ଓଡିଶା

ଆଇଟିଡ଼ିଏ ପକ୍ଷରୁ ଜେଜେଏସଙ୍କ ତାଲିମ୍ ଶିବିର – bajravana

[ad_1]

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଆଇଟିଡ଼ିଏ ପକ୍ଷରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ କାର୍ଯ୍ୟକ୍ରମରେ ଯୋଡ଼ିତ ଥିବା ଜନସାଥୀମାନଙ୍କୁ ନେଇ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପିଏଆଇଟିଡିଏ ପରିକ୍ଷୀତ ଦାଶଙ୍କର ନିର୍ଦ୍ଦେଶରେ ପିଏମ୍ ସ୍ବର୍ଣ୍ଣପ୍ରଭା ରଥ, ଏସ୍ଏମ୍ଏସ୍ ରବୀନ୍ଦ୍ରନାଥ ଗିରିଙ୍କ ତତ୍ତ୍ବାବଧାନରେ ଏସ୍ଏମ୍ଏସ୍ ରାଜେନ୍ଦ୍ର କୁମାର ପାଢ଼ୀ ତାଲିମ ପ୍ରଦାନ କରିଥିଲେ। ଆଇଟିଡ଼ିଏ ରାଇରଙ୍ଗପୁର ଦ୍ବାରା ୭ ଗୋଟି ବ୍ଲକରେ ୫୪ ଜଣ ଜନଜାତି ସାଥୀଙ୍କୁ ଚୟନ କରାଯାଇ ତାଙ୍କୁ ତାଲିମ୍ ଦିଆଯାଇଛି।

ସୂଚନାନୁଯାୟୀ ପ୍ରତ୍ୟେକ ଜଣେ ଜଣେ କ୍ଲଷ୍ଟର ଦାୟିତ୍ବ ନେଉଛନ୍ତି ଓ ୫୪ଟି ଜନଜାତି କ୍ଲଷ୍ଟର ଗଠନ କରାଯାଇଛି। ଜନଜାତି ସାଥୀମାନେ କ୍ଲଷ୍ଟରର ସମ୍ପୂର୍ଣ୍ଣ ଦାୟିତଃ ନେବା ସହ ଗ୍ରାମର ସମସ୍ତ ହାଉସହୋଲ୍ଡ କିପରି ସରକାରଙ୍କର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମରେ ସାମିଲ୍ ହୋଇପାରିବେ ସେ ବିଷୟରେ ତାଲିମ୍ ପ୍ରଦାନ କରାଯାଇଛି। ଏଡ଼ିଡବ୍ଲ୍ୟୁଓ ଗାନେନ୍ଦ୍ର ସାମଲ ଉପସ୍ଥିତ ରହି ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ତାଲିମ୍ କାର୍ଯ୍ୟକ୍ରମରେ ୭ଟି ବ୍ଲକର ବିଏଲ୍ଇମାନେ ପରିଚାଳନା କରିବାରେ ସାହୋଯଗ କରିଥଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button