ଓଡିଶା

ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ଓ ସମ୍ମାନ ସୁନିଶ୍ଚିତ କରିଛି ସ୍ୱଚ୍ଛ ଭାରତ ଅଭିଯାନ: ହିତାଧିକାରୀ – bajravana

[ad_1]

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ମିଶନ ଗ୍ରାମାଞ୍ଚଳ ମହିଳାଙ୍କ ସ୍ବାସ୍ଥ୍ୟ ରକ୍ଷା କରିବା ସହ ସେମାନଙ୍କ ସମ୍ମାନ ସୁନିଶ୍ଚିତ କରିଛି। କେନ୍ଦ୍ର ସରକାରଙ୍କ ଠାରୁ ସହାୟତା ପାଇ ଗ୍ରାମୀଣ ମହିଳାମାନେ ସେମାନଙ୍କ ଘର ପାଖରେ ପାଇଖାନା ନିର୍ମାଣ କରିଛନ୍ତି। ସେମାନଙ୍କୁ ଆଉ ବାହାରକୁ ଖୋଲାରେ ଶୌଚ ହେବାକୁ ଯିବାକୁ ପଡ଼ୁନାହିଁ। ଏହା ସେମାନଙ୍କ ପାଇଁ ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିଛି ବୋଲି ସ୍ୱଚ୍ଛ ଭାରତ ଅଭିଯାନର ମହିଳା ହିତାଧିକାରୀମାନେ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ନିକଟରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍‌ ଲୁବେନଗଡ଼ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇ ସ୍ବଚ୍ଛ ଭାରତ ଅଭିଯାନର ମହିଳା ହିତାଧିକାରୀ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସ୍ୱଚ୍ଛ ଭାରତ ମିସନ ସେମାନଙ୍କ ଗାଁ ପରିମଳରେ ସୁଧାର ଆଣିଥିବା ହିତାଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୪ ଅକ୍ଟୋବର ୨ ତାରିଖ, ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ମିଶନ ଅଧୀନରେ ଦେଶର ୮୫ ପ୍ରତିଶତ ଗ୍ରାମ ଖୋଲା ଶୌଚ ମୁକ୍ତ–ଓଡିଏଫ୍‌ ପ୍ଲସ୍‌ ହୋଇସାରିଛି। ସ୍ୱାସ୍ଥ୍ୟ ଓ ଜୀବନ ରକ୍ଷା କ୍ଷେତ୍ରରେ ସ୍ୱଚ୍ଛ ଭାରତ ମିସନର ସଫଳତାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button