ଓଡିଶା

ପାଣି ଭଳି ଅର୍ଥ ଖର୍ଚ୍ଚ ହେଉଛି, ବିକାଶ ଅସଜଡ଼ା: ହଇଜାର ଉପତ୍ୟକା ପାଲଟିଛି କାଶୀପୁର – bajravana

[ad_1]

ନିରାକରଣ ନାହିଁ, ପ୍ରତିବର୍ଷ ଗଡ଼ୁଛି ମୁଣ୍ଡ, ୨୦୦ରୁ ଊର୍ଦ୍ଧ୍ବ ଗାଁରେ ନାହିଁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା

ପ୍ରେମେନ୍ଦ୍ର ପରିଚ୍ଛା

ରାୟଗଡ଼ା: ରାଉରକେଲାରେ ହଇଜା ବ୍ୟାପିଲା। ରାଜ୍ୟ ସରକାର ତୁରନ୍ତ କାଶୀପୁର କଥା ମନେ ପକାଇଦେଲେ। ସେ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଗଲା। ଏଇଥିପାଇଁ ଯେ ଦଶନ୍ଧି ତଳର ଏଠାକାର ହଇଜା ଓଡ଼ିଶାକୁ ଢେର୍ ଅପମାନିତ କରିଛି। କୌତୂହଳ କଥା ହେଉଛି, ଓଡ଼ିଶା ବିକାଶ ରାସ୍ତାରେ ଢେର୍ ଆଗେଇ ଯାଇଛି। ହେଲେ ହଇଜା ପ୍ରବଣ ବହୁଚର୍ଚ୍ଚିତ କାଶୀପୁର ଅଞ୍ଚଳ ସେ ତୁଳନାରେ ଢେର୍ ପଛରେ। ଡାଇରିଆ କମିବା ପରେ ସରକାରଙ୍କ ସବୁ ଘୋଷଣା ଯେମିତି ଏଠି କାଗଜପତ୍ରରେ ରହିଯାଇଛି। ୨୦୦ରୁ ଅଧିକ ଗାଁ ଆଜି ବି ବିଶୁଦ୍ଧ ପାଣି ଅପେକ୍ଷାରେ। ଶହ ଶହ ନଳକୂପ ଅଚଳ। ଲୋକଙ୍କ ଭରସା ଚୁଆ ପାଣି। ଶିଳ୍ପ ସମୃଦ୍ଧ ଓ ଖଣିଜ ସମ୍ପଦରେ ପରିପୂର୍ଣ୍ଣ କାଶୀପୁର। ଏଠି ଅର୍ଥର ଅଭାବ ନାହିଁ। ହେଲେ ସରକାରୀ ଅବହେଳା କାରଣରୁ ଏହି ବ୍ଲକର ପିଛା ଛାଡ଼ୁନି ଝାଡ଼ାବାନ୍ତି। ପ୍ରତ୍ୟେକ ବର୍ଷ ଝାଡ଼ାବାନ୍ତିରେ ଗଡ଼ୁଛି ମୁଣ୍ଡ। ସ୍ଥାୟୀ ନିରାକରଣ ସ୍ବରୂପ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ଓ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରାଯାଇପାରୁନି। ଝାଡ଼ାବାନ୍ତି ଓ ହଇଜାର ଉପତ୍ୟକାରେ ପରିଣତ ହୋଇଛି କାଶୀପୁର।

କାଶୀପୁର ବ୍ଲକର ୨୪ଟି ପଞ୍ଚାୟତରେ ରହିଛି ୪୧୮ଟି ଗ୍ରାମ। ସେ ମଧ୍ୟରୁ ଦୁଇ ଶହରୁ ଅଧିକ ଗ୍ରାମକୁ ପିଇବା ପାଣିର କୌଣସି ଉତ୍ସ ନାହିଁ। ଲୋକେ ଝରଣା, ଚୁଆ ପାଣି ଉପରେ ନିର୍ଭରଶୀଳ। ୨୦୨୨ରେ ଝାଡ଼ାବାନ୍ତି ନେଇଥିଲା ୨୦ରୁ ଅଧିକ ଜୀବନ। ସରକାରୀ ଭାବେ ମାତ୍ର ଦଶ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା। ବ୍ଲକର ଟିକିରି ପଞ୍ଚାୟତର ଝଡ଼ିଆପଡ଼ା, ଦୁଡୁକାବାହାଲ ପଞ୍ଚାୟତର ଡେଙ୍ଗାଗୁଡ଼ା, ଶଙ୍କରଡ଼ା, ହାଡ଼ିଗୁଡ଼ା ଓ ଅଡ଼ାଜୋର ତଥା ଗୋଡ଼ିବାଲି ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ବ ଗ୍ରାମରେ ବହୁ ଜଣ ଆକ୍ରାନ୍ତ ହୋଇଥିଲେ।
୨୦୦୭ ଏବଂ ୨୦୧୦ ମସିହାରେ ଝାଡାବାନ୍ତି ମହାମାରୀ ହଇଜାର ରୂପ ନେଇଥିଲା। ୨୦୦୭ ରେ ମାଇକଞ୍ଚ, ନୂଆଗାଁ, କାଶୀପୁର, ପରଜାଶିଳା, ଡଙ୍ଗାସିଲ, କୋଡ଼ିପାରି, କୁଚେଇପଦର, ଗୋଡ଼ିବାଲି, ସୁଙ୍ଗେର ଭଳି ବ୍ଲକର ୧୦ରୁ ଅଧିକ ପଞ୍ଚାୟତକୁ କାୟା ବିସ୍ତାର କରିଥିଲା। ଦୂଷିତ ଜଳ ଏବଂ ଖାଦ୍ୟରୁ ଏହା ବ୍ୟାପିଥିଲା। ନେଇଥିଲା ଶତାଧିକ ଲୋକଙ୍କ ଜୀବନ। ୪୩ ଜଣ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ବିଭାଗ ସେବେ ସ୍ବୀକାର କରିଥିଲା। ୨୦୧୦ ମସିହାରେ ପୁଣି ବ୍ଲକରେ ଝାଡ଼ାବାନ୍ତି ମୁଣ୍ଡ ଟେକିବାରୁ ଶିରିପାଇ ପଞ୍ଚାୟତର ବାହାରଦୁଲକି, ଭାଲୁମସ୍କା ସହିତ ଆଖପାଖ ଅଞ୍ଚଳରୁ ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ୧୦ ବର୍ଷରେ ଝାଡାବାନ୍ତିରେ ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଛି। ସରକାରୀ ରିପୋର୍ଟ ଏନେଇ ଭିନ୍ନ କହୁଛି। ଝାଡାବାନ୍ତିରେ ମୃତ୍ୟୁ ହେଉଥିଲେ ମଧ୍ୟ ସରକାରଙ୍କ ଚାପ ଯୋଗୁଁ ଏହାକୁ ଅନ୍ୟ ରୋଗରେ ମୃତ୍ୟୁ ବୋଲି ପ୍ରଶାସନ ସୂଚନା ଦେଉଛି।

ଆଜି ବି ବ୍ଲକର ଶହେରୁ ଊର୍ଦ୍ଧ୍ବ ଗ୍ରାମରେ ବିକାଶ ଆଖିଦୃଶିଆ ହୋଇପାରିନି। ଲୋକେ ଅଖାଦ୍ୟ ଖାଇବା ସହ ଦୂଷିତ ଜଳ ପିଇବା ଯୋଗୁଁ ଝାଡବାନ୍ତିର ଶିକାର ହେଉଛନ୍ତି। ବ୍ଲକରେ ୧୯୩୧ଟି ନଳକୂପ ରହିଛି। ସବୁ ନଳକୂପ କାର୍ଯ୍ୟକ୍ଷମ ଥିବା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କହୁଛି। ବାସ୍ତବରେ ଅଧା ନଳକୂପ ଅଚଳ। ୧୧୮ଟି ସ୍ବଜଳ ଧାରା ଏବଂ ବସୁଧା ଯୋଜନାରେ ୪୮ଟି ଜଳ ଯୋଗାଣର ବ୍ୟବସ୍ଥା ଅଛି। କାଶୀପୁର ଓ ରାୟଗଡ଼ା ବ୍ଲକକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ ଚାଲିଛି। ତଥାପି ବିଶୁଦ୍ଧ ଜଳ ଟୋପାଏ ପାଇବାରୁ ବଞ୍ଚିତ। ୨୦୨୨ ଝାଡ଼ାବାନ୍ତି ପରେ ସ୍ବାସ୍ଥ୍ୟ ବିଭାଗ ଭିତ୍ତିଭୂମି ସଜାଡ଼ିବା ଦିଗରେ ପଦକ୍ଷେପ ନେଇଛି। କିନ୍ତୁ ମେଡ଼ିକାଲରେ ଡାକ୍ତର ନଥିବାରୁ ରୋଗୀ ସେବା ବାଧାପ୍ରାପ୍ତ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button