ଓଡିଶା

ରଖେ ହରି ମାରେ କିଏ? ୨୦ ଫୁଟ୍‌ ଗଭୀର ପରିତ୍ୟକ୍ତ ନଳକୂପରୁ ସୁରକ୍ଷିତ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା – bajravana

[ad_1]

ରେଙ୍ଗାଲି/ସମ୍ବଲପୁର/ଝାରସୁଗୁଡ଼ା: କଥାରେ ଅଛି ରଖେ ହରି ମାରେ କିଏ? ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅଧୀନ ଲାରିପାଲିସ୍ଥିତ ଶ୍ରୀରାମ ବୁଢା ଜଙ୍ଗଲରେ ମଙ୍ଗଳବାର ଦିନ ଘଟିଥିବା ଘଟଣା ଏହି ଉକ୍ତିକୁ ପ୍ରମାଣିତ କରିଛି। ନବଜାତକୁ ମାରିବା ପାଇଁ ହୋଇଥିବା ଯୋଜନା ବିଫଳ ହୋଇଛି। ଉଦ୍ଧାରକାରୀ ଟିମ୍‌ ସଫଳତାର ସହିତ ଶ୍ରୀରାମ ବୁଢା ଜଙ୍ଗଲରେ ପରିତ୍ୟକ୍ତ ନଳକୂପରୁ ନବଜାତ ଶିଶୁକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ପ୍ରତକ୍ଷ୍ୟଦର୍ଶୀ ଓ ରାଜ୍ୟବାସୀ ଉଦ୍ଧାରକାରୀ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି। ଅଗ୍ନିଶମ ବାହିନୀ, ପୁଲିସ ଏବଂ ଓଡ୍ରାଫ୍‌ ଟିମ୍‌ର କର୍ମଚାରୀଙ୍କ ପ୍ରାୟ ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ବଳରେ ନବଜାତକୁ ପ୍ରାୟ ୨୦ ଫୁଟ୍‌ ଭିତରୁ ସୁରକ୍ଷିତ ଉଦ୍ଧାର ହୋଇଛି। ଏହା ପରେ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ମେଡିକାଲ ଟିମ୍‌ର ନେତୃତ୍ବରେ ଏକ ଆମ୍ବୁଲାନ୍ସରେ ନବଜାତ ଶିଶୁକନ୍ୟାକୁ ବୁର୍ଲା ବଡ଼ଡାକ୍ତରଖାନାକୁ ନିଆଯାଇଛି।

ସୂଚନା ଅନୁସାରେ ଲାରିପାଲିସ୍ଥିତ ଶ୍ରୀରାମ ବୁଢ଼ା ଜଙ୍ଗଲକୁ ଆଜି ଅପରାହ୍‌ଣରେ କିଛି ଲୋକ ଯାଇଥିଲେ। ଜଙ୍ଗଲ ଭିତରେ ଥିବା ପରିତ୍ୟକ୍ତ ନଳକୂପରୁ ଏକ ଶିଶୁର କ୍ରନ୍ଦନ ସେମାନେ ଶୁଣିବାକୁ ପାଇଥିଲେ। ଏନେଇ ଲୋକମାନେ ସ୍ଥାନୀୟ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ପରେ ଏହି ଖବର ପୁଲିସ ଓ ଅଗ୍ନିଶମବାହିନୀଙ୍କୁ ଦିଆଯାଇଥିଲା। ସୂଚନା ପାଇ ଅଗ୍ନିଶମବାହିନୀ, ପୁଲିସ ଓ ପ୍ରଶାସନିକ ଅଧିକାରୀର ଟିମ୍‌ ଅପରାହ୍‌ଣ ୩ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ପରିତ୍ୟକ୍ତ ନଳକୂଅରୁ ନବଜାତକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟା ହୋଇଯିବାରୁ ଜେନେରେଟର ଲଗାଇ ଆଲୋକ ବ୍ୟବସ୍ଥା କରାଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟରେ ୩ଟି ଜେସିବିକୁ ନିୟୋଜିତ କରାଯାଇଥିଲା। ଜେସିବିରେ ପ୍ରାୟ ୧୩ ଫୁଟ୍‌ ପର୍ଯ୍ୟନ୍ତ ଖୋଳାଯାଇଥିଲା। ଏହା ପରେ ଦମକଳ ବାହିନୀ, ପୁଲିସ ଓ ଓଡ୍ରାଫ୍‌ର କର୍ମୀମାନେ ବହୁ ସତର୍କତାର ସହିତ ମାନୁଆଲରେ ନଳକୂର ଚତୁଃପାର୍ଶ୍ବରେ ଖୋଳିଥିଲେ। ଶିଶୁର ଶ୍ବାସକ୍ରିୟା ପାଇଁ ଯେଭଳି ଅସୁବିଧା ନହେବ, ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ପରିତ୍ୟକ୍ତ ନଳକୂପ ପାଇପ୍‌ରେ ଅମ୍ଲଜାନ ଲଗାଯାଇଥିଲା। ଶେଷରେ ନଳକୂପରୁ ନବଜାତକୁ ଉଦ୍ଧାର କରାଯାଇଥିଲା।

ନଳକୂଅ ଭିତରୁ ନବଜାତକୁ ଉଦ୍ଧାର କରାଯିବା ପରେ ଏକ ଆମ୍ବୁଲାନ୍ସରେ ମେଡିକାଲକୁ ନେଇଥିଲେ। ନବଜାତର ଚିକିତ୍ସା ପାଇଁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ବୁର୍ଲା ଡାକ୍ତରଖାନାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଡ. ଶୁଭମ ସିଂହ ଏହି ମେଡିକାଲ ଟିମ୍‌ର ନେତୃତ୍ବ ନେଇଥିଲା ବେଳେ ଫମାର୍ସିଷ୍ଟ ସୁରେନ୍ଦ୍ର ମୋହନ ବେହେରାଙ୍କ ସମେତ ରେଙ୍ଗାଲି ଓ କତରବଗାର ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ୟ କର୍ମଚାରୀମାନେ ତାଙ୍କୁ ସହଯୋଗ କରିଥିଲେ। ସମ୍ବଲପୁର ଏସ୍‌ପି ମୁକେଶ ଭାମୁ, ଏଡିଏମ୍‌ ପ୍ରଦୀପ ସାହୁ, ଏସ୍‌ଡିପିଓ ପ୍ରଦୀପ ସାହୁ, ବିଡିଓ କୃଷ୍ଣଚନ୍ଦ୍ର ଦଳପତି, ରେଞ୍ଜ ଫାୟାର ଅଫିସର ଏସ୍‌ପି ଡିଙ୍ଗରୋ, ରେଙ୍ଗାଲି ଥାନା ଆଇଆଇସି ସୁଦର୍ଶନ ପଣ୍ଡା, ଠେଲକୋଲେଇ ଥାନା ଅଧିକାରୀ ସାବିତ୍ରୀ ବଳ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ବୋର୍‌ୱେଲ ଭିତରେ ଶିଶୁ ପଡ଼ିବା ଘଟଣାରେ ଉଦ୍ଧାର କାର୍ଯ୍ୟରେ ଲାଗିବା ପାଇଁ ଭିକ୍ଟିମ୍‌ ଲୋକେସନ୍‌ କ୍ୟାମେରା ଭୁବନେଶ୍ବରରୁ ପଠାଯାଇଥିଲା। ଏନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ଝାରସୁଗୁଡ଼ା ବିମାନବନ୍ଦରରେ କ୍ୟାମେରା ଓ ଅପ୍ଟିକାଲ ଫାଇବର ପହଞ୍ଚିଥିଲା। ରାତି ୮ଟାରେ ଝାରସୁଗୁଡ଼ା ବିମାନବନ୍ଦର ପରିସରରୁ ଏହି କ୍ୟାମେରା ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ନେଇ ଆସିଥିବା ଏକ ଟିମ୍‌ ରେଙ୍ଗାଲି ଅଭିମୁଖେ ବାହାରିଥିଲେ। ବୋର୍‌‌ୱେଲରେ ଫସିଥିବା ଶିଶୁଟି କେତେ ଦୂରରେ ଅଛି ଓ ଶିଶୁର ତମାମ୍‌ ଗତିବିଧି ଉପରେ ଏହି କ୍ୟାମେରା ନଜର ରଖିଥିଲା।

ତେବେ ଶିଶୁଟି ସୁରକ୍ଷିତ ଉଦ୍ଧାର ହେଲା ପରେ ଏହି ଘୃଣ୍ୟ କାମ ପାଇଁ କିଏ ଦାୟୀ ସେନେଇ ଆଲୋଚନା ଜୋର ଧରିଛି। କେହି ଜଣେ ଲୋକ ଶିଶୁକୁ ପରିତ୍ୟକ୍ତ ନଳକୂପରେ ଫିଙ୍ଗିଦେଇ ଚାଲିଯାଇଥିବା ନେଇ ଚର୍ଚ୍ଚା ହେଉଛି। ଘଟଣାର ତଦନ୍ତ ପରେ ଏହି କାମ ପାଇଁ କିଏ ଦାୟୀ ସେନେଇ ଜଣାପଡ଼ିବ ବୋଲି ପୁଲିସ କହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button