ଓଡିଶା

ହାତୀ ଆକ୍ରମଣରେ ମା’ ଓ ଝିଅ ଗୁରୁତର – bajravana

[ad_1]

ରାଉରକେଲା: ଦନ୍ତାହାତୀ ଆକ୍ରମଣରେ ଉଭୟ ମା’ ଓ ଝିଅ ଗୁରୁତର ହୋଇଛନ୍ତି। ଦୁହିଁଙ୍କୁ ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଛି। ମା’ ପଲ୍ଲବୀ ଟପ୍ପୋ (୨୩)ର ଡାହାଣ ହାତ ଓ ଗୋଡରେ ଗଭୀର ଆଘାତ ଲାଗିଛି। ଦୁଇ ବର୍ଷର ଝିଅ ପ୍ରିୟଙ୍କାଙ୍କ ଛାତିରେ ଆଘାତ ଲାଗିଛି। କୁଆରମୁଣ୍ଡା ବନାଞ୍ଚଳ ଅଧିକାରୀ ଓ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଘୋଡାଇ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ ଲାଠିକଟା ବ୍ଲକ ଅନ୍ତର୍ଗତ ରେହ୍ଲାପୋଷରେ ପଲ୍ଲବୀ ପରିବାର ସହ ରହନ୍ତି। ଆଜି ସକାଳ ପ୍ରାୟ ସାଢ଼େ ୬ଟାରେ ଝିଅ କାନ୍ଦିବାରୁ ବାହାରେ ବୁଲାଇବାକୁ ଘରୁ ବାହାରି ଆସିଥିଲେ। ଘନ କୁହୁଡ଼ିଥିବାରୁ ଗାଁ ଭିତରକୁ ପଶିଆସିଥିବା ହାତୀପଲଙ୍କୁ ଦେଖିପାରିନଥିଲେ। ହଠାତ୍‌ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ। ଦନ୍ତା ଉଭୟ ମା’ ଓ ଝିଅକୁ ଶୁଣ୍ଢରେ ଟେକି କଚାଡି ଦେଇଥିଲେ। ଦୁହେଁ ତଳେ ପଡ଼ି ଚିତ୍କାର କରିଥିଲେ। ଗ୍ରାମବାସୀ ଦୌଡି ଆସିଥିବାରୁ ହାତୀପଲ ସେଠାରୁ ଚାଲିଯାଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button