ଦେଶ ବିଦେଶ

ପୁଣି ଖୋଲିବ ଆରୁଷି ମର୍ଡ଼ର କେସ‌୍? ତଲବାର ଦଂପତ୍ତିଙ୍କୁ ଆଜୀବନ କାରାବାସ ପ୍ରଦାନ କରିଥିବା CBI ଜଜ ପହଁଚିଲେ ସୁପ୍ରୀମ କୋର୍ଟ

ନୂଆଦିଲ୍ଲୀ ୮-୩  ଆରୁଷି ମର୍ଡର କେସରେ ତଲବାର ଦଂପତ୍ତିଙ୍କୁ ଆଜୀବନ କାରାବାସ ପ୍ରଦାନ କରିଥିବା ଜଜ ଶ୍ୟାମଲାଲ ଆରୁଷି ମାମଲାରେ ଆଲାହାବାଦ ହାଇକୋର୍ଟର ଫଇସଲାରେ ନିଜ ବିରୁଦ୍ଧରେ ହୋଇଥିବା ଟିପ୍ପଣି ହଟାଇବାର ଦାବି କରିଛନ୍ତି।
ଆରୁଷି ଡବଲ ମର୍ଡର ମାମଲାରେ ରେ ତଲବାର ଦଂପତ୍ତିଙ୍କୁ ଆଜୀବନ କାରାବାସ ଦଣ୍ଡ ଶୁଣାଇଥିବା ସିବିଆଇ ଜଜ ଶ୍ୟାମଲାଲ ସୁପ୍ରୀମ କୋର୍ଟରେ ଅର୍ଜି ଦାଖଲ କରିଛନ୍ତି।
ଜଜ ଶ୍ୟାମଲାଲ ଆରୁଷି ମାମଲାରେ ଆଲାହାବାଦ ହାଇକୋର୍ଟର ଫଇସଲାରେ ନିଜ ବିରୁଦ୍ଧରେ କରାଯାଇଥିବା କଡ଼ା ଟିପ୍ପଣିକୁ ହଟାଇବାପାଇଁ ଦାବି କରିଛନ୍ତି। ହାଇକୋର୍ଟ ସିବିଆଇର ଫଇସଲାର ବିରୋଧାଭାସରେ କହିଥିଲେ ଏବଂ ତଲବାର ଦଂପତ୍ତିଙ୍କୁ ନିର୍ଦ୍ଦୋଶ ବୋଲି ରାୟ ଦେଇଥିଲେ।
ଆଲାହାବାଦ ହାଇକୋର୍ଟ ତଲବାର ଦମ୍ପତିଙ୍କୁ ନିର୍ଦ୍ଦୋଶରେ ଛାଡ଼ିବା ସମୟରେ ଜଜଙ୍କର ଆଇନ ଉପରେ ଜ୍ଞାନର ପ୍ରଶ୍ନ ଉଠାଇଥିଲେ। ହାଇକୋର୍ଟ କହିଥିଲେ କି ଜଜ ‘ଗଣିତ ଟିଚର’ ଏବଂ ‘ଫିଲ୍ମ ଡାଇରେକ୍ଟର ‘ପରି ବ୍ୟବହାର କରିଛନ୍ତି। ଏମିତି ଲାଗୁଛି କି ଜଜଙ୍କୁ ଆଇନ ଠିକ ଜଣା ନାହିଁ। ଏହି କାରଣରୁ ସେ ଅନେକ ତଥ୍ୟକୁ ନିଜେ ହିଁ ମାନିକରି ଫଇସଲା ଦେଇଥିଲେ। ଏମିତି ଲାଗୁଛି କି ଟ୍ରାଯଲ ଜଜ ନିଜର ଆଇନ୍ ଜିମ୍ମେଦାରିରେ ଅନଭିଜ୍ଞ।
ଫଇସଲା ସମୟରେ ହାଇକୋର୍ଟ ତରଫରୁ କୁହାଯାଇଥିଲା କି ବର୍ତ୍ତମାନର ଉପସ୍ଥିତ ପ୍ରମାଣ ଏବଂ ସାକ୍ଷୀର ଆଧାରରେ ରାଜେଶ ତଲବାର ଏବଂ ନୂପୁର ତଲବାରଙ୍କୁ ଆରୁଷି ଏବଂ ଘରର କର୍ମଚାରୀ ହେମରାଜର ହତ୍ୟାର ଦୋଷୀ ମନା ଯାଇପାରିବ ନାହିଁ। ହାଇକୋର୍ଟର ଜଜ ଏକେ ମିଶ୍ର କହିଥିଲେ କି ସିବିଆଇର ଜାଞ୍ଚରେ ଅନେକ କମି ରହିଛି। ଆରୁଷିକୁ ମାତା-ପିତା ମାରି ନାହାଁନ୍ତି। ଏପରି ମାମଲାରେ ସୁପ୍ରିମ କୋର୍ଟ ମଧ୍ୟ ଏପରି କଠୋର ଦଣ୍ଡ ଦେଇନଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button