ଓଡିଶା

ବିଜେଡିର ପ୍ରତିଷ୍ଠା ଦିବସ ପ୍ରସ୍ତୁତି: ଆସନ୍ତାକାଲି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ – bajravana

[ad_1]

‘ସାଇକେଲ ରାଲି, ଗଣଦୌଡ଼, ରକ୍ତଦାନ ଶିବିର ଓ ସଭା’ର ହେବ ଆୟୋଜନ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ଆସନ୍ତା ୨୬ ତାରିଖରେ ୨୬ ବର୍ଷ ପୂରଣ କରି ୨୭ ବର୍ଷରେ ପାଦ ଥାପିବ। ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତାକାଲି (ଡିସେମ୍ବର ୧୫) ଶଙ୍ଖ ଭବନରେ ରାଜ୍ୟର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ବିଜେଡିି ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ଦଳର ସାଂସଦ, ବିଧାୟକ, ମହିଳା, ଯୁବ କର୍ମକର୍ତ୍ତା, କର୍ପୋରେଟର ଓ ଦଳର ସାଂଗଠାନିକ କର୍ମକର୍ତ୍ତାମାନେ ଯୋଗ ଦେବେ। ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଗଣମାଧ୍ୟମର ପ୍ରତିନିଧିଙ୍କୁ ଶ୍ରୀ ମିଶ୍ର କହିଛନ୍ତି, ଆସନ୍ତାକାଲି ପୂର୍ବାହ୍ନରେ ଏହି ବୈଠକ ଅନୁଷ୍ଠିତ ହେବ। ପୂର୍ବରୁ ସ୍ମାରକୀ ପଦଯାତ୍ରା ସହ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ପ୍ରାୟ ୩ ଲକ୍ଷ ଲୋକ ଆସି ଟ୍ରେନିଂ ନେଇଛନ୍ତି। ଛାତ୍ର, ଯୁବ ଠାରୁ ଆରମ୍ଭ କରି ମହିଳା ପ୍ରତ୍ୟେକ ଶାଖାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ସମସ୍ତେ ଯୋଗ ଦେବେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଯେଉଁ ସବୁ ପରିବେଶଭିତ୍ତିକ ଓ ସାମାଜିକ କାର୍ଯକ୍ରମ ରହିଛି ସେସବୁ ଅନୁଷ୍ଠିତ ହେବ। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଏହାକୁ ପାଳନ କରାଯିବା ସହ ମୂଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯକ୍ରମ ଗୁଡ଼ିକ ସମ୍ବନ୍ଧରେ ଆଲୋଚନା କରାଯିବ। ପ୍ରତିଷ୍ଠା ଦିବସରେ ଜୀବନ ବିନ୍ଦୁ ରକ୍ତ ଦାନ କାର୍ଯ୍ୟକ୍ରମ, ବୃକ୍ଷରୋପଣ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ ହେବ। ସେହିପରି ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ନେଇ ସଭା ହେବ। କଟକ ଆନନ୍ଦଭବନରୁ ଶଙ୍ଖ ଭବନ ପର୍ଯ୍ୟନ୍ତ ସାଇକେଲ ରାଲି ହେବ। ଏହି କାର୍ଯ୍ୟକ୍ରମରେ ଯୁବ କର୍ମୀ ଓ ଯୁବକମାନେ ଅଂଶଗ୍ରହଣକରିବେ। ସେହିପରି ପ୍ରତ‌ିଷ୍ଠା ଦିବସରେ ଗଣଦୌଡ଼ର ଆୟୋଜନ ହେବ।

ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ କହିଛନ୍ତି, ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର ଆୟୋଜନରେ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରିଛୁ। ସବୁ ପଞ୍ଚାୟତ ଓ ବ୍ଲକରେ ବୃକ୍ଷରୋପଣ କରାଯାଇଛି। ପ୍ରତିଷ୍ଠା ଦିବସ ଅବସରରେ ୨୬ ହଜାର ୟୁନିଟ ରକ୍ତ ସଂଗ୍ରହ କରିବା ଲକ୍ଷ୍ୟ ରଖାଯାଇଛି। ବିଜୁ ଓ ଛାତ୍ର ଜନତା ଦଳ ଅଧିକରୁ ଅଧିକ ତୃଣମୂଳ ସ୍ତରରେ ମଜବୁତ କରିବାର ଲକ୍ଷ୍ୟ ରଖିଛି। ‘ମୁଁ ବି‌ ହେବି ନବୀନ ଓଡ଼ିଶାର ସାରଥୀ’ କାର୍ଯ୍ୟକ୍ରମ ସଫଳତାର ସହିତ ସଂପନ୍ନ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳ ସଭାପତି ଦେବୀ ତ୍ରିପାଠୀ ଓ ବିଜୁ ମହିଳା ଦଳ ସଭାପତି ସୁଲୋଚନା ଦାସ ମଧ୍ୟ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button