ଅପରାଧ

ସନ୍ନି ଦେୱଲ ନିଖୋଜ; ଖୋଜି ଆଣିଲେ ମିଳିବ ୫୦ହଜାର ଟଙ୍କାର ପୁରସ୍କାର ରାଶି – bajravana

[ad_1]

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସନ୍ନି ଦେଓ୍ଵଲଙ୍କ ଦମଦାର ଅଭିନୟ ପାଇଁ ଦିନକୁ ଦିନ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ସନ୍ନିଙ୍କ ଅଭିନୀତ ‘ଗଦ୍ଦର-୨’ ସିନେମା ପ୍ରେକ୍ଷାଳୟରେ ଭଲ ବ୍ୟବସାୟ କରିଥିବା ବେଳେ ତାଙ୍କ ଅଭିନୟକୁ ଦର୍ଶକ ଭୁରିଭୁରି ପ୍ରଶଂସା କରିଥିଲେ।

‘ଗଦ୍ଦର-୨’ ସିନେମାର ପୋଷ୍ଟର ସହର ବଜାର ଚାରିଆଡେ ଲାଗିଥିବା ବେଳେ ପଞ୍ଜାବରେ ବିଭିନ୍ନ ସ୍ଥାନରେ ସନ୍ନି ନିଖୋଜ ହୋଇଯାଇଥିବାର ପ‌ୋଷ୍ଟର ମରାଯାଇଛି। ଏମିତି କି ସନ୍ନି ନିଖୋଜ ଥିବାର ପୋଷ୍ଟର ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରେ ବି ବଣ୍ଟା ଯାଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ‌ପୋଷ୍ଟରରେ ଏହା ମଧ୍ୟ ଉଲ୍ଲେଖ ରହିଛି କି, ‘ଯିଏବି ନିଖୋଜ ଥିବା ସନ୍ନିଙ୍କୁ ଖୋଜି ଆଣିବେ ତାଙ୍କୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ପ୍ରଦାନ କରାଯିବ।’

ତେବେ ଘଟଣାଟି ହେଉଛି ଏପରି, ସନ୍ନି ଦେଓ୍ଵଲ ସାଂସଦ ହେବା ପରେ କେବେ ବି ନିଜ ଲୋକସଭା ଅଞ୍ଚଳକୁ ଯାଇନାହାନ୍ତି କି କୌଣସି ବିକାଶମୂଳକ କାମ ବିଷୟରେ ଆଲୋଚନା  କରିନାହାନ୍ତି । ଲୋକଙ୍କୁ ଭୁଆଁ ବୁଲାଇ ସନ୍ନି ଦେଓ୍ଵଲ ନିର୍ବାଚନ ଜିତିଥିଲେ। ନିର୍ବାଚନ ଜିତିବା ପରେ ସାଂସଦ ହୋଇ ଲୋକଙ୍କ କଥା ନବୁଝିବା ଆଦୌ ଗ୍ରହଣୀୟ ନୁହେଁ।

ଏହି ଘଟଣାକୁ କେନ୍ଦ୍ର କରି ପଠାନକୋଟ ଅଞ୍ଚଳର ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ସନ୍ନିଙ୍କ ନିଖୋଜ ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଇଛନ୍ତି। ଏଥିସହିତ ୨୦୨୪ ଲୋକସଭା ନିର୍ବାଚନରେ କୌଣସି ପାର୍ଟି ଏମିତି ଲୋକଙ୍କୁ ଟିକେଟ ନ ଦେବାକୁ ପଠାନକୋଟ ଅଞ୍ଚଳର ଲୋକମାନେ ଅନୁରୋଧ କରିଛନ୍ତି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button