ଡିଏଫ୍ଓଙ୍କୁ ଭେଟିଲେ ଗ୍ରାମବାସୀ, ରାସ୍ତା ନିର୍ମାଣ ଅନୁମତି ପାଇଁ ପ୍ରଦାନ କଲେ ଦାବିପତ୍ର – bajravana

[ad_1]
ରାଇରଙ୍ଗପୁର: ରାସ୍ତା ନିର୍ମାଣ ଅନୁମତି ପାଇଁ ତିନି ଗ୍ରାମର ଗ୍ରାମବାସୀ ରାଇରଙ୍ଗପୁର ଡିଏଫ୍ଓଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ଚଢ଼େଇପାହାଡି ଗ୍ରାମ ପଞ୍ଚାୟତୟ ଡାହୁପାଣି ବନ ସୁରକ୍ଷା ସମିତି, ବଡଜିଆଣୀ ବନ ସୁରକ୍ଷା ସମିତି, ଫୁଲବାଡିଆ ବନ ସୁରକ୍ଷା ସମିତି, କିତାବେଡା ବନ ସୁରକ୍ଷା ସମିତି ସଦସ୍ୟ ଏବଂ ଗ୍ରାମବାସୀ ମାନେ ଦୁର୍ଗମ ଜଙ୍ଗଲ ଭିତରେ କାଳାତିପାତ କରୁଛନ୍ତି। ରାସ୍ତା ଖଣ୍ଡେ ନାହିଁ ବୋଲି ଲୋକେ ନାହିଁ ନଥିବା ଅସୁବିଧା ସମେତ ଗର୍ଭବତୀ ମହିଳା, ପଥିକ, ଛୋଟ ବଡ ସ୍କୁଲ ଛୁଆ, ଚାଷୀମାନେ ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ଦୀର୍ଘ ବର୍ଷ ହେଲା ରାସ୍ତା ପାଇଁ ଦାବି କରୁଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାଟିକୁ ଅନ୍ତର୍ଭୁକ୍ତ କରିଥିବାବେଳେ ଠିକାଦାର କାମ ଆରମ୍ଭ କରିଥିଲେ। ହେଲେ ବନ ବିଭାଗ ଜଙ୍ଗଲ ଆଇନ ଅନୁସାରେ କାମକୁ ବନ୍ଦ କରି ଦେଇଛନ୍ତି। ଫଳରେ ରାସ୍ତା ହେବା ଆଶା ମଉଳି ଯାଇଛି। ଏଣୁ ଡ଼ାହୁପାଣି, ବଡଜାରୀ, ଫୁଲବାଡିଆ ଏବଂ କିତାଵେଡା ଗ୍ରାମର ଗ୍ରାମବାସୀ ରାଇରଙ୍ଗପୁର ଡିଏଫଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ଯଥାଶୀଘ୍ର ସମାଧାନ ପାଇଁ ଦାବି କରିଛନ୍ତି।
[ad_2]