ଓଡିଶା

ଜୀବନ ଏଠି ଅଭିଶାପ ପାଲଟିଛି! ଅଜଣା ରୋଗରେ ପୀଡିତ Rebatiଙ୍କ କାହାଣୀ ଶୁଣି ଆପଣଙ୍କ ଆଖିରେ ଲୁହ ଆସିଯିବ

ମଣିଷ ଭଳି ମଣିଷଟେ ନ ବନେଇ ଭଗବାନ ଦାଉ ସାଧିଲେ । ଦେହ ସାରା ଲୋମ, ବିକୃତ ଚେହେରା ଦେଇ ଜନ୍ମ ତ ଦେଇ ଦେଲେ, ହେଲେ ଏବେ ଜୀବନ ୟାଙ୍କ ପାଇଁ ଅଭିଶାପ ପାଲଟି ଯାଇଛି । ଲୋକଲଜ୍ଜ୍ୟା, ଟାହି ଟାପରା ଶୁଣାଉ ଥିବା ସମାଜରେ ଯେ ଜୀବନଟା କେତେ କଷ୍ଟରେ ବିତେ ସେ କଥା କେବଳ ରେବତୀ ହିଁ ଜାଣିଥିବେ ।

ରେବତୀ କୋହଁର 5 ବର୍ଷ ତଳେ ଯେପରି ଦୁର୍ଦିନରେ ଜୀବନ ବିତୁଥିଲା ଆଜି ବି ସେଥିରେ କିଛି ବିଶେଷ ପରିବର୍ତ୍ତନ ହୋଇନି । ବୌଦ୍ଧ ଜିଲ୍ଲା ହରଭଙ୍ଗା ଉପାନ୍ତ ଅଞ୍ଚଳରେ ସେହି ଭଙ୍ଗା କୁଡିଆ ସହ ଗରିବୀର ଭାଗ୍ୟ ଧରି ଆଜି ବି ମୁଠାଏ ଚାଉଳ ପାଇଁ ସଂଘର୍ଷ କରୁଛନ୍ତି ରେବତୀ । ହାଣ ଦର୍ଶକ ବନ୍ଧୁ ସେଦିନ ଆଉ ଆଜିର ଦିନ ଭିତରେ ଟିକେ ଫରକ ରହିଛି ସତ । ଦେହରେ ଲୋମ ନାହି ଚେହେରା ଟିକେ ସ୍ଵାଭାବିକ ଅବସ୍ଥାକୁ ଆସିବାକୁ ଲାଗିଲାଣି । ହେଲେ ଏଥିରେ ଖୁସି ହେବାକୁ ତାଙ୍କ ପାଖରେ ସୁଯୋଗ ବି ନାହି । କାହିଁକି ତାଙ୍କର ଏକମାତ୍ର ସାହାରା ତାଙ୍କ ବାପା-ଆମ ଆଉ ଦୁନିଆରେ ନାହାନ୍ତି । ଏମିତିରେ ଜୀବନ ବଞ୍ଚାଇବା ତାଙ୍କ ପକ୍ଷେ ଏକ ପ୍ରକାରର ଅସମ୍ଭବ ହୋଇ ପଡିଲାଣି । ଶାରୀରିକ ବିକୃତି କାରଣରୁ କାମ ମିଳୁ ନାହି ।

ସେଥିଲାଗି ଗାଁ ଲୋକଙ୍କ ଗାଈ ଚରାଇ ଯେଉଁ ଦି ଗଣ୍ଡା ଖାଇବାକୁ ମିଳୁଛି ସେଥିରେ ଚଳି ଯାଉଛନ୍ତି । ମୁଣ୍ଡ ଉପର ସାହାରା ଯିବା ପରେ ସ୍ଥିତି କଣ ହୁଏ ତାହା ରେବତୀଙ୍କ ଠାରୁ ଜଣା ପଡୁଛି । ଜାତୀୟ ଗଣମାଧ୍ୟମରେ ରେବତୀଙ୍କ ଖବର ପ୍ରସାର ହେବା ପରେ ପ୍ରଶାସନ ତତ୍ପରତା ସହ ତାଙ୍କର ଚିକିତ୍ସା ତ କରାଇଦେଲା ହେଲେ ମାମଲା ଲୋକ ଚର୍ଚ୍ଚାରୁ ଓହରିବା ପରେ କିଛି ଦିନ ଚିକିତ୍ସା କରି ତାଙ୍କୁ ଏବେ ଘରକୁ ଫେରାଇ ଦେଇଛି ।

ସୁସ୍ଥ ହେବା ପାରେ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ଏବେ ନିଆଁରେ ପଡିଛି । ଚିକିତ୍ସା ପରେ ମେଡ଼ିସିନର ଆବଶ୍ୟକ ରହିଥିବା ବେଳେ ଏବେ ଅର୍ଥ ଅଭାବରୁ ସେତିକି ଖାଇପାରୁ ନାହାନ୍ତି ରେବତୀ । ସରକାରୀ ସାହାଜ୍ଯ କହିଲେ ମାସକୁ 35 କିଲୋ ଚାଉଳ ସହ 500 ଟଙ୍କା ଭଟ୍ଟା । ଘର କଥା ତ ସ୍ଵପ୍ନ ପଲାତିଲାଣି । ବାରମ୍ବାର ହାରି ଗୁହାରି କରି ଥକି ଯିବା ପରେ ଏବେ ଘର ପାଇବା ଆସା ଛାଡି ଏଠାରେ ନିସଙ୍ଗ ଜୀବନ ବଞ୍ଚୁଛନ୍ତି ରେବତୀ ।

ଯେଉଁ ବୟସରେ ସଂସାର କରିବା କଥା ସେଠାରେ ଏକାକୀ ଜୀବନ ବିତାଉଛନ୍ତି ରେବତୀ । ତାଙ୍କ ଦୁଖରେ କେହି ସହଭାଗୀ ହେଉଛନ୍ତି ନା ସାହାଜ୍ଯ କରିବାକୁ କେହି ଆଗେଇ ଆସୁଛନ୍ତି । ଆଜିର ସମୟରେ ଏଭଳି ମଣିଷ କେମିତି ବଞ୍ଚୁଛି ସତରେ ଦେଖିଲେ ଛାତି ଫାଟି ପଡିବ । ଦଇବର ଦୁଖ ସାଙ୍ଗକୁ ପ୍ରଶାସନର ଅବହେଳା ଏବେ ତାଙ୍କ ଜୀବନକୁ ନର୍କରେ ପରିଣତ କରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ରେବତୀ ଙ୍କ ଜୀବନ କାହାଣୀ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button