ଓଡିଶା

ଋଣଛାଡ଼ କରି କଂଗ୍ରେସ, ଭାଜପା ଦେଶ ଓ ରାଜ୍ୟ ଅର୍ଥନୀତିକୁ ଦେବାଳିଆ କରିବେ: ମୁଖ୍ୟମନ୍ତ୍ରୀ

Image result for naveen patnaikଭୁବନେଶ୍ୱର- କୃଷିଋଣ ଛାଡ଼ ନେଇ ଚିତ୍କାର କରୁଥିବା କଂଗ୍ରେସ ଓ ଭାଜପାକୁ ମୁଖ୍ୟମନ୍ତ୍ରୀ କଡ଼ା ସମାଲୋଚନା କରିଛନ୍ତି। କୃଷିଋଣ ଛାଡ଼ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି  ଯେ, କଂଗ୍ରେସର କୃଷିଋଣ ଛାଡ଼ ଘୋଷଣା ଏକ ହାସ୍ୟାସ୍ପଦ। ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ଥିବା କଂଗ୍ରେସ ସରକାର ରାଜ୍ୟ ରାଜକୋଷକୁ ଦେବାଳିଆ କରିଦେଇଥିଲା। ଏ କଥା ସମସ୍ତେ ଜାଣିଛନ୍ତି। କର୍ମଚାରୀମାନେ ଦରମା ପାଉ ନ ଥିବା ବେଳେ ଭିତ୍ତିଭୂମି ନିର୍ମାଣ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ମାତ୍ର କାଳିଆ ଯୋଜନା ଚାଷୀମାନଙ୍କ ପାଇଁ ଏକ ପ୍ରଗତିଶୀଳ ଯୋଜନା। ଗରିବ ଲୋକଙ୍କୁ ଏହା ଫାଇଦା ଦେବ। ରାଜ୍ୟ ଭାଜପାର କୃଷିଋଣ ଛାଡ଼ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଲେ ଭାଜପା କହେ ଅଧିକ, କରେ କମ୍‌। ୨୦୧୪ ନିର୍ବାଚନ ଇସ୍ତାହାରରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ ଭାଜପା ଘୋଷଣା କରିଥିଲା। ମାତ୍ରା ତାହା କ’ଣ ହେଲା ଆପଣମାନେ ଜାଣିଛନ୍ତି। ଭାଜପା ଓ କଂଗ୍ରେସ ଋଣ ଛାଡ଼ ଘୋଷଣା କରି ଦେଶ ତଥା ରାଜ୍ୟର ଅର୍ଥନୀତିକୁ ଦେବାଳିଆ କରିଛନ୍ତି। ଚାଷୀଙ୍କୁ ବୋନସ ଦେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାହା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରିବାକୁ ଆମେ ଦାବି କରିଆସିଛୁ। ସ୍ବାମୀନାଥନ କମିଟି ଦେଇଥିବା ସୁପାରିସ୍‌ କାର୍ଯ୍ୟକାରୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହାକୁ କେନ୍ଦ୍ର ସରକାର ଅନୁଧ୍ୟାନ କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button