ଓଡିଶା

ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିବ ସୋଲାର୍‌ ମୋବାଇଲ୍ ଟାୱାର – bajravana

[ad_1]

ବିଶ୍ରା: ନକ୍ସଲଙ୍କ ଗତିବିଧି ଉପରେ ଏଣିକି ନଜର ରଖାଯିବ। ସେଥିପାଇଁ ପ୍ରଭାବିତ ଅଞ୍ଚଳରେ ନିର୍ମାଣ ଚାଳିଛି ୨ଟି ସୋଲାର୍ ମୋବାଇଲ୍‌ ଟାୱାର। ଫଳରେ ସୁରକ୍ଷାବାହିନୀ ସହ ଯୋଗଯୋଗ ସହଜ ଓ ସୁଗମ ହୋଇପାରିବ। ସୁରକ୍ଷାକର୍ମୀ ଉପଯୁକ୍ତ ସମୟରେ ଠିକ୍‌ ପଦକ୍ଷେପ ନେଇପାରିବେ। ଏହାଫଳରେ ଏହି ଅଞ୍ଚଳରେ ନକ୍ସଲ ଗତିବିଧି ନିୟନ୍ତ୍ରଣ ହେବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ମଧ୍ୟରେ ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାନ୍ତରେ ଥିବା ସରଣ୍ଡା ଜଙ୍ଗଲରେ ନକ୍ସଲ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଗତ ଏକମାସ ଧରି ସରଣ୍ଡା ଜଙ୍ଗଲରେ ନକ୍ସଲଙ୍କ ବିରୋଧରେ ସିଆର୍‌ପିଏଫ୍‌ ଯବାନମାନେ ଅଭିଯାନ ଚଳାଇଛନ୍ତି। ଏଭଳି ପରିସ୍ଥିତିରେ ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ୍‌ ଅନ୍ତର୍ଗତ ଅତି ନକ୍ସଲ ପ୍ରଭାବିତ ରାମଲୋଇ, ଚିରୁବେଡ଼ା ଓ ହରିହରପୁର ଗାଁରେ ସରକାରଙ୍କ ପକ୍ଷରୁ ମୋବାଇଲ୍ ଟାୱାର ନିର୍ମାଣ କରାଯାଉଛି। ଏହି ଅଞ୍ଚଳରେ ସମୁଦାୟ ଦୁଇଟି ସୋଲାର ମୋବାଇଲ୍ ଟାୱାର ନିର୍ମାଣ କରାଯାଉଛି। ଖୁବ୍‌ଶୀଘ୍ର ଏହି ମୋବାଇଲ୍ ଟାୱାରଗୁଡିକ କାର୍ଯ୍ୟ ଆରମ୍ଭ କରିବ। ଏହି ଟାୱାରଗୁଡ଼ିକ ସ୍ଥାପନହେବା ପରେ ନକ୍ସଲଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ।

ଉଲ୍ଲେଖଯୋଗ୍ୟ ଯେ, ଯେଉଁ ଅଞ୍ଚଳ ଗୁଡ଼ିକରେ ମୋବାଇଲ୍‌ ଟାୱାର ସ୍ଥାପନ ହେଉଛି ସେହି ଅଞ୍ଚଳରେ ନକ୍ସଲମାନେ ବିଶେଷ ସକ୍ରିୟ। ଏହି ଅଞ୍ଚଳକୁ ସେମାନଙ୍କ ଗଡ଼ କୁହାଯାଉଥିବାବେଳେ ପ୍ରାୟତଃ ଏହ ଅଞ୍ଚଳରେ ସେମାନେ ଆତ୍ମଗୋପନ କରି ସେମାନଙ୍କ ଯୋଜନା ପ୍ରସ୍ତୁତ କରିଥାନ୍ତି। କିନ୍ତୁ ସୁରକ୍ଷାବାହିନୀ ସହ ଯୋଗାଯୋଗ ଅଭାବରୁ ସ୍ଥାନୀୟ ଅଞ୍ଚଳର ଗୁଇନ୍ଦା କିଂବା ଗୁପ୍ତଚରମାନେ ଉପଯୁକ୍ତ ସମୟରେ ମାଓବାଦୀଙ୍କ କାର୍ଯ୍ୟକଳାପ ବିଷୟରେ ସୁରକ୍ଷାବାହିନୀକୁ ଜଣାଇ ପାରିନଥାନ୍ତି। ଯେଉଁ କାରଣରୁ ସୁରକ୍ଷାବାହିନୀର ଅଭିଯାନକୁ ଆଶାନୁରୂପ ସଫଳତା ମିଳି ପାରିନଥାଏ। ଅପରପକ୍ଷରେ ଯବାନଙ୍କ ବିରୋଧରେ ମାଓବାଦୀଙ୍କ ଯୋଜନା ଅଧିକ ଫଳପ୍ରଦ ହୋଇଥାଏ। ଏହି କାରଣରୁ ନକ୍ସଲମାନେ ଆଶ୍ରୟ ନେଉଥିବା ସ୍ଥାନରେ ରହିଥିବା ମୋବାଇଲ୍ ଟାୱାରଗୁଡ଼ିକୁ ସଦାବେଳେ ନଷ୍ଟ କରିଦିଅନ୍ତି। ମାତ୍ର ବିଶ୍ରା ବ୍ଲକ୍‌ ଅନ୍ତର୍ଗତ ନକ୍ସଲ ପ୍ରଭାବିତ ଗାଁଗୁଡ଼ିକରେ ମୋବାଇଲ୍‌ ଟାୱାର ନିର୍ମାଣ ହେବା ଯୋଗୁ ଆଗାମୀଦିନରେ ଏହି ଅଞ୍ଚଳରେ ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣକୁ ଆସିବ ବୋଲି ଆଶା କରାଯାଉଛି। ତେଣୁ ଉକ୍ତ ଟାୱାର ସ୍ଥାପନ ଯୋଗୁ ସ୍ଥାନୀୟ ଗ୍ରାମବାସୀ ବହୁତ ଉତ୍ସାହିତ ଥିବା ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button