ଅପରାଧ

ପାରିବାରିକ ହିଂସା କଥା କହିବାକୁ ୯୧୧କୁ ଫୋନ୍‌ କରି ପୁଲିସ ଗୁଳିଚୋଟରେ ମଲେ ମହିଳା – bajravana

[ad_1]

ଲସ୍‌ ଏଞ୍ଜେଲେସ୍‌: ପାରିବାରିକ ହିଂସାକାଣ୍ଡ ବିଷୟରେ ସୂଚନା ଦେବା ପାଇଁ ଆମେରିକାର ଲସ୍‌ ଏଞ୍ଜେଲେସ୍‌ରେ ‘ଜରୁରୀକାଳୀନ ହେଲ୍‌ପ୍‌ଲାଇନ୍‌ ନମ୍ବର ୯୧୧’କୁ ଫୋନ୍‌ କରିଥିବା ଜଣେ କୃଷ୍ଣକାୟ ମହିଳାଙ୍କର ପୁଲିସ ଗୁଳିଚୋଟରେ ମୃତ୍ୟୁ ଘଟିଥିବା କଥା ‘ଗାର୍ଡିଆନ୍‌’ ସମ୍ବାଦପତ୍ର ରିପୋର୍ଟ କରିଛି।

ଲସ୍‌ ଏଞ୍ଜେଲେସ୍‌ କାଉଣ୍ଟି ସେରିଫ୍‌ଙ୍କ କାର୍ଯ୍ୟାଳୟ କହିଛି, ପାରିବାରିକ ହିଂସାକାଣ୍ଡ ବିଷୟରେ ସୂଚନା ଦେବା ଲାଗି ଡିସେମ୍ବର ୭ ତାରିଖ ସନ୍ଧ୍ୟାରେ ୨୭ ବର୍ଷୀୟ ନିଆନି ଫିନ୍‌ଲେସହନ୍‌ ୯୧୧କୁ ଡାଏଲ୍‌ କରିଥିଲେ। ଫୋନ୍‌ରେ ସେ କହିଥିଲେ ଯେ, ତାଙ୍କ ‘ବୟଫ୍ରେଣ୍ଡ୍‌’ ତାଙ୍କୁ ଏକାକିନୀ ଛାଡୁନାହାନ୍ତି। ତା’ପରେ ଫୋନ୍‌ରେ ଚିତ୍କାର ଓ ମାଡ଼ପିଟ ଶବ୍ଦ ଶୁଭିଥିଲା।

Image Courtesy of Guardian

ସୂଚନା ଅନୁସାରେ, ଲସ୍‌ ଏଞ୍ଜେଲେସ୍‌ କାଉଣ୍ଟି ସେରିଫ୍‌ଙ୍କ ଡେପୁଟି ବା ପୁଲିସ ଅଧିକାରୀମାନେ ଲାନ୍‌ସ୍‌କାଷ୍ଟର୍‌ ଅନ୍ତର୍ଗତ ଇଷ୍ଟ୍‌ ଆଭେନ୍ୟୁରେ ଥିବା ଆପାର୍ଟମେଣ୍ଟ୍‌ରେ ପହଞ୍ଚି ଲୋକେ ଝଗଡ଼ା ଓ ଚିତ୍କାର କରୁଥିବା ଶୁଣି‌ବାକୁ ପାଇଲେ। ପୁଲିସ ଅଧିକାରୀମାନେ ଜବର୍ଦସ୍ତି କବାଟ ଖୋଲି ଦେଖିଲେ ଜଣେ ମହିଳା ଗୋଟାଏ ବଡ଼ ପରିବାକଟା ଛୁରି ଧରିଛନ୍ତି। ତାଙ୍କ ୯ ବର୍ଷୀୟ ଝିଅକୁ ଧକ୍କା ମାରି ଆହତ କରିଥିବାରୁ ସେ ବୟଫ୍ରେଣ୍ଡ୍‌ଙ୍କୁ ଛୁରି ଭୁସିବେ ବୋଲି ପୁଲିସ ଅଧିକାରୀଙ୍କୁ କହିଲେ। ତା’ପରେ ସେ ‘ବୟଫ୍ରେଣ୍ଡ୍‌’ ବସିଥିବା କ‌ୋଠରିକୁ ପଶିଯାଇ ତାଙ୍କୁ ମାଡ଼ି ବସିଲେ। ହାତରେ ଥାଏ ୮ ଇଞ୍ଚ୍‌ବିଶିଷ୍ଟ ପରିବାକଟା ଛୁରି। ଦୁହିଁଙ୍କ ଧସ୍ତାଧସ୍ତି ଦେଖି ପୁଲିସ ଗୁଳି ଚଳାଇଲା। ଏକାଧିକ ଗୁଳିବିଦ୍ଧ ହୋଇ ମହିଳାଜଣକ ନିଜ ଝିଅ ସମ୍ମୁଖରେ ଟଳି ପଡ଼ିଲେ।

ଡାକ୍ତରଖାନାକୁ ନିଆଯିବା ପରେ ମହିଳାଜଣକ ମରିଯାଇଥିବା ଜଣାପଡ଼ିଲା। ଫିନ୍‌ଲେସହନ୍‌ଙ୍କ ପରିବାର ଲୋକେ କାଉଣ୍ଟି ସେରିଫ୍‌ଙ୍କ ବିରୋଧରେ ଆଇନଗତ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କାଉଣ୍ଟି ସେରିଫ୍‌ଙ୍କ କାର୍ଯ୍ୟାଳୟ ମଧ୍ୟ ଏହାକୁ ପ୍ରମାଦଗତ ମୃତ୍ୟୁ, ଆକ୍ରମଣ ଓ ସାଧାରଣ ଜନତାଙ୍କ ଅଧିକାର ଉଲ୍ଲଂଘନ ବୋଲି କହି ଦୋଷ ସ୍ବୀକାର କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button