଷଣା ଆଜି! – bajravana

[ad_1]

ବଡ଼ ପରିବର୍ତ୍ତନ ଆଡ଼କୁ ମୁହାଁଉଛି ଓଡ଼ିଶା: ମୋକିମ୍

ଭୁବନେଶ୍ବର: ପ୍ରଭାରୀ ଦାୟିତ୍ବ ନେବା ପରେ ଦ୍ବିତୀୟ ଥର ଲାଗି ଓଡ଼ିଶାକୁ ଆସିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର। କଂଗ୍ରେସରୁ ନିଲମ୍ବିତ ଦୁଇ ନେତା ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ, ପୂର୍ବତନ ବିଧାୟକ କୃଷ୍ଣ ସଗରିଆ ଓ ଅଜୟ କୁମାରଙ୍କ ମଧ୍ୟରେ ଆଜି ଦୀର୍ଘ ସମୟ ଧରି ଆଲୋଚନା ହୋଇଛି। ଏଥିସହିତ ତିନି ନେତା ଦଳକୁ ଫେରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଆସନ୍ତାକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଜୟ କୁମାର ଦୁଇ ନେତାଙ୍କ ନିଲମ୍ବନ ପ୍ରତ୍ୟାହାର ସଂପର୍କରେ ଘୋଷଣା କରିପାରନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ଗତବର୍ଷ ଜୁଲାଇ ମାସରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ୍ ଓ ଚିରଞ୍ଜୀବ ନିଲମ୍ବିତ ହୋଇଥିଲେ। ଏହାକୁ ନେଇ ଦଳରେ କମ୍ପନ ସୃଷ୍ଟି ହୋଇଥିଲା। ଦୁଇ ନେତାଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ‌ତାହାକୁ ନେଇ ଆଲୋଚନା ହେଉଥିବା ବେଳେ ଦଶହରା ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିଧାୟକ ମୋକିମ୍‌ ଏକାଠି ହେବା ଏହି ଆଲୋଚନାକୁ ନୂଆ ମୋଡ଼ ଦେଇଥିଲା। ପରେ ଦଳର ଶୀର୍ଷ ନେତୃତ୍ବ ଆଗରୁ କହିଥିଲେ ଯେ ପୁରୁଣା ନେତାଙ୍କୁ ଫେରାଇ ଅଣାଯିବ। ଏହି କ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସହ ତାଙ୍କ ପରିବାର ଓ ପୂର୍ବତନ ସାଂସଦ ସଞ୍ଜୟ ଭୋଇ କଂଗ୍ରେସକୁ ଫେରିଛନ୍ତି।

କୃଷ୍ଣ ସଗରିଆ ବି ଦଳକୁ ଫେରିବେ
ବଡ଼ ପରିବର୍ତ୍ତନ ଆଡ଼କୁ ମୁହାଁଉଛି ଓଡ଼ିଶା: ମୋକିମ୍

ଏପଟେ ପ୍ରଭାରୀ ଶ୍ରୀ କୁମାର କହିଛନ୍ତି ଯେ ଦେଶର ଆତ୍ମାକୁ ବଞ୍ଚାଇବାର ଲଢ଼େଇ ଚାଲିଛି। ତେଣୁ ସବୁ କଂଗ୍ରେସ ନେତାଙ୍କୁ ଏକାଠି କରିବା ଲାଗି ପ୍ରୟାସ କରାଯାଉଛି। ଆସନ୍ତାକାଲି ଏକାଧିକ ବିଷୟ ଉପରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ଅପେକ୍ଷା କରନ୍ତୁ, ଖୁବଶୀଘ୍ର ଭଲ ଖବର ପାଇବେ ବୋଲି ସେ କହିଛନ୍ତି। ଅପରପକ୍ଷରେ ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି, କଂଗ୍ରେସ ବିଷୟରେ ପ୍ରଭାରୀଙ୍କ ସହ ଆଲୋଚନା ହୋଇଛି। କଂଗ୍ରେସ ବିଷୟରେ ଆଲୋଚନା କରିବାକୁ ପ୍ରଭାରୀ ଡାକିଥିଲେ। ନିର୍ବାଚନ ପାଇଁ ସମୟ କମ୍ ଅଛି। ଦଳ କିଭଳି ସଂଗଠିତ ହେବ ଓ ଆଗକୁ ଯିବ ସେ ବିଷୟରେ ଆଲୋଚନା ହୋଇଥିଲା। ନିଲମ୍ବନ ପ୍ରତ୍ୟାହାର ନେଇ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେବେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାର ଲୋକ ଶାସନ ବ୍ୟବସ୍ଥାରେ ଅତିଷ୍ଠ ହୋଇପଡ଼ିଲେଣି। ଶାସନ ଡୋରି କାହା ହାତରେ ଅଛି ଲୋକ ଜାଣିସାରିଲେଣି। ଓଡ଼ିଶାର ଲୋକ ଯେତେ ନିରୀହ ହେଲେ ମଧ୍ୟ ନିଜ ସ୍ବାଭିମାନ କଥା ଉଠିଲେ ନିଶ୍ଚିତ ପ୍ରତିକ୍ରିୟା ପ୍ରକାଶ କରିବେ। ଏ ଦୃଷ୍ଟିରୁ ଏକ ବଡ଼ ପରିବର୍ତ୍ତନ ଆଡ଼କୁ ଓଡ଼ିଶା ମୁହାଁଉଛି। ତୃଣମୂଳସ୍ତରରେ କାର୍ଯ୍ୟ କରିବା ସମୟରେ ଲୋକମାନଙ୍କ ଭିତରେ ଯେଉଁ ଅସନ୍ତୋଷ ରହିଛି ତାହାକୁ ଅନୁଭବ କରିହେଉଛି। ଅନ୍ୟ ଦଳରେ ଯେଉଁଭଳି ଭାବେ ଅନ୍ତଃ କନ୍ଦଳ ଦେଖିବାକୁ ମିଳୁଛି, ଆଗାମୀ ନିର୍ବାଚନରେ ତାହା ପ୍ରତିଫଳିତ ହେବ ବୋଲି ଶ୍ରୀ ମୋକିମ୍ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button