ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେଲେ ‘କଭି ଖୁସି କଭି ଗମ’ର ‘ପୁ’, ଗୋଆରେ ହେଲା ବିବାହ – bajravana

[ad_1]

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଶାହରୁଖ ଖାନ, କାଜୋଲ, ହ୍ରିତିକ ରୋଶନ ଏବଂ କରୀନା କପୁରଙ୍କ ଅଭିନୀତ ଫିଲ୍ମ ‘କଭି ଖୁସି କଭି ଗମ’ ୨୦୦୧ମସିହାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ‘ପୁ’ଙ୍କ ଚରିତ୍ର ମଧ୍ୟ ବେଶ୍ ଲୋକପ୍ରିୟ ହୋଇଥିଲା। ଫିଲ୍ମରେ ଶିଶୁ କଳାକାର ଭାବେ ‘ପୁ’  ଚରିତ୍ରରେ ମାଳବିକା ରାଜ ଅଭିନୟ କରିଥିଲେ। ଏବେ ତାଙ୍କୁ ୩୦ବର୍ଷ ହୋଇଥିବା ବେଳେ ସେ ବିବାହ କରିଛନ୍ତି। ଗୋଆରେ ଅଭିନେତ୍ରୀ ବିବାହ କରିଛନ୍ତି, ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଚଳିତ ବର୍ଷ ମାଳବିକାଙ୍କ ସହ ତୁର୍କିରେ ନିର୍ବନ୍ଧ କରିଥିଲେ ପ୍ରେମିକ ପ୍ରଣବ ବଗ୍ଗା। ଏହା ପରେ ପରିବାର ଓ ବନ୍ଧୁଙ୍କ ପାଇଁ ମୁମ୍ବାଇରେ ପାର୍ଟି ରଖିଥିଲେ ଅଭିନେତ୍ରୀ। ଏବେ ତାଙ୍କର ବିବାହ ଗୋଆରେ ଶେଷ ହୋଇଛି। ବିବାହର କିିଛି ଫଟୋ ମାଳବିକା ସେୟାର କରିଛନ୍ତି, ଯେଉଁଥିରେ ଦୁହେଁ ହଳଦିଆ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ଦେଖାଯାଇଛି। ପେସାରେ ପ୍ରଣବ ଜଣେ ଉଦ୍ୟୋଗୀ ବୋଲି ଜଣାପଡ଼ିଛି।

ଅଭିନେତ୍ରୀ ବିବାହ ଖବର ଫଟୋ ସେୟାର କରି ଜଣାଇବା ପରେ ତାଙ୍କ ବନ୍ଧୁ ଓ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button