ଅପରାଧ

ବୁଖାରୀର ସାଂଘାତିକ ଷଡ଼ଯନ୍ତ୍ର ଧରାପଡ଼ିଲା; ଯୁବତୀଙ୍କ ଜରିଆରେ କରୁଥିଲା ହନିଟ୍ରାପ୍‌ – bajravana

[ad_1]

ଭୁବନେଶ୍ବର: କଶ୍ମୀରୀ ପୁଲିସର ମୋଷ୍ଟୱାଣ୍ଟେଡ ସୟଦ ଈଶାନ ବୁଖାରୀର ସାଂଘାତିକ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି।  ଯୁବତୀମାନଙ୍କୁ ବ୍ୟବହାର କରି ସେ ହନିଟ୍ରାପ୍ କରୁଥଲା ବୋଲି ଜଣାପଡ଼ିଛି। ଯୁବତୀମାନଙ୍କ ସହିତ ଯୋଗାଯୋଗ ରଖିବା ପାଇଁ ସେ ନିଜେ ଏକ ମୋବାଇଲ୍‌ ଆପ୍‌ କରିଥିଲା। ତେଣୁ ଯୁବତୀଙ୍କ ସହ ସମ୍ପର୍କ ରଖି ହନିଟ୍ରାପରେ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି। ଏହି ଆପ୍ ଜରିଆରେ ବିଭିନ୍ନ ଯୁବତୀଙ୍କ ସହ ଯୋଗାଯୋଗରେ ରଖିଥିଲା।

ତେବେ ଯେଉଁମାନେ ନ୍ୟୁଡକଲରେ ସାମିଲ ହେଉଥିଲେ ତାଙ୍କ ଠାରୁ ବୁଖାରୀ ମୋଟା ଅଙ୍କର କମିସନ ନେଉଥିଲା। ଏପରିକି ଓଡ଼ିଶାର ଦୁଇ ଜଣ ଯୁବତୀଙ୍କ ସହ ସମ୍ପର୍କରେ ଥିଲା । ଏସବିଆଇ, ଜମ୍ମୁ କଶ୍ମୀର ବ୍ୟାଙ୍କ ସମେତ ୯ଟି ବ୍ୟାଙ୍କରେ ବୁଖାରୀର ବ୍ୟାଙ୍କ ଆକାଉଂଟ ରହିଥିବା ଜଣାପଡ଼ିଛି । ସେଥିରେ କୋଟି କୋଟି ଟଙ୍କାର କାରବାର ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କଶ୍ମୀରୀ ଈଶାନ ବୁଖଶରୀକୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ମଙ୍ଗଳବାର ଠାରୁ ୫ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ଆଜି ଦ୍ବିତୀୟ ଦିନରେ ଏସ୍‌ଟିଏଫ୍‌କୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟ ୫ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ରିମାଣ୍ଡ ସମୟରେ ତାର ଆତଙ୍କୀ ଲିଙ୍କ୍‌ ଓ ଅପରାଧ ସାମ୍ରାଜ୍ୟର ଗୁମର ଖୋଲିବା ପାଇଁ ସମସ୍ତ ଦିଗକୁ ନେଇ ବ୍ଲୁ-ପ୍ରିଣ୍ଟ୍‌ ‌ପ୍ରସ୍ତୁତ କରିସାରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button