ଓଡିଶା

ବର୍ଜ୍ୟରେ ଭର୍ତ୍ତି ବୈତରଣୀ: ବର୍ଜ୍ୟବସ୍ତୁ ପରିଚାଳନା କି ଗ୍ରିନ୍‌ ଏନର୍ଜି ପ୍ଲାଣ୍ଟ ନାହିଁ – bajravana

[ad_1]

ବୈତରଣୀ‌ରେ ମିଶୁଛି

କେନ୍ଦୁଝର: କିଛି ବର୍ଷ ପରେ ବୈତରଣୀ ଏକ ପରିତ୍ୟକ୍ତ ନଦୀରେ ପରିଣତ ହୋଇପାରେ। ଏଭଳି ଏକ ଆଶଙ୍କା ବଢ଼ିବାରେ ଲାଗିଛି। କେନ୍ଦୁଝର ସହରର ପୌରାଞ୍ଚଳର ବର୍ଜ୍ୟଜଳ ବିଭିନ୍ନ ନାଳ ଦେଇ ଆସି ବୈତରଣୀରେ ମଶୁଛି। ଏସବୁ ସମସ୍ତେ ଜାଣନ୍ତି। କିନ୍ତୁ ନିରାକରଣ ରାସ୍ତା ଏଯାଏ କରାଯାଇପାରିନାହିଁ। ନିକଟରେ ବିଧାନସଭାରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପଚାରିଥିବା ଏକ ପ୍ରଶ୍ନରେ ଆଞ୍ଚଳିକ ପ୍ରଦୂଷଣ କାର୍ଯ୍ୟାଳୟ ସ୍ପଷ୍ଟ କରିଛନ୍ତି ‌ଯେ, କେନ୍ଦୁଝର ପୌରାଞ୍ଚଳର ବର୍ଜ୍ୟଜଳ ଡ୍ରେନ୍‌ ଯୋଗେ ଆସି ନିକଟସ୍ଥ ଅରଡ଼େଇ ନଦୀ ଓ ସ୍ଥାନୀୟ ନାଳରେ ମିଶୁଛି। ଖୋଲା ଜମିରେ ପଡ଼ୁଛି। ଏଠାରେ ସିୱେଜ୍‌ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ ନାହିଁ। ଏମିତିକି ବର୍ଜ୍ୟବସ୍ତୁରୁ ଗ୍ରିନ୍‌ ଏନର୍ଜି ପ୍ରକଳ୍ପ ଜରିଆରେ ବିଜୁଳି ଉତ୍ପାଦନ ବ୍ୟବସ୍ଥା ମଧ୍ୟ ନାହିଁ। ସେହିପରି ବଡ଼ବିଲ ପୌରାଞ୍ଚଳରୁ ନିର୍ଗତ ବର୍ଜ୍ୟଜଳ ସୁନ୍ଦରା ନାଳରେ ମିଶୁଛି। ସୁନ୍ଦରା ନାଳ ପାଣି ଆସି କାରୋନଦୀରେ ମଶୁଛି।

ଏଠାରେ ମଧ୍ୟ କୌଣସି ସିୱେଜ୍‌ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ ନାହିଁ। ଆନନ୍ଦପୁର ପୌରାଞ୍ଚଳରୁ ନିର୍ଗତ ବର୍ଜ୍ୟଜଳ ସିଧାସଳଖ ବୈତରଣୀ ନଦୀ ଓ ଅ‌ବଶିଷ୍ଟ ସ୍ଥାନୀୟ ନାଳ‌, ଚମ୍ପୁଆ ସହରର ବର୍ଜ୍ୟଜଳ ବଡ଼ବନ୍ଧ ଓ ସ୍ଥାନୀୟ ନାଳରେ ମିଶୁଛି। ଏହି ନାଳପାଣି ଶେଷରେ ବୈତରଣୀକୁ ଯାଉଛି। କେବଳ ଯୋଡ଼ାକୁ ଛାଡ଼ିଦେଲେ ଅନ୍ୟ କୌଣସି ଠାରେ ସିୱେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କିମ୍ବା ଗ୍ରିନ୍‌ ଏନର୍ଜି ପ୍ରକଳ୍ପ ବ୍ୟବସ୍ଥା ନାହିଁ। ଏଥିସହ ଖଣି ଅଞ୍ଚଳ ସହ ବିଭିନ୍ନ କାରଖାନାର ବର୍ଜ୍ୟ ସୁନାନଦୀ ଦେଇ ବୈତରଣୀରେ ମିଶୁଥିବା ଦେଖିବାକୁ ମିଳୁଛି। କେନ୍ଦୁଝର ଜିଲ୍ଲାରେ ଯେତେ ନଦୀନାଳ ଅଛି ସେସବୁ ଶେଷରେ ବୈତରଣୀ‌ରେ ମିଶିଥିବାରୁ ‌ଏହାର ପାଣି ଦୂଷିତ ହେବାରେ ଲାଗିଛି।

କେନ୍ଦୁଝରର ଅନ୍ୟତମ ପ୍ରମୁଖ ନଦୀ ହେଉଛି ଅରଡ଼େଇ। ଏହା ବାଂଶପାଳ ବ୍ଲକ୍‌ର ବାର୍‌ହାରାଶି ପାହାଡ଼ରୁ ବାହାରି ବାଂଶପାଳ, କେନ୍ଦୁଝର ସଦର, ଝୁମ୍ପୁରା ବ୍ଲକ୍‌ ଅତିକ୍ରମ କରି ଚମ୍ପୁଆର ସରେଇଠାରେ ବୈତରଣୀ ନଦୀରେ ମିଶିଛି। ଉପରମୁଣ୍ଡରେ ଅଧିକାଂଶ ଚାଷଜମି ଅରଡ଼େଇ ପାଣିଦ୍ବାରା ଜଳସେଚିତ ହେଉଥିଲା। ଦିନକୁ ଦିନ ଏହି ନଦୀଜଳ ଦୂଷିତ ହେବାରେ ଲାଗିଛି। ନଦୀ କୂଳରେ ଥିବା କେନ୍ଦୁଝର ସହରର ସମସ୍ତ ଆବର୍ଜନା, ଡ୍ରେନ୍‌ ପାଣି ଅରଡ଼େଇ ନଦୀରେ ମିଶିବା ଯୋଗୁଁ ନଦୀଶଯ୍ୟା ପୋତି ହେବା ସହ ଏହାର ଜଳ ବିଷାକ୍ତ ହେବାରେ ଲାଗିଛି। ନଦୀକୁ ଆବର୍ଜନା ନ ଛାଡ଼ିବା ପାଇଁ କେନ୍ଦୁଝର ନାଗରିକ ମଞ୍ଚ ପକ୍ଷରୁ ୨୦୧୭ ଅକ୍ଟୋବରରେ ସ୍ଥାୟୀ ଲୋକ ଅଦାଲତରେ ଅଭିଯୋଗ ହୋଇଥିଲା। ସହରର ପଶ୍ଚିମ ଦିଗରେ ପାହାଡ଼ ଥିବାବେଳେ ପୂର୍ବ ଦିଗରେ ନଦୀନାଳ ରହିଛି। ଏହାକୁ ଦୃଷ୍ଟିରେ ରଖି ସହରରେ ଡ୍ରେନ୍‌ ନିର୍ମାଣ କରାଯିବାର ଥିଲା। ମାତ୍ର ଉତ୍ତର-ଦକ୍ଷିଣ ଦିଗରେ ଡ୍ରେନ୍‌ ନିର୍ମାଣ କରାଯାଇଛି। ଫଳରେ ଡ୍ରେନ୍ ଆବର୍ଜନା ଠାରୁ ଆରମ୍ଭ କରି ବ୍ୟବହୃତ ପ୍ଲାଷ୍ଟିକ, ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନର ରସାୟନିକ ପଦାର୍ଥ, ପାଇଖାନା ଆବର୍ଜନା ସବୁ ଅରଡ଼େଇ ମିଶୁଛି। ନଦୀକୁ ପ୍ରଦୂଷଣମୁକ୍ତ ପାଇଁ ଲୋକ ଅଦାଲତ ପୌରପାଳିକାକୁ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ୍‌ ନିର୍ମାଣ କରିବା ସହ ସିଧାସଳଖ ନଦୀକୁ ଆବର୍ଜନା ନ ଛାଡ଼ିବାପାଇଁ ନିର୍ଦେଶ ଦେଇଥିଲେ। ଏହା କାଗଜପତ୍ରରେ ରହିଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button