ଆଇପିଏଲ୍ ୨୦୨୪ ପରେ ଏହି ଦିନ ଅବସର ନେବେ ବିରାଟ – bajravana
[ad_1]
ନୂଆଦିଲ୍ଲୀ: ଦୀର୍ଘ ଦିନର ବିରତି ପରେ ଭାରତୀୟ ଦଳର ଲୋକପ୍ରିୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ପୁଣି ଥରେ କ୍ରିକେଟ୍ ପଡ଼ିଆକୁ ଓହ୍ଲାଇବାକୁ ଯାଉଛନ୍ତି। ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇଟି ଟେଷ୍ଟ ସିରିଜରେ ତାଙ୍କୁ ପଡ଼ିଆରେ ଦେଖିବାକୁ ମିଳିବ। ବିଶ୍ୱକପରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ଭଲ ଥିବାରୁ ସେବେଠାରୁ ବିରାଟ କୋହଲିଙ୍କୁ ସବୁ ସ୍ଥାନରେ ପ୍ରଶଂସା କରାଯାଉଛି। ଏହି ସମୟରେ ଭାରତୀୟ ଦଳର ଜଣେ ବରିଷ୍ଠ ଖେଳାଳି ବିରାଟ କୋହଲିଙ୍କ କ୍ରିକେଟ୍ କ୍ୟାରିୟର କେବେ ଶେଷ ହେବ ତାହାର ପୂର୍ବାନୁମାନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ଏକ ସାକ୍ଷାତକାରରେ ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ରବି ଶାସ୍ତ୍ରୀ ଏକ ବଡ଼ ଖୁଲାସା କରିଛନ୍ତି। ତାଙ୍କ ବିବୃତିରୁ ଏହା ଅନୁମାନ କରାଯାଉଛି ଯେ ବିରାଟ କୋହଲିଙ୍କ କ୍ରିକେଟ୍ କ୍ୟାରିୟର ଶେଷ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ସେ ୩-୪ ବର୍ଷ କିମ୍ବା ତା’ପୂର୍ବରୁ ଅବସର ଘୋଷଣା କରିବେ।
ଏହି ସାକ୍ଷାତକାରରେ ରବି ଶାସ୍ତ୍ରୀ କହିଛନ୍ତି ଯେ, “ମୁଁ ଆଶା କରୁଛି ବିରାଟ କୋହଲି ଅତି କମରେ ଆଉ ୪ ବର୍ଷ ଖେଳିବେ। କାରଣ ସେ ଫିଟ୍ ଏବଂ ଖେଳିବାକୁ ଆଗ୍ରହୀ। ବିଶ୍ବ କୋହଲିଙ୍କୁ ଆହୁରି ଅଧିକ ଦେଖିବାକୁ ଚାହୁଁଛି। ” ରବି ଶାସ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟା ପରେ ବିରାଟ ଆହୁରି ୪ବର୍ଷ ଖେଳିବେ ବୋଲି ପ୍ରଶଂସକ କହିବା ଆରମ୍ଭ କରିଛନ୍ତି। ତେବେ ଏହା ଉପରେ ବିରାଟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିପାରିନାହିଁ।
[ad_2]