ଓଡିଶା

ଯଦି ସୁନ୍ଦରଗଡ଼ ବିଧାନସଭା ଲଢ଼ନ୍ତି ଜୁଏଲ, କୁସୁମ କରିବେ କଣ? – bajravana

[ad_1]

ଡମ୍ବରୁଧର ନାୟକ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ଦଳ ଏଥର ଲୋକସଭା ପରିବର୍ତ୍ତେ ବିଧାନସଭାରୁ ପ୍ରାର୍ଥୀ କରିବାକୁ ଚାହୁଥିବା କଥା ଚର୍ଚ୍ଚାରେ ରହିଛି। ଦଳ ତାଙ୍କୁ ବଣାଇ ବିଧାନସଭାରେ ପ୍ରାର୍ଥୀ କରିବାକୁ ବିଚାରବିମର୍ଶ ଚଲାଇଥିବା ବେଳେ ସେ ସୁନ୍ଦରଗଡ଼ ବିଧାନସଭାରେ ଲଢ଼ିବାକୁ ମନ ବଳାଇଥିବା କଥା ମଧ୍ୟ ଶୁଣିବାକୁ ମିଳିଛି। ଏହା ମଧ୍ୟରେ ପ୍ରସଙ୍ଗରେ ଜୁଏଲଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି, ‘ଏଥର ଶେଷଥର ପାଇଁ ଲୋକସଭା ଲଢ଼ିବାକୁ ଚାହୁଛି, କିନ୍ତୁ କେନ୍ଦ୍ର ନେତୃତ୍ବ ଯଦି ବିଧାନସଭା ଲଢ଼ିବାକୁ କହନ୍ତି, ତାହେଲେ ଦେଖିବି’। କେନ୍ଦ୍ର ନେତୃତ୍ବଙ୍କ ଇଚ୍ଛା କହି ଜୁଏଲ ବିଧାନସଭା ଲଢ଼ିପାରନ୍ତି ବୋଲି ଯେଉଁ ସଂକେତ ଦେଇଛନ୍ତି, ତାହା ଜିଲ୍ଲା ରାଜନୀତିକୁ ସରଗରମ କରିଛି। ଏ ସ୍ଥିତିରେ ସୁନ୍ଦରଗଡ଼ର ସାଧାରଣ ଜନତାଙ୍କ ଯେଉଁ ପ୍ରଶ୍ନଟି ଆନ୍ଦୋଳିତ କରିଛି, ତାହା ହେଲା, ଯଦି ଜୁଏଲ ସୁନ୍ଦରଗଡ଼ ବିଧାନସଭାରୁ ଲଢ଼ନ୍ତି, ବିଧାୟିକା କୁସୁମ ଟେଟେ ଯିବେ କୁଆଡ଼େ? କୁହାଯାଉଛି, ଦଳ ତାଙ୍କୁ ଲୋକସଭା ପ୍ରାର୍ଥୀ କରିପାରେ। କିନ୍ତୁ କୁସୁମ ସୁନ୍ଦରଗଡ଼ ବିଧାନସଭା ପାଇଁ ଯେଉଁ କ୍ଷେତ୍ର ପ୍ରସ୍ତୁତି ସହ ସଂଗଠନକୁ ମଜଭୁତ କରିଛନ୍ତି, ତାକୁ ଛାଡ଼ି ଲୋକସଭା ଯିବାକୁ ମନ ବଳାଇବେ ନାହିଁ। ତେଣୁ ବିଧାନସଭା ଛାଡ଼ିବା ପ୍ରସ୍ତାବ ଯଦି ଆସେ, ତେବେ ସେ ବିଜେପି ଛାଡ଼ି ପୁଣି ବିଜେଡିକୁ ଯାଇପାରନ୍ତି। ଶୁଣିବାକୁ ମିଳୁଛି, ଏହା ମଧ୍ୟରେ ‌ବିଜେଡିର ୨ ଜଣ ତୁଙ୍ଗ ନେତା ଓ କୁସୁମଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଯାଇଛି। ଏପରିକି କିଛି ଦିନ ତଳେ ସୁନ୍ଦରଗଡ଼ରୁ ସାମାଜିକ ଗଣମାଧ୍ୟମରେ ‘ଘରବାହୁଡ଼ା’ ଶୀର୍ଷକଟି ଭାଇରାଲ ହୋଇଥିଲା। ତାହା କୁସୁମଙ୍କ ଘରବାହୁଡ଼ା ବୋଲି ଲୋକେ ଚର୍ଚ୍ଚା କରିଛନ୍ତି। ଏହା ମଧ୍ୟରେ ରାଜନୈତିକ ମହଲରେ ଉଠିଥିବା ଏକ ଆଲୋଚନା କ୍ରମେ, ତାଙ୍କ ନାମରେ ଆସିଥିବା ଲାଭଦାୟକ ପଦ (ଅଫିସ ଅଫ୍‌ ପ୍ରଫିଟ୍‌) ଓ ମିଥ୍ୟା ସତ୍ୟପାଠ ମାମଲା ଖାରଜ ହେବା ପଛରେ ରାଜ୍ୟ ସରକାରଙ୍କ ବଡ଼ ଭୂମିକା ରହିଥିଲା। କୁହାଯାଉଛି, ତାଙ୍କ ସପକ୍ଷରେ ସରକାରୀ କାଗଜପତ୍ର ସଜାଡ଼ି ଦିଆଯାଇଥିଲା। ଏହା ଯଦି ସତ ହୋଇଥାଏ, ତେବେ କୁସୁମଙ୍କ ଉପରେ ବିଜେଡିର ନଜର ରହିଛି ବୋଲି କୁହାଯାଇପାରେ। ତେବେ ଜୁଏଲ ଆସିଲେ, ସେ ସୁନ୍ଦରଗଡ଼ ବିଧାନସଭା ଟିକଟ ସର୍ତ୍ତରେ ବିଜେଡି ଯିବେ ବୋଲି କୁହାଯାଉଛି। ଯଦି ଏପରି ହୁଏ ତେବେ ସୁନ୍ଦରଗଡ଼ ରାଜନୀତି‌ରେ ଭିନ୍ନ ସମୀକରଣ ଦେଖିବାକୁ ମିଳିବ। କାରଣ ବିଜେଡି କୁସୁମଙ୍କୁ ଗ୍ରହଣ କଲେ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ଜୋରଦାର ପ୍ରସ୍ତୁତି ଚଲାଇଥିବା ଦଳର ସମ୍ଭାବ୍ୟ ବିଧାୟକ ପ୍ରାର୍ଥୀ ଯୋଗେଶ କୁମାର ସିଂ କଡ଼ା ଆହ୍ବାନର ସମ୍ମୁଖୀନ ହେବେ। ଏହା ହେଲେ ୨୦୨୪ରେ ସୁନ୍ଦରଗଡ଼ ବିଧାନସଭା ରାଜନୀତିରେ ପୁଣି କିଛି ରୋଚକ ଓ ଓଲଟପାଟ ଚିତ୍ର ଦେଖିବାକୁ ମିଳିବ। ତେବେ ଏ ହଟଚମଟ ଚର୍ଚ୍ଚା ମଧ୍ୟରେ ସୁନ୍ଦରଗଡ଼ ରାଜନୀତିର କେଉଁ ପାଣି କୁଆଡ଼େ ବହିବ, ତାହା ଏବେଠୁ ଠିକେ ଠିକେ କହିବା ମୁସ୍କିଲ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button