ଓଡିଶା

ଓଡ଼ିଆ ଭାଷା ଓ ସଂସ୍କୃତି ଗବେଷକ ପ୍ରବୋଧ ସାହୁଙ୍କ ପରଲୋକ – bajravana

[ad_1]

ରାଇରଙ୍ଗପୁର/ରାଉରକେଲା: ବିଚ୍ଛିନ୍ନାଞ୍ଚଳ ଷଢେ଼ଇକଳାର ମୂଳନିବାସୀ ବିଶିଷ୍ଟ ଓଡ଼ିଆ ଭାଷା ଓ ସଂସ୍କୃତି ଗବେଷକ ପ୍ରବୋଧ କୁମାର ସାହୁ (୮୩)ଙ୍କ ଗୁରୁବାର ରାଉରକେଲାରେ ପରଲୋକ ହୋଇଯାଇଛି। ସ୍ବର୍ଗତ ସାହୁଙ୍କ ବିୟୋଗରେ ତାଙ୍କ ଶୁଭେଚ୍ଛୁ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ତାଙ୍କ ଜନ୍ମସ୍ଥାନ ଝାଡ଼ଖଣ୍ଡର ଷଢେ଼ଇକଳା ଓ କର୍ମସ୍ଥଳୀ ରାଉରକେଲାରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି। ଓଡ଼ିଆ ଭାଷା, କଳା, ସାହିତ୍ୟ ଓ ସଂସ୍କୃତି ପ୍ରତି ତାଙ୍କର ଗଭୀର ରୁଚି ରହିଥିଲା ଏବଂ ଓଡ଼ିଶାରେ ଗଡ଼ଜାତ ମିଶ୍ରଣ ଓ ସୀମା ଆନ୍ଦୋଳନ ସମୟର ଅନେକ ଦୁଷ୍ପ୍ରାପ୍ୟ ଓ ବିରଳ ଦସ୍ତାବିଜ ସେ ସଂଗ୍ରହ କରି ରଖିଛନ୍ତି।

ସ୍ବର୍ଗତ ସାହୁ ରାଉରକେଲା, ଅବିଭକ୍ତ ସିଂହଭୂମି ଓ ଷଢେ଼ଇକଳା-ଖରସୁଆଁର ଅନେକ ଓଡ଼ିଆ ଶୈକ୍ଷିକ, ଧାର୍ମିକ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଆଜୀବନ ଜଡ଼ିତ ରହି ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ। ସେ ପୂର୍ବତନ ଓଡ଼ିଆ ଗଡ଼ଜାତ ରାଜ୍ୟ ଷଢେ଼ଇକଳାରେ ୧୯୪୦ରେ ଜନ୍ମଗ୍ରହଣ କରି ୧୯୫୯ରେ ନବନିର୍ମିତ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଯୋଗଦେଇ ୨୦୦୦ ମସିହାରେରେ ଅବସର ନେଇଥିଲେ । ତାଙ୍କ ଶେଷ ଦର୍ଶନ କରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶୁଭେଚ୍ଛୁଗଣ ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେ ତାଙ୍କ ଧର୍ମପତ୍ନୀ, ଦୁଇ ପୁତ୍ର-ପୁତ୍ର ବଧୂ, ଏକମାତ୍ର କନ୍ଯା-ଜାମାତା, ନାତିନାତୁଣୀ ତଥା ସାତ ଭାଇଭଉଣୀଙ୍କୁ ଶୋକ ସାଗରରେ ଭସାଇ ଚାଲି ଯାଇଛନ୍ତି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button