ଦେଶ ବିଦେଶ

ଅଦାନୀ ଗ୍ରୁପ ମାମଲାକୁ ନେଇ ସରକାରଙ୍କୁ ଘେରିିଲେ ରାହୁଲ – bajravana

[ad_1]

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଦାନୀ ଗ୍ରୁପ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କିଛି ବିଦେଶୀ ଖବରକାଗଜର ରିପୋର୍ଟ କଥା ମନେ ପକାଇ କହିଛନ୍ତି ଯେ, ୨ଟି ବଡ଼ ଅନ୍ତରାଷ୍ଟ୍ରୀୟ ଖବରକାଗଜ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି । ଏହି ଖବରକାଗଜର ପ୍ରଭାବ ଭାରତର ଛବି ଏବଂ ନିବେଶ ଉପରେ ପଡ଼ିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜଣେ ନିକଟତର(ଗୌତମ ଅଦାନୀ) ସେୟାର ପାଇଁ ବିଲିୟନ ଡଲାର ଉପଯୋଗ କରିଛନ୍ତି ।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ କ’ଣ ପାଇଁ ଚୁପ ରହିଛନ୍ତି ? ଜି-୨୦ ନେତା ଆସିବାକୁ ଯାଉଛନ୍ତି ଯିଏକି ପଚାରିବେ ଗୋଟିଏ କମ୍ପାନୀକୁ ଏତେ ଗୁରୁତ୍ୱ କାହିଁକି ଦିଆଯାଉଛି? ସେମାନେ ଆସିବା ପୂର୍ବରୁ ଏହାର ଉତ୍ତର ଦେଇଦେବା ଭଲ । ଜେପିସି ଯାଞ୍ଚର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ଏବଂ ଅଦାନୀଙ୍କ ମଧ୍ୟରେ କ’ଣ ସମ୍ପର୍କ ରହିଛି? ଯାଞ୍ଚ କମ୍ପାନୀ ଅଦାନୀ ଗ୍ରୁପକୁ ଯାଞ୍ଚ ଓ ଜେରା କାହିଁକି କରୁନି? ଆମେ ପାରଦର୍ଶିତା କଥା କହୁଛୁ । ଜି୨୦ ପୂର୍ବରୁ ଭାରତର ପ୍ରତିଷ୍ଠାକୁ ନେଇ ବାଜି ଲାଗିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button