ଖେଳ ଖବର

ଡର୍ବାନ୍‌ରେ ଭାରତକୁ ବର୍ଷାଭିଜା ସ୍ବାଗତ – bajravana

[ad_1]

ଡର୍ବାନ୍‌: ଦକ୍ଷିଣ ଆଫ୍ରିକାରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାକୁ ଗୁରୁବାର ଭାରତୀୟ ଦଳ ଡର୍ବାନରେ ପହଞ୍ଚିଛି। ‌କିନ୍ତୁ ସେଠାରେ ଭାରତୀୟ ଖେଳାଳିଙ୍କୁ ସ୍ବାଗତ କରିବା ପାଇଁ ସ୍ଥାନୀୟ ଲୋକଙ୍କ ସହ ପ୍ରବଳ ବର୍ଷା ଅପେକ୍ଷା କରିଥିଲା। ଭାରତୀୟ ଖେଳାଳିମାନେ ବିମାନବନ୍ଦରରୁ ଦଳୀୟ ବସ୍‌ ନିକଟକୁ ଯିବା ବେଳେ ନିଜ ଲଗେଜ୍‌କୁ ମୁଣ୍ଡ ଉପରେ ଛତା ଭଳି ବ୍ୟବହାର କରୁଥିବା ଦେଖାଯାଇଛି। ଖେଳାଳିମାନେ ଡର୍ବାନ୍‌ରେ ପହଞ୍ଚିବା ପରେ ସେମାନଙ୍କୁ ପାରମ୍ପରିକ ଢଙ୍ଗରେ ସ୍ବାଗତ କରାଯାଇଥିଲା। ଭାରତୀୟ ଦଳ ଏହି ଗସ୍ତରେ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ପରେ ୩ ଦିନିକିଆ ଓ ୨ ଟେଷ୍ଟ୍‌ ମ୍ୟାଚ୍‌ ଖେଳାଯିବ। ହାର୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ଶତପ୍ରତିଶତ ସୁସ୍ଥ ହୋଇ ନଥିବାରୁ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ବ ନେବେ। ତେବେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଏହି ଧଳାବଲ୍‌ ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି। ତେବେ ଶୁବମନ ଗିଲ୍‌, କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡ଼େଜା ଦିନିକଆ ବିଶ୍ବକପ୍‌ ପରେ ଧଳାବଲ୍‌ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅନ୍ୟପକ୍ଷରେ ରୋହିତଙ୍କ ଅନୁପସ୍ଥିତିରେ କେଏଲ୍‌ ରାହୁଲ୍‌ ଦିନିକିଆ ଶୃଙ୍ଖଳାରେ ଭାରତୀୟ ଦଳର ନେତୃତ୍ବ ନେବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button