ଓଡିଶା

ସୋରଡ଼ା ଜଳଭଣ୍ଡାର ବିସ୍ଥାପନ: ଅନ୍ତ ହେବ ୧୨୭ ବର୍ଷର ସଂଘର୍ଷ – bajravana

[ad_1]

୬ ପଞ୍ଚାୟତର ୨୨ ଗାଁର ‌ବାସ୍ତୁହରା ପାଇବେ ଜମିପଟ୍ଟା

ବ୍ରହ୍ମପୁର: ଜମିଜମା ସମସ୍ୟା ସମାଧାନ ଦିଗରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବିସ୍ଥାପିତ ପରିବାର ଦୀର୍ଘବର୍ଷ ହେଲା ତାଙ୍କର ଜମିପଟ୍ଟା ପାଇପାରୁ ନଥିଲେ। ୫-ଟି ସଚିବ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ଅଭିଯୋଗ ଶୁଣିବା ପରେ ତାହା ଏବେ ସମାଧାନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ଦ୍ବାରା ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ୍‌ର ୬ଟି ପଞ୍ଚାୟତବାସୀ ମଧ୍ୟ ଉପକୃତ ହେବେ। ସୋରଡ଼ା ଡ୍ୟାମ୍‌ ନିର୍ମାଣ ସମୟରେ ଜମି ହରାଇଥିବା ବିସ୍ଥାପିତ ପରବର୍ତ୍ତୀ ସମୟରେ ବ୍ୟବହାର ହୋଇ ନଥିବା ଜମି ନିଜ ଦଖଲରେ ରଖିଥିଲେ। କିନ୍ତୁ ଜମିପଟ୍ଟା ପାଇବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏବେ ୬ଟି ପଞ୍ଚାୟତର ପ୍ରାୟ ୮୫୦ ପରିବାର ତାଙ୍କର ଘରବାରି ପଟ୍ଟା ଓ ଚାଷଜମି ପଟ୍ଟା ପାଇବା ଆଶା ଉଜ୍ଜୀବିତ ହୋଇଛି।

ବ୍ରିଟିସ୍‌ ଶାସନ ଅମଳରେ ୧୮୯୬ ମସିହାରେ ଗଞ୍ଜାମ ଜିଲ୍ଲାର ସୋରଡ଼ାରେ ଏକ ଜଳଭଣ୍ଡାର ନିର୍ମାଣ ପାଇଁ ଯୋଜନା ହୋଇଥିଲା। ଏଥିପାଇଁ ସୋରଡ଼ା ବ୍ଲକ୍‌ର ୬ଟି ପଞ୍ଚାୟତ ୨୨ଟି ଗାଁର ଲୋକ ପ୍ରଭାବିତ ହେବା ସହିତ ଜମି ଅଧିଗ୍ରହଣ ପାଇଁ ନିଷ୍ପତ୍ତି ହୋଇଥିଲା। ସୋରଡ଼ା ବ୍ଲକ୍‌ର ସରାବାଡ଼ି, ଗୋପାଳପୁର ଶାସନ, ଅମୃତୁଲୁ, କରସିଙ୍ଗି, ହିଞ୍ଜଳକୁଦା, ହୁକୁମା ପଞ୍ଚାୟତ ଅଧୀନରେ ରହିଥିବା ୨୨ଟି ଗାଁର ଲୋକ ଜମି ହରାଇଥିଲେ। ଜଳଭଣ୍ଡାର ପାଇଁ ପ୍ରାୟ ୪ହଜାର ୩୬୩ ଏକ ଜମି ଆବଶ୍ୟକ ପଡ଼ିବ ବୋଲି ଡିପିଆର୍‌ ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ୨୨ଟି ଗାଁର ଲୋକଙ୍କ ପ୍ରାୟ ୬ହଜାର ୬୦ଖଣ୍ଡ ଜମିକୁ ମିଶାଇ ମୋଟ ୪ହଜାର ୩୬୨ ଏକର ଜମି ଅଧିଗ୍ରହଣ କରାଯାଇଥିଲା। କିନ୍ତୁ ଜଳଭଣ୍ଡାରରେ ୨ହଜାର ୪୩୮ ଏକର ଜମି ବିନିଯୋଗ ହୋଇପାରି ଥିଲା। ପ୍ରାୟ ୧ହଜାର ୯୨୩ ଏକର ଜମି ବ୍ୟବହାର ନହୋଇ ପଡ଼ି ରହିଥିଲା। ଏଣୁ ପୂର୍ବଭଳି ‌ଯିଏ ଯାହାର ଜମି ଦଖଲ କରି ଚାଷବାସ କରିବା ସହିତ ଘର କରିଥିଲେ। ପରବର୍ତ୍ତୀ ସମୟରେ ସେହି ଜମି ରାଜସ୍ବ ବିଭାଗ ଅଧୀନକୁ ଚାଲି ଯାଇଥିଲା। ଯେହେତୁ ଜମି ସରକାରୀ କାର୍ଯ୍ୟରେ ବ୍ୟବହାର ହୋଇ ନାହିଁ, ତାହା ପ୍ରକୃତ ମାଲିକଙ୍କୁ ବିସ୍ଥାପିତ ନୀତି ଅନୁସାରେ ଫେରସ୍ତ କରିବାକୁ ଗ୍ରାମବାସୀ ଦାବି କରିଥିଲେ। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରାଯାଇଥିଲା। ହେଲେ ତାହା ଦୀର୍ଘବର୍ଷ ହେଲା ସମାଧାନ ହେଉ ନଥିଲା। ଇତି ମୁଖ୍ୟମନ୍ତ୍ରୀ ଏହି ସମସ୍ୟା ସମାଧାନ ହେବ ବୋଲି ଘୋଷଣା କରିଛନ୍ତି। ଫଳରେ ବିସ୍ଥାପିତ ପରିବାର ତାଙ୍କର ଜମିପଟ୍ଟା ପାଇବେ ବୋଲି ଆଶା କରାଯାଉଛି।

ସେହିପରି ଜମିପଟ୍ଟା ପ୍ରଦାନ ସମୟରେ ଧାର୍ଯ୍ୟ କରାଯାଇଥିବା ନିୟମ କୋହଳ କରିବାକୁ ବିସ୍ଥାପିତ ଚାଷୀ ବସନ୍ତ ସ୍ବାଇଁ ଦାବି କରିଛନ୍ତି। ଜମିପଟ୍ଟା ଦେବା ସମୟରେ ସରକାରୀ ଚାକିରିଆ, ‌ପେନସନ୍‌ଭୋଗୀ, ବାର୍ଷିକ ୧ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କୁ ବାଦ୍‌ ଦିଆଯାଉଛି। ସେହିପରି ଯାହାର ଯେତିକି ଜମି ଯାଇଥିଲା, ତାହା ଦିଆଯାଉ ନାହିଁ। ଘରବାରି ପାଇଁ ୪ଡେସିମିଲ୍‌ ଜମିର ପଟ୍ଟା ଦିଆଯାଉଥିବା ବେଳେ ଚାଷ ପାଇଁ ୧ଏକର ଜମିପଟ୍ଟା ଦିଆଯାଉଛି। ଏହି ନିୟମକୁ କୋହଳ କରି ସମସ୍ତଙ୍କୁ ନିଜର ଜମି ଫେରସ୍ତ କରିବାକୁ ସେ ଦାବି କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button