ଅପରାଧ

ପତ୍ନୀଙ୍କୁ ପୋଡ଼ି ହତ୍ୟା ଉଦ୍ୟମ ମାମଲା: ଗୁଜରାଟରୁ ଗିରଫ ହେଲା ନିର୍ଦୟ ସ୍ବାମୀ – bajravana

[ad_1]

୧୫ ମାସର ଲୁଚକାଳି ଖେଳ ଶେଷ

ଭୁବନେଶ୍ବର: ରୋ‌ଷେଇ ଘରେ ପତ୍ନୀଙ୍କୁ ପୋଡ଼ି ହତ୍ୟା ଉଦ୍ୟମ କରିଥିବା ମାମଲାରେ ଫେରାର୍ ହୋଇଯାଇଥିବା ଅଭିଯୁକ୍ତ ସ୍ବାମୀ ଶେଷରେ ପୁଲିସ ପଞ୍ଝାରେ ପଡ଼ିଛି। ଦୀର୍ଘ ୧୫ ମାସ କାଳ ଲୁଚକାଳି ଖେଳିବା ପରେ ଭରତପୁର ଥାନା ପୁଲିସ ସ୍ବାମୀ କୁଳମଣି ସାହୁକୁ ଗୁଜରାଟରୁ ଗିରଫ କରିବାରେ ସକ୍ଷମ ହୋଇଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ଏବଂ ସେଠାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ୨୦୨୨ ସେପ୍ଟେମ୍ବରରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣା ସେତେବେଳେ ରାଜଧାନୀରେ ବେଶ୍ ହଇଚଇ ସୃଷ୍ଟି କରିଥିଲା। ସୌଭାଗ୍ୟକୁ ପଡ଼ୋଶୀମାନଙ୍କ ଦ୍ବାରା ରୋଷେଇ ଘରୁ ଦରପୋଡ଼ା ଅବସ୍ଥାରେ ଉଦ୍ଧାର ହୋଇଥିବା ଭାରତୀ ପାଇକରାୟ ପରେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିଲେ।

ପୁଲିସ ସୂଚନାନୁସାରେ ଭରତପୁରରେ ରହୁଥିବା ନୟାଗଡ଼ ଲାଠିପଡ଼ାର କୁଳମଣି ବରମୁଣ୍ଡା ଜଗନ୍ନାଥବିହାରରେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଚାଳକ ଭାବେ କାମ କରୁଥିଲା। ସେଠାରେ ଭାରତୀ ଘରୋଇ ସହାୟିକା ଭାବେ କାମ କରୁଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ଏବଂ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ୨୦୧୫ ଜୁଲାଇ ୧୮ରେ ସେମାନେ ଭୁବନେଶ୍ବରସ୍ଥିତ ନାଗେଶ୍ୱର ଶିବମନ୍ଦିରରେ ବାହା ହୋଇଥିଲେ। ବିବାହର ୪ ବର୍ଷ ପରେ ସେମାନେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ହିଁ କୁଳମଣିର ଚାଲିଚଳଣି ବଦଳି ଯାଇଥିଲା। ସେ ମଦ ପିଇ ଘରକୁ ଫେରୁଥିଲା ଏବଂ ଭାରତୀଙ୍କୁ ନିସ୍ତୁକ ମାଡ଼ ମାରୁଥିଲା। ଏତିକିରେ ନିର୍ଦୟ କୁଳମଣିର ମନ ଶାନ୍ତ ହୋଇନଥିଲା। ସେ ଭାରତୀଙ୍କୁ ସବୁଦିନ ପାଇଁ ତା’ ଜୀବନରୁ ହଟାଇବାକୁ ସୁଚିନ୍ତିତ ଷଡ଼୍‌ଯନ୍ତ୍ର କରିଥିଲା। ୨୦୨୨ ସେପ୍ଟେମ୍ବର ୨୨ ତାରିଖ ଦିନ ରାତିରେ ସେ ଭାରତୀଙ୍କ ଅଲକ୍ଷ୍ୟରେ ରୋଷେଇ ଘରକୁ ଯାଇ ଗ୍ୟାସ୍‌ ସିଲିଣ୍ଡର ଖୋଲି ଦେଇଥିଲା। ରୋଷେଇ ଘରୁ ଗ୍ୟାସ୍‌ ବାସ୍ନା ବାହାରୁଥିବା ଜାଣି ଭାରତୀ ସିଲିଣ୍ଡର ବନ୍ଦ କରିବାକୁ ରୋଷେଇ ଘରକୁ ଚାଲିଯାଇଥିଲେ।

ଏହି ମଉକାକୁ ଅପେକ୍ଷା କରିଥିଲା କୁଳମଣି। ସେ ଭାରତୀଙ୍କ ପଛେପଛେ ଯାଇ ହଠାତ୍ ଦିଆସିଲି ମାରିଦେଇଥିଲା ଏବଂ ବାହାରୁ କବାଟ ବନ୍ଦ କରିଦେଇଥିଲା। ଲିକ୍‌ ହୋଇଥିବା ଗ୍ୟାସ୍‌ ଜଳିଉଠିବା ସହ ଭାରତୀଙ୍କ ଦେହରେ ନିଆଁ ଲାଗିଯାଇଥିଲା। ବାହାରୁ କବାଟ ବନ୍ଦ ଥିବାରୁ ଭାରତୀ ବାହାରିବା ବାଟ ନଥିଲା। ସିଲିଣ୍ଡରରୁ ଗ୍ୟାସ୍‌ ଲିକ୍‌ ବଢ଼ୁଥିବା ସହ ନିଆଁର ପ୍ରକୋପ ବଢ଼ୁଥିଲା। ସେ ବିକଳରେ ଚିତ୍କାର କଲେ। ସୌଭାଗ୍ୟକୁ ତାଙ୍କ ପାଟି ଶୁଣି ପଡ଼ୋଶୀମାନେ ଧାଇଁ ଆସି ସାହସର ସହ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି ସମ୍‌ ହସ୍ପିଟାଲକୁ ନେଇଥିଲେ। ପ୍ରାୟ ୬୦ ଶତକଡ଼ା ପୋଡ଼ି ହୋଇଥିଲେ ବି ଭାଗ୍ୟ ବଳରେ ଭାରତୀ ବଞ୍ଚିଗଲେ। କିନ୍ତୁ ନିଆଁ ଲଗାଇବା ପରେ ପରେ କୁଳମଣି ଫେରାର୍ ହୋଇଯାଇଥିଲା। ରୋ‌ଷେଇ କଲା ବେଳେ ଗ୍ୟାସ୍‌ ଦୁର୍ଘଟଣାରେ ଭାରତୀଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରମାଣ କରିବାକୁ ସେ ଯୋଜନା କରିଥିଲା। ମାତ୍ର ଭାରତୀ ବଞ୍ଚିଯିବା ଖବର ପାଇବା ପରେ ସେ ଗୁଜରାଟ ପଳାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button