ମନୋରଞ୍ଜନ

୫୭ ବର୍ଷ ବୟସରେ ଆଖି ବୁଜିଲେ ସିଆଇଡି ଧାରାବାହିକରେ ଅଭିନୟ କରିଥିବା ‘ଫ୍ରେଡରିକ୍ସ’ – bajravana

[ad_1]

ମୁମ୍ବାଇ: ସୋନି ଟିଭିର ଲୋକପ୍ରିୟ କ୍ରାଇମ ସୋ ‘ସିଆଇଡି’ର ସିଆଇଡି ଅଧିକାରୀ ଫ୍ରେଡରିକ୍ସ ଚରିତ୍ରରେ ଅଭିନୟ କରିଥିବା ଦୀନେଶ ଫଡନିସଙ୍କର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି | ମୁମ୍ବାଇର କାନ୍ଦିଭାଲିର ତୁଙ୍ଗା ହସ୍ପିଟାଲରେ ୧୨ ଟା.୦୮ରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ମଲ୍ଟି ଅର୍ଗନ ଫେଲ୍ୟୁୟର ପାଇଁ ୫୭ ବର୍ଷୀୟ ଦୀନେଶ ଫଡନିସଙ୍କର ମୃତ୍ୟୁ ହୋଇଛି। ସିଆଇଡିରେ ଦୟା ଚରିତ୍ରରେ ଅଭିନୟ କରିଥିବା ତଥା ଦୀନେଶ ଫଡନିସଙ୍କର ଅତି ଘନିଷ୍ଠ ବନ୍ଧୁ ଥିବା ଦୟାନନ୍ଦ ଶେଟ୍ଟୀ କହିଛନ୍ତି ଯେ ଦୀନେଶ ଯକୃତ, ହୃତପିଣ୍ଡ ଏବଂ କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ ଏବଂ ତାଙ୍କର ଜଟିଳତା ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ଦୀନେଶ ଫଡନିସଙ୍କୁ ୩୦ ନଭେମ୍ବରରୁ କାନ୍ଦିଭାଲିର ତୁଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ଅବସ୍ଥା ବିଗିଡି ଯାଉଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଉଲ୍ଲେଖ ଥାଉ କି ଯେ ସେ ଟିଭି ଶୋ ବ୍ୟତୀତ ସେ ଅନେକ ଫିଲ୍ମରେ ମଧ୍ୟ କାମ କରିଥିଲେ। ଦୀନେଶ ୨୦ବର୍ଷ ଧରି ‘ସିଆଇଡି’ରେ ଫ୍ରେଡରିକ୍ସ ଚରିତ୍ରରେ ଅଭିନୟ କରିଥିଲେ। ୧୯୯୮ରୁ ଆରମ୍ଭ ହୋଇଥିବା ଏହି ଧାରାବାହିକ ହେଉଛି ଭାରତର ଦୀର୍ଘତମ ଟେଲିଭିଜନ ଧାରାବାହିକ ମଧ୍ୟରୁ ଅନ୍ୟତମ। ‘ସିଆଇଡି’ ବ୍ୟତୀତ ଦୀନେଶ ଅସିତ କୁମାର ମୋଦୀଙ୍କ ଟିଭି ସୋ ‘ତାରକ ମେହେତା କା ଉଲଟା ଚଷମା’ରେ କାମିଓ କରିଥିଲେ। ଏହା ବ୍ୟତୀତ ସେ ‘ସରଫରୋଶ’ ଏବଂ ‘ସୁପର ୩୦’ ଭଳି ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button