ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଆଙ୍ଗୁଠିରୁ ବିବାହ ସମୟର ମୁଦି କାଢ଼ିଦେଲେ ଅଭିଷେକ – bajravana
[ad_1]
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ଏକ ସୁଖମୟ ଦାମ୍ପତ୍ୟ ଜୀବନ ବିତାଉଛନ୍ତି। ବିବାହ ପରେ ଉଭୟ କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି। ବିବାହ ପୂର୍ବରୁ ଦୁହିଁଙ୍କ ଜୀବନର ରାସ୍ତା ଅଲଗା ଥିଲା। ଐଶ୍ବର୍ଯ୍ୟ, ଦବଙ୍ଗ ଖାନ୍ ସଲମାନଙ୍କୁ ଡେଟ୍ କରୁଥିବା ବେଳେ ଅଭିଷେକଙ୍କ ବିବାହ ସ୍ଥିର ହୋଇସାରିଥିଲା। ହେଲେ ଶେଷରେ ଦୁହିଁଙ୍କ ରାସ୍ତା ଏକ ହୋଇଥିଲା ଓ ଦୁହେଁ ବିବାହ କରିଥିଲେ। କିନ୍ତୁ ଗତ କିଛି ଦିନ ହେବ ଦୁହେଁ ଛାଡ଼ପତ୍ର ନେବେ ବୋଲି ଚର୍ଚ୍ଚା ହେଉଛି।
ଏଭଳି ଚର୍ଚ୍ଚା ମଧ୍ୟରେ ଅଭିଷେକଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ନିଜ ଆଙ୍ଗୁଠିରୁ ବିବାହ ସମୟର ମୁଦି ପିନ୍ଧିନଥିବା ଦେଖାଯାଇଛି। ରେଡିଟରେ ଭିଡିଓ ସେୟାର କରାଯାଇ ଦାବି କରାଯାଇଛି ଯେ, ଅଭିଷେକ ଆଜି ପର୍ଯ୍ୟନ୍ତ ନିଜ ଆଙ୍ଗୁଠିରେ ବିବାହ ସମୟର ମୁଦି ପିନ୍ଧୁଥିଲେ, ହେଲେ ଏବେ କାଢ଼ି ଦେଇଛନ୍ତି। ପତ୍ନୀ ଐଶ୍ବର୍ଯ୍ୟାଙ୍କ ସହ ବିବାଦ ଏହା ପଛର କାରଣ ହୋଇପାରେ।
ଏଭଳି ଛାଡ଼ପତ୍ର ଖବରକୁ ନେଇ ଚର୍ଚ୍ଚା ହେବା ପରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଏହା କେତେ ସତ ତାହା ଜାଣିନି, କିନ୍ତୁ ମୁଁ ସବୁବେଳେ ଭାବୁଥିଲି ଯେ ବଚ୍ଚନ ପରିବାରରେ ଛାଡପତ୍ର ଅସମ୍ଭବ। ତାଙ୍କ ପରିବାରଠୁ ଏହା ଆଶା କରାଯାଇନଥିଲା। ଅନ୍ୟ ଜଣେ ଲେଖିଛନ୍ତି, ଯେପର୍ଯ୍ୟନ୍ତ ଅମିତାଭ ବଚ୍ଚନ ବଞ୍ଚିଛନ୍ତି, ସେ ପର୍ଯ୍ୟନ୍ତ ଦୁହିଁଙ୍କ ଛାଡ଼ପତ୍ର ହେବାକୁ ଦେବେ ନାହିଁ।
[ad_2]