ଦେଶ ବିଦେଶ

ଧାରା ୩୭୦କୁ ହଟାଇବା ସମ୍ବିଧାନ ରୂପେ ବୈଧ : ସୁପ୍ରିମକୋର୍ଟ – bajravana

[ad_1]

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଧାରା ୩୭୦କୁ ନେଇ ଆଜି ଏକ ଐତିହାସିକ ରାୟ ଶୁଣାଇଛନ୍ତି । ଧାରା ୩୭୦କୁ ହଟାଇବା ସମ୍ବିଧାନ ଅନୁସାରେ ବୈଧ ବୋଲି କୋର୍ଟ କହିଛନ୍ତି । ମୁଖ୍ୟ ବିଚାରପତି ଡୀୱାଇ ଚନ୍ଦ୍ରଚୂଡ଼ ଶୁଣାଣୀ ସମୟରେ କହିଛନ୍ତି ଯେ, ଜମ୍ମୁ-କଶ୍ମୀରକୁ ପୁନର୍ବାର ରାଜ୍ୟ ଆଖା ଦିଆଯିବ ବୋଲି ଆମକୁ ସଲିସେଟର ଜେନେରାଲ କହିଛନ୍ତି । ଲଦାଖ କେନ୍ଦ୍ରଶାସିତ କ୍ଷେତ୍ର ରହିବ । ନିର୍ବାଚନ ଆୟୋଗ ନୂଆ ସୀମା ଆଧାରରେ ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ କରାଇବାକୁ ଆମେ ନିର୍ଦ୍ଦେଶ ଦେଉଛୁ । ରାଜ୍ୟ ଆଖ୍ୟା ମଧ୍ୟ ଯଥାଶୀଘ୍ର ଦିଆଯାଉ ।

ସୁପ୍ରିମକୋର୍ଟ ଏହାପୂର୍ବରୁ ୧୬ ଦିନର ଯୁକ୍ତି ପରେ ସେପ୍ଟେମ୍ବର ୫ରେ ଫଇସଲା ସୁରକ୍ଷିତ ରଖି ନେଇଥିଲେ । ମୁଖ୍ୟ ବିଚାରପତି ଡୀୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ ସଞ୍ଜୀବ ଖନ୍ନା, ବୀଆର ଗବଈ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ୫ ଜଣିଆ ଖଣ୍ଡପୀଠ ଏହି ଫଇସଲା ଶୁଣାଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button