ଓଡିଶା

ପୁଲିସ ଏସ୍‌ଆଇ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା; ହାଇକୋର୍ଟଙ୍କ ଜବାବ ତଲବ – bajravana

[ad_1]

କଟକ: ପୁଲିସ ସବ୍ଇନ୍ସପେକ୍ଟର (ଏସ୍‌ଆଇ) ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭି‌େଯାଗ କରି ଦାୟର ମାମଲାରେ ରାଜ୍ୟ ଗୃହ ବିଭାଗ ଓ ‘ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ’କୁ ହାଇକୋର୍ଟ ନୋଟିସ୍ ଜାରି କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁବାସ ସେନାପତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଜାନୁଆରି ୨୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ‘ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ’ ପକ୍ଷରୁ ୨୦୨୧, ଜୁନ ୨୨ରେ ୪୭୭ଟି ପୁଲିସ ଏସଅଇ ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୩, ନଭେମ୍ବର ୨୬ ଓ ଡିସେମ୍ବର ୧୦ରେ ଲିଖିତ ପରୀକ୍ଷା ହୋଇଥିଲା। ୨୦୨୩, ଡିସେମ୍ବର ୨୧ରେ ଲିଖିତ ପରୀକ୍ଷାର ଫଳ ପ୍ରକାଶ ପାଇଥିଲା। ଶାରୀରିକ ପରୀକ୍ଷା ପରେ ଡିସେମ୍ବର ୩୧ରେ ଚୂଡାନ୍ତ ମେଧା ତାଲିକା ‌ବୋର୍ଡ ପକ୍ଷରୁ ପ୍ରକାଶ କରାଯାଇଥିଲା। ଏହି ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ହାଇକୋର୍ଟରେ ଆବେଦନକାରୀ ଏହି ମାମଲା ରୁଜୁ କରିଛନ୍ତି। ଅାବେଦନକାରୀ ଏହି ନିଯୁକ୍ତି ପରୀକ୍ଷାରେ ଅଂଶଗ୍ରହଣ କରିଥିବା ବେଳେ ନଭେମ୍ବର ୨୬ରେ ଖୋର୍ଦ୍ଧାର ଏକ ପରୀକ୍ଷାକେନ୍ଦ୍ରର ପ୍ରଥମ ସିଟିଂରେ ପରୀକ୍ଷକ ପେପର-୧ ବଦଳରେ ଦ୍ୱିତୀୟ ସିଟିଂର ପେପର-୨ ପ୍ରଶ୍ନପତ୍ର ଖୋଲିଦେଇଥିଲେ। ପରେ ସେମାନଙ୍କ ଠାରୁ ପ୍ରଶ୍ନପତ୍ର ଫେରାଇ ନିଅାଯାଇଥିଲା। ସେମାନଙ୍କୁ ଦ୍ୱିତୀୟ ସିଟିଂ ଅାରମ୍ଭ ହେବା ପର୍ଯ୍ୟନ୍ତ ସେଠାରେ ରଖାଯାଇଥିଲା। ପରେ ଦ୍ୱିତୀୟ ସିଟିଂ ପ୍ରାୟ ସାଢେ ଗୋଟାଏ ବେଳେ ଆରମ୍ଭ ହେବାରୁ ପେପର-୨ର ପ୍ରଶ୍ନପତ୍ର ପୁନଃ ଦିଆଯାଇଥିଲା।

ଉକ୍ତ ପରୀକ୍ଷାକେନ୍ଦ୍ରର ପରୀକ୍ଷାର୍ଥୀଙ୍କ ପେପର-୧ ପରୀକ୍ଷା ଆଉ ସେଦିନ କରା ଯାଇ ନଥିଲା। ଡିସେମ୍ବର ୧୦ରେ ପେପର-୧ ପରୀକ୍ଷା କରାଯାଇଥିଲା। ଯେହେତୁ ନଭେମ୍ବର ୨୬ରେ ପ୍ରଥମ ସିଟିଂ ବେଳେ ପେପର-୨ ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ ପ୍ରଥମେ ପ୍ରଦାନ କରାଯାଇଥିଲା ଏବଂ ଏହି ପ୍ରଶ୍ନପତ୍ର କିଛି ସମୟ ପ୍ରାର୍ଥୀଙ୍କ ନିକଟରେ ରହିଥିଲା ତେଣୁ ଏହି କେନ୍ଦ୍ରରୁ ପ୍ରଶ୍ନପତ୍ର ଲିକ ହେବାର ଯଥେଷ୍ଟ ସମ୍ଭାବନା ରହିଥିଲା। କିନ୍ତୁ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ପରୀକ୍ଷା ବାତିଲ କରି ନଥିଲେ। ଅନ୍ୟପଟେ ଲିଖିତ ପରୀକ୍ଷାଫଳ ପ୍ରକାଶ ବେଳେ କଟ୍‌ ଅଫ ମାର୍କ ଧାର୍ଯ୍ୟ ପ୍ରସଙ୍ଗରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଶ୍ୱରଂଜନ ପରମଗୁରୁ ମାମଲା ପରିଚାଳନା କରୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button