ଅପରାଧ

ଟିଟିଇଙ୍କ ଧକ୍କାରେ ଚଳନ୍ତା ଟ୍ରେନରୁ ଖସି ଯାତ୍ରୀ ମୃତ – bajravana

[ad_1]

ନୂଆଦିଲ୍ଲୀ: ବିହାରରେ ରେଳବାଇର ଟିଟିଇ ଜଣେ ଯାତ୍ରୀଙ୍କୁ ଧକ୍କା ଦେଇଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଟିଟିଇଙ୍କ ଧକ୍କ‌ାରେ ଯାତ୍ରୀ ଜଣକ ଟ୍ରେନରୁ ତଳକୁ ଖସି ପଡ଼ିଥିଲେ। ଫଳରେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସ୍ଥାନୀୟଲୋକେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏହି ଘଟଣା ଡିସେମ୍ବର ୩ ତାରିଖରେ ସମସ୍ତିପୁର-ବରୋନି ରେଳବାଇର ମିଥିଲା ଏକ୍ସପ୍ରେସ ଟ୍ରେନରେ ଘଟିଥିଲା। ଏହି ଟ୍ରେନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଓ ଟିଟିଇଙ୍କ ମଧ୍ୟରେ ଟିକେଟକୁ ନେଇ ଝଗଡ଼ା ଲାଗିଥିଲା।

ଏହାକୁ କେନ୍ଦ୍ର କରି ଟିଟିଇ ଯାତ୍ରୀଙ୍କୁ ଚଳନ୍ତା ଟ୍ରେନର ଦ୍ବାର ପାଖାକୁ ନେଇ ଧକ୍କା ଦେଇଥିଲେ। ଫଳରେ ଯାତ୍ରୀ ଟ୍ରେନରୁ ତଳକୁ ଖସି ପଡ଼ିଥିଲେ। ଏହି କାରଣରୁ ଯାତ୍ରୀଙ୍କ ମୁଣ୍ଡ ଓ ଗୋଡ଼ରେ ଗମ୍ଭୀର ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ ଯାତ୍ରୀଙ୍କ ନାମ ନୱଲ ପ୍ରସାଦ ବୟସ ୪୮ବର୍ଷ ବୋଲି ଜଣାପଡ଼ିଛି।

ଏହି ଘଟଣାର ଯାଞ୍ଚ ପାଇଁ ଏକ ଟିମ ଗଠନ କରାଯାଇଥିଲା। ଏହି ଟିମର ଯାଞ୍ଚ ରିପୋର୍ଟ ପ୍ରକାଶ ପାଇବା ପରେ ଅଭିଯୁକ୍ତ ଟିଟିଇ ରାଜକୁମାର ଶାହଙ୍କୁ ନିଲମ୍ବନ କରାଯାଇଛି। ଟିଟିଇଙ୍କ ଏଭଳି ଅମାନବୀୟ ବ୍ୟବହାରକୁ ନେଇ ବିଭାଗ ବି ଚିକିତ ହୋଇଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button