ଅପରାଧ

ଘର ସାମ୍ନାରେ ପରିସ୍ରା କରିଥିବା ମହିଳାଙ୍କ ଗୁପ୍ତାଙ୍ଗକୁ ରଡ଼ରେ ଆଘାତ ଦେଇ ଗୁରୁତର କଲେ ପଡ଼ିଶା – bajravana

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଶାହଜହାଁପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘର ସାମ୍ନାରେ ଥିବା ନାଳ‌ ନିକଟରେ ମହିଳା ପରିସ୍ରା କରି ଦେଇଥିବା ଘଟଣାକୁ କେନ୍ଦ୍ର କରି ପଡ଼ିଶାର କିଛିଲୋକ ତାଙ୍କ ଗୁପ୍ତାଙ୍ଗକୁ ଲୁହା ରଡ଼ରେ ମାଡ଼ ମାରିଥିଲେ। ଫଳରେ ମହିଳା ଜଣକ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହିତ ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଯାଞ୍ଚ ଆରମ୍ଭ କରି ଦେଇଛି।

ରାମଚନ୍ଦ୍ର ମିସନ ଅଞ୍ଚଳରେ ଘଟିଥିବା ଏହି ଘଟଣାକୁ ନେଇ ପୁଲିସ ଅଧିକାରୀ ବୀର କୁମାର କହିଛନ୍ତି, ‘ରୁଦ୍ରପୁର ଗ୍ରାମରେ ରହୁଥିବା ୩୫ବର୍ଷର ମହିଳା ନିଜ ଘର ନିକଟରେ ଥିବା ନାଳରେ ପରିସ୍ରା କରୁଥିଲେ। ଏହି ସମୟରେ ସାମ୍ନାରେ ରହୁଥିବା ଗୁରୁଦେବଙ୍କ ସ୍ତ୍ରୀ ପଡ଼ିଶାର ମହିଳାଙ୍କୁ ନାଳ ନିକଟରେ ପରିସ୍ରା କରୁଥିବା ଦେଖି ନେଇଥିଲେ।

ଏହାପରେ ରାଗରେ ଘରକୁ ଯାଇ ଗୁରୁଦେବଙ୍କ ସ୍ତ୍ରୀ ଲୁହାରଡ଼ ଆଣି ପଡ଼ିଶା ମହିଳାଙ୍କୁ ମାଡ଼ ମାରିବା ସହିତ ତାଙ୍କ ଗୁପ୍ତାଙ୍ଗରେ ଆଘାତ ଦେଇଥିଲେ। ଫଳରେ ମହିଳା ଜଣକ ଗୁରୁତର ଆହତ ହୋଇ ଅଚେତ ହୋଇପଡ଼ିଥିଲେ। ପରିବାରଲୋକ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ବି ସେ ଚିକିତ୍ସାଧୀନ ଥିବା ଡାକ୍ତରଙ୍କ ସୂତ୍ରରୁ ଜଣାପଡ଼ିଛି।

ପୀଡ଼ିତା ମହିଳାଙ୍କ ପରିବାରଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଥିଲା। ଘଟଣାରେ ସମ୍ପୃକ୍ତ ଥିବ‌ା ଗୁରୁଦେବ, ରାଜୀବ ତଥା ଗୁରୁଦେବଙ୍କ ସ୍ତ୍ରୀ ବିରୁଦ୍ଧଙ୍କ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛନ୍ତି ପୁଲିସ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button