ଅପରାଧ

ପୁଅକୁ ଖରାପ ସଂସ୍କାର ଦେଉଥିଲେ ସ୍ବାମୀ: ପୁଲିସକୁ କହିଲେ ସୂଚନା – bajravana

[ad_1]

ପାଣାଜୀ: ଗତ କିଛି ଦିନ ହେବ ଗୋଆରେ ଜଣେ ମା’ ନିଜ ୪ବର୍ଷର ପୁଅକୁ ହତ୍ୟା କରିବା ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି। ବେଙ୍ଗାଲୁରୁରେ ଏକ ଷ୍ଟାର୍ଟଅପ କମ୍ପାନିର ସିଇଓ ଥିବା ଅଭିଯୁକ୍ତ ସୂଚନା ସେଠ୍ ଏଭଳି କରିଥିବା ଜଣାପଡ଼ିଛି। ପୁଅକୁ ନେଇ ଗୋଆ ଆସିଥିବା ସୂଚନା ପ୍ରଥମେ ହୋଟେଲ ରୁମରେ ପୁଅକୁ ହତ୍ୟା କରିବା ପରେ ମୃତଦେହକୁ ଲଗେଜରେ ଭର୍ତ୍ତି କରି କର୍ଣ୍ଣାଟକ ବାହାରିଥିଲେ। ପୁଅ ସହ ଆସିଥିବା ସୂଚନା ଏକା ହୋଟେଲରୁ ‌ବାହାରିବା ଦେଖି ହୋଟେଲ କର୍ମଚାରୀଙ୍କୁ ସନ୍ଦେହ ହେବାରୁ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଅଧା ବାଟରେ ସୂଚନାଙ୍କୁ ଅଟକାଇ ତାଙ୍କ ଲଗେଜ୍ ଚେକ୍ କରିବା ପରେ ଭିତରେ ତାଙ୍କ ପୁଅର ମୃତଦେହ ମିଳିଥିଲା।

ଏବେ ପଚରାଉଚରା ସହ ସୂଚନାଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରି‌ଏଟ୍ କରିଛି ପୁଲିସ। ଏମଧ୍ୟରେ ସୂଚନା ଆଉ ଏକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, କୋର୍ଟ ଏବଂ ମୋର ପୂର୍ବ ସ୍ୱାମୀ ମୋ ପୁଅର କଷ୍ଟଡି ପାଇଁ ମୋ ଉପରେ ଚାପ ପକାଉଥିଲେ। ମୁଁ ଆଉ ଏ ଚାପକୁ ସହି ପାରିଲି ନାହିଁ। ମୋର ପୂର୍ବ ସ୍ୱାମୀ ମୋ ସହ ହିଂସ୍ର ବ୍ୟବହାର କରିବା ସହିତ ମୋ ପୁଅକୁ ଖରାପ ବ୍ୟବହାର ଶିଖାଉଥିଲେ। ମୁଁ ତାଙ୍କୁ ଗୋଟାଏ ଦିନ ବି ପୁଅର କଷ୍ଟଡି ଦେବାକୁ ଚାହୁଁ ନଥିଲି।

ଏହା ପୂର୍ବରୁ ସୂଚନା ପୁଲିସକୁ କହିଥିଲେ, “ସ୍ବାମୀ ମୋ ପୁଅକୁ ନଭେଟନ୍ତୁ ବୋଲି ମୁଁ ତାକୁ ନେଇ ଗୋଆ ଆସିଥିଲି। ଶନିବାର ସେ ମୋତେ ଫୋନ କରି ରବିବାର ବେଙ୍ଗାଲୁରୁରେ ପୁଅକୁ ଭେଟିବେ ବୋଲି କହିଥିଲେ। ମୁଁ ତାଙ୍କୁ ହଁ କହି ମଧ୍ୟ ଗୋଆ ଚାଲିଆସିଲି। ମୋ ପୁଅର ମୁହଁ ସ୍ବାମୀଙ୍କ ଭଳି ଦିଶୁଥିଲା। ତାକୁ ଦେଖିଲେ ମୋତେ ମୋ ସ୍ବାମୀଙ୍କ କଥା ମନେ ପଡ଼ୁଥିଲା।”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button