ମନୋରଞ୍ଜନ

ତେଲୁଗୁ ଚଳଚ୍ଚିତ୍ରରେ ‌‘କୋଟିଆ’ କାହାଣୀ: ‘ଏକ୍ସଟ୍ରା ଅର୍ଡିନାରି ମ୍ୟାନ୍‌’ରେ ବିବାଦୀୟ ଦୃଶ୍ୟ – bajravana

[ad_1]

ଓଡ଼ିଶାର ଅସ୍ତିତ୍ବ ସଂପୂର୍ଣ୍ଣ ଗୌଣ

କୋରାପୁଟ: ସୀମା ବିବାଦ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ତେଲୁଗୁ ଚଳଚ୍ଚିତ୍ରରେ ବିବାଦୀୟ ଦୃଶ୍ୟ। ବିବାଦୀୟ ଭୂଖଣ୍ଡ କୋଟିଆ ଆନ୍ଧ୍ରର ବୋଲି ଦର୍ଶାଇଲା ଚଳଚ୍ଚିତ୍ର ‘ଏକ୍ସଟ୍ରା ଅଡିନାରି ମ୍ୟାନ୍‌’। ଏପରିକି କୋଟିଆର ଛବିକୁ ମଳିନ କରିବାକୁ ପଛାଇ ନାହାନ୍ତି ଚଳଚ୍ଚିତ୍ରର ନିର୍ଦ୍ଦେଶକ। ସିନେମାର ଖଳନାୟକ ନିଶା ବ୍ୟବସାୟ ନିମନ୍ତେ ଏହି ଅଞ୍ଚଳକୁ ଅକ୍ତିଆର କରି କୋଟିଆବାସୀଙ୍କୁ ନିର୍ଯାତନା ଦେବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ବିଶାଳ ଷ୍ଟାରକାଷ୍ଟ୍‌ ସହ ବଡ଼ ବଜେଟ୍‌ରେ ଚଳଚ୍ଚିତ୍ରକୁ ପ୍ରସ୍ତୁତ କରାଯାଇଛି।

ଡିସେମ୍ବର ୮ତାରିଖରେ ବଡ଼ ପରଦାକୁ ଆସିଛି ତେଲୁଗୁ ଚଳଚ୍ଚିତ୍ର ‘ଏକ୍ସଟ୍ରା ଅଡିନାରି ମ୍ୟାନ୍‌’। ଓଟିଟି ପ୍ଲାଟ୍‌ଫର୍ମରେ ବହୁଭାଷୀ ଚଳଚ୍ଚିତ୍ର ଭାବେ ରିଲିଜ୍‌ କରାଯାଇଛି। ‌ସାଉଥ୍‌ ସିନେମାର ଷ୍ଟାର ଅଭିନେତା ନିତିନ ଓ ଅଭିନେତ୍ରୀ ଶ୍ରୀଲିଲା ମୁଖ୍ୟ ଭୂମିକାରେ ରହିଛନ୍ତି। ସିନେମାର ନିର୍ଦ୍ଦେଶନା ସହ କାହାଣୀ ଭେଙ୍କଟମ୍ ଭାମସି ରଚନା କରିଛନ୍ତି। ୧୫୭ ମିନିଟ ଅବଧି ବିଶିଷ୍ଟ ଚଳଚ୍ଚିତ୍ରର ୪୪ମିନିଟ୍‌ ୭ ସେକେଣ୍ଡରେ ପୃଷ୍ଠଭୂମିକୁ ଆସୁଛି ‘କୋଟିଆ’। ଚଳଚ୍ଚିତ୍ରର କାହାଣୀ ଅନୁଯାୟୀ, ନାୟକ ନିତିନ ଜଣେ ଚଳଚ୍ଚିତ୍ର ଅଭିନେତା ହେବାକୁ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କୁ ଭେଟୁଛନ୍ତି। ନୂଆ ସିନେମା ପାଇଁ କାହାଣୀ ନେଇ ବୁଲୁଥିବା ଜଣେ ନିର୍ଦ୍ଦେଶକଙ୍କୁ ଦିନେ ନାୟକ ଭେଟୁଛନ୍ତି। ନିର୍ଦ୍ଦେଶକ ତାଙ୍କୁ କହୁଛନ୍ତି, ଦୁଇ ରାଜ୍ୟର ସୀମାରେ କୋଟିଆ ବୋଲି ଗୋଟିଏ ଗାଁ ରହିଛି। ଏହି ଗାଁ ଉପରେ ସେ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ସ୍ବାଧୀନତା ପୂର୍ବରୁ ଏହି ଗାଁ ଓଡ଼ିଶାରେ ରହିଥିଲା। ସ୍ବାଧୀନତା ପରେ ଆନ୍ଧ୍ର ଅଧୀନକୁ ଚାଲି ଆସିଛି। ତେଣୁ ବିବାଦ ହୋଇ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଗ୍ରାମବାସୀ ଦୁଇ ରାଜ୍ୟର ଭୋଟର କାର୍ଡ, ଆଧାରକାର୍ଡ ସହ ଅନ୍ୟ ପ୍ରମାଣପତ୍ର ପାଇଛନ୍ତି। କିନ୍ତୁ ଗାଁର ବିକାଶ କରିବାକୁ ଦୁଇ ରାଜ୍ୟ ଭୁଲି ଯାଇଛନ୍ତି। ଏହି ଅବହେଳିତ ଗାଁକୁ କେନ୍ଦ୍ରରେ ରଖି କାହାଣୀ ଗତିଶୀଳ ହେଉଥିବା ନାୟକଙ୍କୁ ବୁଝାଉଛନ୍ତି ନିର୍ଦ୍ଦେଶକ। ସେହିପରି କୋଟିଆବାସୀଙ୍କ ସରଳତାର ସୁଯୋଗ ନେଇ ଚଳଚ୍ଚିତ୍ରର ଖଳନାୟକ କିଭଳି ଅତ୍ୟାଚାର ଦେଇ ନିର୍ମମ ଭାବେ ହତ୍ୟା କରୁଛି ସେମିତି କିଛି ବିଚଳିତ କରିବା ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।

ଯଦିଓ କାଳ୍ପନିକ ବିଷୟବସ୍ତୁକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। କିନ୍ତୁ ଯେଉଁଭଳି ଭାବେ କୋଟିଆର ଛବିକୁ ମଳିନ କରାଯାଇଛି ତାହା ବ୍ୟସ୍ତ କରିବା ଭଳି। କାରଣ କିଛି ମିନିଟ୍‌ର ଦୃଶ୍ୟରେ ଓଡ଼ିଶାର ଅସ୍ତିତ୍ବକୁ ସଂପୂର୍ଣ୍ଣ ଗୌଣ କରି ଦିଆଯାଇଛି। କୋଟିଆରେ ଆନ୍ଧ୍ରର ପ୍ରଭାବକୁ ଯଥାସମ୍ଭବ ବଢ଼ାଇ ଚଢ଼ାଇ ଦେଖାଇବା ପାଇଁ ଚେଷ୍ଟା କରିଛନ୍ତି ଚଳଚ୍ଚିତ୍ରର ନିର୍ଦ୍ଦେଶକ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button