ଓଡିଶା

ମାଲକାନଗିରିରୁ ବିମାନ ଉଡ଼ିଲା, ରାଷ୍ଟ୍ରପତିଙ୍କ ସହରରୁ ଉଡ଼ିବ କେବେ? – bajravana

[ad_1]

ଅବହେଳିତ ଅବସ୍ଥାରେ ଇଂରେଜ ଅମଳର ଏୟାରଷ୍ଟ୍ରିପ୍

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ହେଉଛି ଖଣି ଖାଦାନ ବିଶିଷ୍ଟ ଆଦିବାସୀ ବହୁଳ ଅଂଚଳ। ଉପଖଣ୍ଡର ସଦର ହେଉଛି ରାଇରଙ୍ଗପୁର। ଅତୀତରେ ଶିଳ୍ପ ସମୃଦ୍ଧ ଥିଲା ଏହି ବାମନଘାଟୀ ଉପଖଣ୍ଡ। ତେବେ ବର୍ତ୍ତମାନ ଶିଳ୍ପ ବିହୀନ ହୋଇପଡ଼ିଛି। ଉପଖଣ୍ଡରେ ଟାଟାନଗର-ବାଦାମପାହାଡ଼ ରେଳ ଲାଇନ ରହିଛି। ଉକ୍ତ ଲାଇନରେ ମାତ୍ର ୫ଟି ଯାତ୍ରୀବାହୀ ଟ୍ରେନ୍‌ ଚାଲୁଥିବା ବେଳେ ଅନ୍ୟ ସମୟରେ ଗୋରୁମହିଷାଣୀ, ବାଦାମପାହାଡ଼ ଲୁହାଖଣିରୁ ଲୁହାପଥର ପରିବହନ ପାଇଁ ମାଲବାହୀ ଟ୍ରେନ୍‌ ଚଳାଚଳ କରିଥାଏ। ଏହା ବ୍ୟତୀତ ରାଇରଙ୍ଗପୁର ସହରର ଦେଇ ରାଂଚି-ବିଜୟବାଡା ୨୨୦ ନମ୍ବର ଜାତୀୟ ରାଜପଥ ଯାଇଛି।

ରାଇରଙ୍ଗପୁର ସହରଠାରୁ ମାତ୍ର ୪ କି.ମି ଦୂର ଅତିକ୍ରମ କଲେ ଦାଣ୍ଡବୋଷ ଗ୍ରାମ ଓ ସେଠାରୁ ବାମରେ ପଶ୍ଚିମ ଦିଗକୁ ୨ କି.ମି ଗଲେ ପଡ଼େ ବ୍ରିଟିଶ୍ ଅମଳର ଦାଣ୍ଡବୋଷ ଏୟାରଷ୍ଟ୍ରିପ୍ (ବିମାନ ଅବତରଣ କେନ୍ଦ୍ର)। ଉକ୍ତ ଏୟାରଷ୍ଟ୍ରିପ୍‌ଟି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପରେ ନିର୍ମାଣ ହୋଇଥିବାର କୁହନ୍ତି ଏଠାରେ ବସବାସ କରୁଥିବା ଅଂଚଳବାସୀ ଲୋକେ। ଉକ୍ତ ଏୟାଷ୍ଟ୍ରିପ୍‌ଟି ୬୧ ଏକର ପରିମିତ ଜାଗାର ଅବସ୍ଥିତ। ତେବେ ଏନେଇ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ରାଇରଙ୍ଗପୁର ଡିଭିଜନରେ ଏୟାରଷ୍ଟ୍ରିପ୍ ସମ୍ବନ୍ଧୀୟ କୌଣସି ତଥ୍ୟ ନାହିଁ। ପୂର୍ବରୁ ବାମନଘାଟୀ ଉପଖଣ୍ଡର ଗୋରୁମହିଷାଣୀ, ବାଦାମପାହାଡ଼ ଓ ସୁଲେଇପାଟଠାରେ ଟିସ୍କୋ କମ୍ପାନିର ଅସ୍ଥାୟୀ ଉଡାଜାହାଜ ଅବତରଣ ପାଇଁ ପଡ଼ିଆ ଥିଲା। ଟିସ୍କୋ କମ୍ପାନିର ପଦାଧିକାରୀମାନେ ସେହି ସମୟରେ କେବେ କେବେ ଉଡ଼ାଜାହାଜରେ ଯିବା ଆସିବା କରୁଥିଲେ। ଉପଖଣ୍ଡରେ ୩ଟି ବଡ଼ବଡ଼ ଲୁହାପଥର ଖଣି ସମେତ ମୋଟ୍ ୧୧ଟି ଲୁହାପଥର ଓ ମାଙ୍ଗାନିଜ୍ ଖଣି ମଧ୍ୟ ରହିଛି।

ଜିଲ୍ଲାର ଭୌଗଳିକ ବିଶାଳତା ତଥା ସାମଗ୍ରିକ ଉନ୍ନତି ଦୃଷ୍ଟି କୋଣରୁ ରାଇରଙ୍ଗପୁର ସହର ନିକଟସ୍ଥ ଦାଣ୍ଡବୋଷ ଏୟାରଷ୍ଟ୍ରିପକୁ କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନାରେ ସାମିଲ ହୋଇ ବିମାନ ସେବା ଆରମ୍ଭ ହେଲେ ବାମନଘାଟୀ ଅଂଚଳର ବହୁ ଲୋକ ବିଶେଷ ଭାବେ ଉପକୃତ ହୋଇପାରିବେ। ଉକ୍ତ ଏୟାରଷ୍ଟ୍ରିପ୍ ସମ୍ପୂର୍ଣ ଭାବେ କାର୍ଯ୍ୟକ୍ଷମ ହେଲେ ବାହାରୁ ଶିଳ୍ପପତି, ଖଣିଖାଦାନ ସହ ସମ୍ପୃକ୍ତ ବ୍ୟବସାୟୀ, ଶିଳ୍ପପତି, କେନ୍ଦ୍ରୀୟ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀଙ୍କ ସମେତ ଦେଶବିଦେଶରେ ଚାକିରି କରୁଥିବା ବ୍ୟକ୍ତି ଓ ଉଚ୍ଚଶିକ୍ଷା ପାଇଁ ଦେଶ ବିଦେଶକୁ ଛାତ୍ରଛାତ୍ରୀମାନେ ଯିବାଆସିବା କରିବାରେ ସୁବିଧା ପାଇଇପାରିବେ। ଏହାବ୍ୟତୀତ ପର୍ଯ୍ୟଟନ ଦୃଷ୍ଟିରୁ ପର୍ଯ୍ୟଟକମାନେ ବିଶ୍ୱ ବିଖ୍ୟାତ ଶିମିଳିପାଳ ତଥା ଜିଲ୍ଲାର ପ୍ରସିଦ୍ଦ ଖିଚିଂ ଓ ବହଳଦାର ମାଆ କିଚକେଶ୍ୱରୀ ମନ୍ଦିର ସମେତ ଜିଲ୍ଲାର ବିଭିନ୍ନ ଦର୍ଶନୀୟ ସ୍ଥାନକୁ ବହୁ କମ୍ ସମୟ ମଧ୍ୟରେ ବୁଲିବାର ସୁଯୋଗ ପାଇପାରିବେ। ଅନ୍ୟ ସବୁ କ୍ଷେତ୍ରରେ ମଧ୍ୟ ଅଂଚଳର ଉନ୍ନତି ହୋଇପାରିବ। ଏଣୁ କେନ୍ଦ୍ର ସରକାର ଏଦିଗରେ ଏହାର ଉଚିତ୍ ସର୍ଭେ କରି ଦାଣ୍ଡବୋଷ ଏୟାରଷ୍ଟ୍ରିପ୍ର ଅଧିନିକୀକରଣ ସହିତ ଉଡାନ୍ ଯୋଜନାରେ ଯଥାଶୀଘ୍ର ବିମାନ ସେବା ଆରମ୍ଭ କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି ହୋଇାଆସୁଛି।

ତେବେ ଗତ ମାର୍ଚ୍ଚ ୨୦୨୨ ରେ ଦାଣ୍ଡବୋଷ ଏୟାଷ୍ଟ୍ରିପ୍‌କୁ ଉଡାନ୍ ଯୋଜନାରେ ସାମିଲ କରାଯାଇଥିବା ନେଇ ଘୋଷଣା କରାଯାଇଥିଲା। ମୟୂରଭଂଜ ଜିଲ୍ଲାରେ ବର୍ତ୍ତମାନ ବିଜେପି ଦଳ ବହୁମତ ପାଇ ଶାସନ କରୁଛି। ଏହି ଜିଲ୍ଲାରେ ଜନ୍ମିତ ଝିଅ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ଅଛନ୍ତି। ଏଥି ସହିତ ଜିଲ୍ଲାରେ ବିଶ୍ବେଶ୍ୱର ଟୁଡୁଙ୍କ ଭଳି କେନ୍ଦ୍ରମନ୍ତ୍ରୀ ଥିବାରୁ କେନ୍ଦ୍ର ସରକାରଙ୍କ ଉଡାନ୍ ଯୋଜନାରେ ଯଥାଶୀଘ୍ର ବିମାନ ସେବା ଆରମ୍ଭ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ସୂଚନାଯୋଗ୍ୟ ଯେ ଦାଣ୍ଡବୋଷ ଏୟାରଷ୍ଟ୍ରିପ୍ଟି ସମୁଦ୍ର ପତନଠାରୁ ୮୫୩ ଫୁଟ୍ ଉଚ୍ଚରେ ରହିଛି। ରାଇରଙ୍ଗପୁର ତହସିଲର ମୁର୍ଗାଘୁଟୁ ମୌଜାର ଖାତା ନଂ ୯୮ରେ ମୋଟ୍ ୬୧ ଏକର ୧ ଡେସିମିଲ୍ ପରିମିତ ଜମିରେ ଏହି ଏୟାରଷ୍ଟ୍ରିପ୍ ରହିଛି। ରାଇରଙ୍ଗପୁର ସହରଠାରୁ ଦାଣ୍ଡବୋଷ ଏୟାରଷ୍ଟ୍ରିପ୍ ପିଚୁ ରାସ୍ତା ମଧ୍ୟ ରହିଛି। ପୂର୍ବରୁ ଏହି ଏୟାରଷ୍ଟ୍ରିପ୍ର ରନୱେ ସମତଳ ମାଟି ପଡ଼ିଆ ଥିଲା । ଏୟାରଷ୍ଟ୍ରିପ୍ ଚାରିପଟେ କୌଣସି ସୁରକ୍ଷା ବାଡ଼ ମଧ୍ୟ ନଥିଲା। ଏହାର ଦୈର୍ଘ୍ୟ ୭୫୦ ମିଟର ଥିଲା ଓ ପରେ ଏୟାରଷ୍ଟ୍ରିପ୍‌ର ଅନେକ ଉନ୍ନତିମୂଳକ କାର୍ଯ୍ୟ ହେବାପରେ ରନୱେ ୮୮୮ ମିଟର ହୋଇଥିବା ବେଳେ ବର୍ତ୍ତମାନ ସମ୍ପ୍ରସାରଣ ପରେ ୪୮୪ ମିଟର ଅଧିକ ଦୈର୍ଘ୍ୟ ହୋଇ ୧୩୭୨ ମିଟର ରନୱେ କରାଯାଇଛି। ୧୫ ମିଟର ଓସାର ବିଶିଷ୍ଟ ପିଚୁରେ ନିର୍ମାଣ କରାଯାଇଛି । ମୋଟ୍ ୧ କୋଟି ୬୫ ଲକ୍ଷ ଟଙ୍କା ବିନିମୟରେ ଏହି ସମ୍ପ୍ରସାରଣ ଓ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି। ତାସହିତ ଉଭୟ ପାର୍ଶ୍ୟରେ ୧୪୦୦ ମିଟର ଦୈର୍ଘ୍ୟର ପାଚେରୀ ନିର୍ମାଣ କରାଯାଇଥିବା ବେଳେ ରନୱେର ପାଚେରୀ ନିର୍ମାଣ ହୋଇଥିବା ବେଳେ ଏୟାରଷ୍ଟ୍ରିପ୍ ମଧ୍ୟରେ ଏକ ବିଶ୍ରାମଗାର ରହିଛି। କୌଣସି ଉଚ୍ଚପଦସ୍ଥ ଅଧିକାରୀଙ୍କ ଅବତରଣ ପରେ ସେଠାରେ ଆବସ୍ୟକ ବ୍ୟବସ୍ଥା କରାଯାଇଥାଏ। ବର୍ତ୍ତମାନ ଉକ୍ତ ଏୟାରଷ୍ଟ୍ରିପ୍‌ରେ ମାତ୍ର ଜଣେ ଜଗୁଆଳି ଦାୟିତ୍ୱରେ ରହିଥିବା ଦେଖିବାକୁ ମିଳେ। ତେବେ କେନ୍ଦ୍ର ସରକାରଙ୍କ ଉଡାନ୍ ଯୋଜନାରେ କେବେଠାରୁ ବିମାନ ସେବା ଆରମ୍ଭ ହେବ ତାହା ଦେଖିବାକୁ ବାକି ରହିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button