ଓଡିଶା

ଜାନୁଆରି ୬ରେ ଓଡ଼ିଶା ଆସିବେ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର – bajravana

[ad_1]

ମିସନ୍ ଶକ୍ତି ନାମରେ ହରିଲୁଟ୍ କରୁଛନ୍ତି ସରକାର: କଂଗ୍ରେସ

ଭୁବନେଶ୍ବର:  ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ନିମନ୍ତେ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ପୂର୍ବତନ ସାଂସଦ ଡ. ଅଜୟ କୁମାରଙ୍କର ଆସନ୍ତା ଜାନୁଆରି ୬ ତାରିଖରୁ ୮ ତାରିଖ ୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଡ. ଅଜୟ କୁମାର ୬ ତାରିଖ ଦିନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପଂହଚିବା ପରେ ତାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନ ପର୍ଯ୍ୟନ୍ତ ଅଣାଯିବ। ପରେ କଂଗ୍ରେସ ଭବନ ଠାରେ ଡ. କୁମାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ଉକ୍ତ ଦିନ ଦିବା ଘ. ୧୨.୩୦ ମି. ସମୟରେ ପିସିସି କାର୍ଯ୍ୟାଳୟ ଠାରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଏବଂ ଅପରାହ୍ନ ୪ ଘଂଟା ସମୟରେ ପିସିସି ପଲିଟିକାଲ ଆଫେୟାର୍ସ କମିଟି ବୈଠକ ଓ ସନ୍ଧ୍ୟା ୬ ଘଟିକା ସମୟରେ ୨୦୧୭ ଓ ୨୦୨୨ ନିର୍ବାଚନର ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଓ ଏନ୍‌.ଏ.ସି /ମ୍ୟୁନିସ୍‌ପାଲଟି/ ମହାନଗର ନିଗମର ନିର୍ବାଚିତ କାଉନ୍‌ସିଲର/ କର୍ପୋରେଟରମାନଙ୍କ ବୈଠକରେ ଡ. ଅଜୟ କୁମାର ଯୋଗଦେବେ।

ସେହିପରି ଜାନୁଆରୀ ୭ ତାରିଖ ଦିନ ଡ. କୁମାର ଦିବା ୧୦ ଘଂଟା ସମୟରେ ପିସିସି ଇସ୍ତାହାର କମିଟି, ପ୍ରଚାର କମିଟି, ପ୍ରୋଗ୍ରାମ ଇମ୍ପ୍ଲିମେଂଟେସନ, ପବ୍ଲିସିଟି ଓ ପବ୍ଳିକେସନ କମିଟିର ଅଧ୍ୟକ୍ଷ ମାନଙ୍କର ବୈଠକରେ ଯୋଗଦେବେ। ଘ. ୧୧.୦୫ ମି. ସମୟରେ ଡ. ଅଜୟ କୁମାର ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେବେ, ଘ. ୧୧.୩୦ମି. ସମୟରେ ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି ମାନଙ୍କର ବୈଠକ, ୩ ଘଂଟା ସମୟରେ ରାଜ୍ୟ ସାମ୍ମୁଖ୍ୟ ସଂଗଠନର ମୁଖ୍ୟ, ୪ ଘଂଟା ସମୟରେ ସମସ୍ତ ପ୍ରଦେଶ କଂଗ୍ରେସ ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟମାନଙ୍କ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପରେ ୫ ଘଂଟା ଠାରୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କ ସହ ଆଲୋଚନା କରିବେ। ପରେ ସନ୍ଧ୍ୟା ୭ ଘଂଟା ସମୟରେ ଡ. ଅଜୟ କୁମାର ଶ୍ରୀ ଜଗନ୍ନାଥ ଦର୍ଶନ ନିମନ୍ତେ ପୁରୀ ଅଭିମୁଖେ ଯାତ୍ରା କରିବେ ଏବଂ ୮ ତାରିଖ ସକାଳେ ଓଡ଼ିଶାରୁ ପ୍ରତ୍ୟାବର୍ତନ କରିବା କାର୍ଯ୍ୟକ୍ରମ ରହିଛି।

ରାଜ୍ୟ ସରକାର ମିସନ୍ ଶକ୍ତି ନାମରେ କରୁଛନ୍ତି ହରିଲୁଟ୍। ଏଭଳି ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ। କଂଗ୍ରେସ ମୁଖପାତ୍ର ସଦର୍ଶନ ଦାସ କହିଛନ୍ତି ମିସନ ଶକ୍ତି ଜରିଆରେ ରାଜ୍ୟର ୭୦ ଲକ୍ଷ୍ୟ ମହିଳାଙ୍କୁ ସଶକ୍ତ କରାଯାଉଥିବା ନେଇ ସରକାର ତଥ୍ୟ ଦେଉଥିବା ବେଳେ ମାତ୍ର ୬ଲକ୍ଷ୍ୟ ମହିଳାଙ୍କୁ କାମ ଯୋଗାଇଥିବା ନେଇ ତଥ୍ୟ ରହିଛି। ଆଉ ବାକି ୬୪ ଲକ୍ଷ୍ୟ ମହିଳାଙ୍କ ତଥ୍ୟ କାହିଁଙ୍କି ଦେଉନାହାଁନ୍ତି ସରକାର ବୋଲି ପ୍ରଶ୍ନ କରିଛି କଂଗ୍ରେସ।

ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକରେ ଚମାଲ ଗାଁ ପଞ୍ଚାୟତର ୩ଟି ଏସଏଜି ଗ୍ରୁପର ୩୦ ମହିଳାଙ୍କୁ ଠକେଇ ହୋଇଥିବା ନେଇ ଅଭିଯୋଗ କରିଛି କଂଗ୍ରେସ। ଗାଁର ୩୦ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ନେଇ ମିସନ୍ ଶକ୍ତି ଅଧିନରେ ଥିବା ଜୀବିକା ମିସନ୍‌ରେ ୩୦ଟି ଗାଈ ଦିଆଯାଇଥିଲା। ଗାଈ ଦିଆଯିବା ବେଳେ ମହିଳାମାନଙ୍କୁ କୁହାଯାଇଥିଲା ପ୍ରତି ଗାଈ ୧୦ ଲିଟର ଖୀର ଦେଉଛି। ସେହି ଖୀରକୁ ବିକି ମହିଳାମାନେ ସ୍ୱାବଲମ୍ଭୀ ହୋଇପାରିବେ। ମାତ୍ର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଥିଲା। ମହିଳାମାନଙ୍କୁ ଯୋଗାଇ ଦିଆଯାଇଥିବା ଗାଇଗୁଡିକ ଖୀର ଦେଉନଥିବା ବେଳେ ମହିଳାମାନଙ୍କର ଗାଇକୁ ଖାଦ୍ୟ ଦେବାରେ ଖର୍ଚ୍ଚ ବଢିଚାଲିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button