ଓଡିଶା

ସୀମାନ୍ତର ଜାଗ୍ରତ ପ୍ରହରୀ ହରିବନ୍ଧୁ: ଛାତ୍ର ସମୟରୁ ଆନ୍ଧ୍ର ଦାଦାଗିରିକୁ ପ୍ରତିହତ କରି ଆସୁଛନ୍ତି – bajravana

[ad_1]

ରା.ଉଦୟଗିରି: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ ଗଙ୍ଗାବାଡ଼ ପଞ୍ଚାୟତ ସୀମାନ୍ତରେ ରହିଛି ଚମ୍ପାପୁର, ମାଣିକପାଟଣା, ଆଖଡ଼ା, ମାଦିହାଖୋଲ, ଆମାରିଙ୍ଗି, ବୁରିସିଙ୍ଗ, ଗୁଡୁକୁଡ଼ି। ସେହିଭଳି, ଆନ୍ଧ୍ର ସୀମାନ୍ତରେ ରହିଛି ସିଙ୍ଗିପୁର, ରାଜପୁର, ଖଣ୍ଡମେରା, ବେତଖୋଲ, ପିତରବନ୍ଧ, ତୋଟାସାହି ଓ କୁରୁଡାଲୁ। ତେବେ, ଏଇ ସୀମାନ୍ତରେ ଯିଏ ଓଡ଼ିଶାର ଜାଗ୍ରତ ପ୍ରହରୀ ସାଜି ଆନ୍ଧ୍ରର ଦାଦାଗିରିକୁ ଅଟକାଇଛନ୍ତି ଏବଂ ଅନୁପ୍ରବେଶକୁ ରୋକିଛନ୍ତି, ସେ ହେଲେ ହରିବନ୍ଧୁ କାର୍ଜୀ।

୨୦୦୫ ମସିହାରେ ଯୁକ୍ତ ଦୁଇ ପଢ଼ିବା ସମୟରେ ହରିବନ୍ଧୁ ଆନ୍ଧ୍ରର ଦାଦାଗିରି ଦେଖିଥିଲେ । ଏହାକୁ ରୋକିବା ପାଇଁ ରାଜନୀତିକୁ ମାଧ୍ୟମ କରିଥିଲେ। ହେଲେ, କିଛି ବିକାଶମୂଳକ କାର୍ଯ୍ୟ କରିବା ଛଡ଼ା ସୀମାନ୍ତ ଅଞ୍ଚଳର ଲୋକଙ୍କ ପାଇଁ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନେଇ ପାରିଲେ ନାହିଁ । ସ୍ନାତକ ପରେ ଆଇନ ପଢ଼ିଥିବା ହରିବନ୍ଧୁ ଏହି ପଞ୍ଚାୟତର ୨୦୧୨ ଏବଂ ୨୦୨୨ରେ ଦୁଇଥର ସରପଞ୍ଚ ହୋଇଛନ୍ତି। ଏହିସମୟ ମଧ୍ୟରେ ଆନ୍ଧ୍ର ଦଖଲ କରିଥିବା ଶହ ଶହ ଏକର କାଜୁ ତୋଟା ଓ ଚାଷ ଜମି ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି। ଏଥିରେ ପ୍ରାୟ ୮ଟି ଗ୍ରାମର ୧୧୦ ପରିବାର ଜୀବିକା ନିର୍ବାହ କରୁଛନ୍ତି। କେବଳ ସେତିକି ନୁହେଁ, ଜଣେ ଜାଗ୍ରତ ପ୍ରହରୀ ଭଳି ହରିବନ୍ଧୁ ଆନ୍ଧ୍ର ଅନୁପ୍ରବେଶର ପ୍ରତ୍ୟେକ ଖବର ଜିଲ୍ଲା ପ୍ରଶାସନ ଓ ଗଣମାଧ୍ୟମ ନିକଟରେ ପହଞ୍ଚାନ୍ତି । ତାଙ୍କରି ଏଭଳି ଉଦ୍ୟମକୁ ଯଦି ଅଧିକ ସହଯୋଗ ମିଳନ୍ତା, ହୁଏତ ନବପିଢ଼ି ମଧ୍ୟ ଆନ୍ଧ୍ରର ମିଛ ପ୍ରତିଶ୍ରୁତିରେ ଭଳି ଯାଆନ୍ତେ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button