ମନୋରଞ୍ଜନ

ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ଫସିଲେ ବିଜୟ, ଚପଲ ଫିଙ୍ଗିବା ସହ କେଶ, ହାତ ଓ ସାର୍ଟ ଟାଣିଲେ ପ୍ରଶଂସକ – bajravana

[ad_1]

ଚେନ୍ନାଇ: ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ଫସିଲେ ସାଉଥ ସୁପରଷ୍ଟାର ଥଲପତି ବିଜୟ। ଚପଲ ଫିଙ୍ଗିବା ସହ ଚୁଟି, ହାତ ଓ ସାର୍ଟ ଟାଣିଲେ ପ୍ରଶଂସକ। ଅଭିନେତା ତଥା ‘ଦେସିୟା ମୁରପୋକ୍କୁ ଦ୍ରବିଡ଼ କଜଗମ୍‌’ (ଡିଏମ୍‌ଡିକେ) ନେତା ବିଜୟକାନ୍ତଙ୍କର ଚେନ୍ନାଇସ୍ଥିତ ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଥିଲା। ତାଙ୍କର ଦେହାନ୍ତ ଖବର ପାଇବା ପରେ ଶ୍ରଦ୍ଧାଞ୍ଜଳି ଦେବାକୁ ଅନେକ ସାଉଥ୍ ଷ୍ଟାର ଆସିଥିଲେ। ସେ ମଧ୍ୟରୁ ଜଣେ ଥିଲେ ବିଜୟ। ତେବେ ଶ୍ରଦ୍ଧାଞ୍ଜଳି ଦେବାକୁ ଆସି ବିଜୟ କିଭଳି ଭିଡ଼ ଭିତରେ ଫସି ଯାଇଥିଲେ, ତାହା ଦେଖିବାକୁ ମିଳିଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ସୁରକ୍ଷା ପାଇଁ ପୁଲିସ ଥାଇ ବି ତାଙ୍କୁ ଲୋକେ ଟାଣୁଥିଲେ। କିଏ ସାର୍ଟ ଟାଣୁଥିଲା ତ କିଏ ତାଙ୍କ କେଶ ଟାଣୁଥିଲା। ଏହା ସହ ଭିଡ଼ ଭିତରେ କେହି ତାଙ୍କ ଉପରକୁ ଚପଲ ଫିଙ୍ଗିଥିବା ମଧ୍ୟ ଦେଖାଯାଇଥିଲା। ‌ହେଲେ ଚପଲଟି ତାଙ୍କ ଦେହରେ ବାଜିନଥିଲା। ତେବେ ସୁରକ୍ଷା ବ୍ୟବସ୍ଥା କରାଯାଇ ବି ବିଜୟଙ୍କୁ ଏହାର ସମ୍ମୁଖୀନ କରିବାକୁ ପଡ଼ିଥିବାରୁ ତାଙ୍କ ପ୍ରଶଂସକ ଏହାକୁ ନାପସନ୍ଦ କରିଛନ୍ତି। କିଛି ଲୋକ ବିଜୟଙ୍କ ପାଇଁ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିବା ଦେଖାଯାଇଛି।

ତେବେ ବିଜୟକାନ୍ତଙ୍କ କଥା କହିବାକୁ ଗଲେ ସେ ୧୫୪ଟି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ। ତେବେ ଅଭିନୟ ପରେ ବିଜୟକାନ୍ତ ରାଜନୀତିରେ ପ୍ରବେଶ କରିଥିଲେ। ନିଜସ୍ବ ରାଜନୈତିକ ଦଳ ‘ବିଜୟକାନ୍ତ’ ସଂସ୍ଥାପନ କରି ସେ ବିରୁଧାଚଳମ୍‌ ଓ ଋଷିବନ୍ଦିୟମ୍‌ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨ ଥର ବିଧାୟକ ଭାବେ ନିର୍ବାଚିତ ‌ହୋଇଥିଲେ। ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ସେ ତାମିଲନାଡୁ ବିଧାନସଭାରେ ବିରୋଧୀ ଦଳର ନେତା ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button