କ୍ୟାପିଟାଲ୍ସକୁ ହରାଇଲା କିଙ୍ଗ୍ସ: ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ଫିକା – bajravana
[ad_1]
ମୁଲାନପୁର: ପଞ୍ଜାବ କ୍ରିକେଟ୍ ସଂଘର ନୂଆ ଷ୍ଟାଡିୟମ୍ ‘ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍’ରେ ଖେଳିଥିବା ପ୍ରଥମ ମ୍ୟାଚ୍କୁ ଜିତି ଘରୋଇ ଦଳ ‘ପଞ୍ଜାବ କିଙ୍ଗ୍ସ’ ଚଳିତ ଆଇପିଏଲ୍ରେ ରାଜକୀୟ ଆରମ୍ଭ କରିଛି। ଶନିବାରର ଯୁଗଳ ମୁକାବିଲାର ଏହି ପ୍ରଥମ ଲଢ଼େଇରେ ପଞ୍ଜାବ କିଙ୍ଗ୍ସ ୪ ୱିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଛି। ମର୍ମନ୍ତୁଦ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଦୀର୍ଘ ଦେଢ଼ବର୍ଷ ପରେ କ୍ରିକେଟ୍କୁ ଫେରୁଥିବାରୁ ସମସ୍ତଙ୍କ ନଜର ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କ ଉପରେ ଥିଲା। ହେଲେ ସେ ବ୍ୟକ୍ତିଗତ ଭାବେ ବିଫଳ ହେବା ସହ କ୍ୟାପିଟାଲ୍ସ ବୋଲର ବିଶେଷ କମାଲ ଦେଖାଇ ପାରି ନାହାନ୍ତି। ପରେ ଦିଲ୍ଲୀ ଧାର୍ଯ୍ୟ କରିଥିବା ୧୭୫ ରନ୍ର ଲକ୍ଷ୍ୟକୁ ପଞ୍ଜାବ କିଙ୍ଗ୍ସ ୪ ବଲ୍ ପୂର୍ବରୁ ୬ ୱିକେଟ୍ ହରାଇ ହାସଲ କରି ତାଙ୍କ ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନକୁ ଫିକା କରିଛି। ତା’ ସହିତ ଆତ୍ମବିଶ୍ବାସର ସହ ନିଜ ଅଭିଯାନ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ଟସ୍ ହାରି ଦିଲ୍ଲୀ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ପାୱାର ପ୍ଲେ’ରେ ବିସ୍ଫୋରକ ବ୍ୟାଟିଂ କରି ୬୦ ରନ୍ ଅମଳ କରିବା ସତ୍ତ୍ବେ ପରବର୍ତ୍ତୀ ସମୟରେ ଲଗାତାର ୱିକେଟ୍ ହରାଇ ଦେଢ଼ ଶହ ରନ୍ ଟପିବାକୁ ଯୁଝି ଥିଲା। ପାଳି ଶେଷ ଆଡ଼କୁ ଯୁବ ତାରକା ଅଭିଷେକ ପୋରେଲ ମାତ୍ର ୧୦ ବଲ୍ରୁ ୨ ଛକା ଓ ୪ ଚୌକା ବଳରେ ୩୨* ରନ୍ କରିବାକୁ ଦଳ ୯ ୱିକେଟ୍ ବିନିମୟରେ ୧୭୪ ରନ୍ କରି ସମ୍ମାନ ରଖିଥିଲା। ଜବାବରେ ପଞ୍ଜାବ କିଙ୍ଗ୍ସ ପାଇଁ ଇଂଲିସ୍ ଅଲରାଉଣ୍ଡର୍ ସାମ୍ କରନ (୬୩ ରନ୍, ୪୭ ବଲ୍) ଅର୍ଦ୍ଧଶତକୀୟ ପାଳି ଖେଳି ଆଶା ସୃଷ୍ଟି କରିଥିଲେ। ପରେ ସେହି ଇଂଲଣ୍ଡର ତାରକା ଖେଳାଳି ଲିୟାମ ଲିଭିଂଷ୍ଟୋନ୍ ୨୧ ବଲ୍ରୁ ୩୮ ରନ୍ର ଦ୍ରୁତ ଓ ଅପରାଜିତ ପାଳି ଖେଳି ବିଜୟ ମୁଣ୍ଡି ମାରିଥିଲେ। କରନଙ୍କୁ ତାଙ୍କ ଦାୟିତ୍ବସଂପନ୍ନ ପାଳି ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ସଂକ୍ଷିପ୍ତ ସ୍କୋର୍: ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୭୪/୯ (ସାଇ ହୋପ୍ ୩୩, ଅଭିଷେକ ପୋରେଲ୍ ୩୨*, ଡେଭିଡ୍ ୱାର୍ଣ୍ଣର୍ ୨୯, ଅର୍ଶଦୀପ ସିଂହ ୨/୨୮, ହର୍ଷଲ ପଟେଲ ୨/୪୭)। ପଞ୍ଜାବ କିଙ୍ଗ୍ସ ୧୯.୨ ଓଭରରେ ୧୭୭/୬ (ସାମ୍ କରନ ୬୩, ଲିୟାମ୍ ଲିଭିଂଷ୍ଟୋନ୍ ୩୮*, କୁଲଦୀପ ଯାଦବ ୨/୨୦, ଖଲିଲ ଅହମ୍ମଦ ୨/୪୨)
ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ଫିକା
ମୁଲାନପୁର: ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତ ଆଇପିଏଲ୍ ପ୍ରତ୍ୟାବର୍ତ୍ତନ ସେତେଟା ଉତ୍ସାହଜନକ ହୋଇନି। ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ପନ୍ତ ମାତ୍ର ୧୮ ରନ୍ରେ ଆଉଟ୍ ହୋଇଥିଲେ। ତେବେ ଏହି ରନ୍ ଭିତରେ ସେ ଦୁଇଟି ଚୌକା ମାରିଥିଲା ବେଳେ ଆଇପିଏଲ୍ରେ ୪୦୦ତମ ବାଉଣ୍ଡରି ହାସଲ କରିଥିଲେ। ତେବେ ତାଙ୍କର ୱିକେଟ୍କିପିଂ ଦକ୍ଷତାରେ କୌଣସି ହ୍ରାସ ପରିଲକ୍ଷିତ ହୋଇ ନାହିଁ। ବରଂ ପୂର୍ବଭଳି ତାଙ୍କ ଶରୀରରେ ଶକ୍ତି ଭରପୂର ରହିଥିଲା। ଡାଇଭ୍ ମାରି ବଲ୍ ଅଟକାଉଥିଲା ବେଳେ ଜିତେଶ ଶର୍ମାଙ୍କୁ ଷ୍ଟମ୍ପିଂ ମଧ୍ୟ କରିଥିଲେ। ପଞ୍ଜାବ କିଙ୍ଗ୍ସର ନୂଆ ଘରୋଇ ପଡ଼ିଆ ମହାରାଜା ଯାଦବୀନ୍ଦ୍ର ସିଂହ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ପନ୍ତ ଯେତେବେଳେ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିଥିଲେ, ଦର୍ଶକମାନେ ଛିଡ଼ା ହୋଇ ତାଳି ମାରି ତାଙ୍କୁ ଅଭିବାଦନ ଜଣାଇଥିଲେ। ୨୦୨୨ ଡିସେମ୍ବରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହେବା ସହ ନୂଆ ଜୀବନ ପାଇଛନ୍ତି। ବ୍ୟୟବହୁଳ ଚିକିତ୍ସା ମଧ୍ୟରେ ଗତି କରିବା ପରେ ବିସିସିଆଇ ତାଙ୍କୁ ଆଇପିଏଲ୍ ଖେଳିବାକୁ ଫିଟ୍ ଘୋଷଣା କରିଥିଲା। ଆଇପିଏଲ୍ରେ ଭଲ ପ୍ରଦର୍ଶନ କଲେ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ସେ ସ୍ଥାନ ପାଇବାର ସମ୍ଭାବନା ରହିଛି।
[ad_2]