ଓଡିଶା

ନିଆଁରେ ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ପିଭିସି ପାଇପ୍‌ – bajravana

[ad_1]

କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ମେଗା ପାନୀୟ ଜଳପ୍ରକଳ୍ପ ପାଇଁ ଆସିଥିବା ଲକ୍ଷାଧିକ ଟଙ୍କାର ପିଭିସି ପାଇପ ନିଆଁରେ ପୋଡ଼ି ପାଉଁଶ ହୋଇ ଯାଇଛି। ଖୁରି ଗାଁ ପଞ୍ଚାୟତ ସଦରର ଏକ ସ୍ଥାନରେ ଗଛିତ ଥିବା ପାଇପରେ ଆଜି ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗିଯାଇ ଥିଲା। ଏନେଇ କାଶୀପୁର ପୁଲିସ ଏବଂ ଦମକଳବାହିନୀଙ୍କୁ ତୁରନ୍ତ ଖବର ଦିଆଯାଇ ଥିଲା। ଖୁରିଗାଁ ଠାରୁପ୍ରାୟ ଚାରି କିଲୋମିଟର ଦୂରରେ ଥିବା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରାଯାଇ ଥିବାର ଜଣାଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ। କିନ୍ତୁ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ଲକ୍ଷାଧିକ ଟଙ୍କାର ପାଣିପାଇପ ପୋଡ଼ି ପାଉଁଶ ହୋଇଥିବାର ଖବର ମିଳିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button