ଅପରାଧ

ବଡି ବିଲଡର ପୁଲିସ ଅଧିକାରୀଙ୍କଠାରୁ ୫୦ ଲକ୍ଷ ଟଙ୍କା ଠକି ନେଇ ରିଆଲିଟି ସୋ’ ଟିଭିଷ୍ଟାର ଫେରାର – bajravana

[ad_1]

ନୂଆଦିଲ୍ଲୀ: ତିହାର ଜେଲର ସହକାରୀ ଅଧୀକ୍ଷକ ଦୀପକ ଶର୍ମା ଅଭିଯୋଗ କରିଛନ୍ତି ଯେ ସ୍ୱାସ୍ଥ୍ୟ ଉତ୍ପାଦ ବ୍ୟବସାୟରେ ନିବେଶ କରିବାକୁ କହି ଜଣେ ମହିଳା ଏବଂ ତାଙ୍କ ସ୍ୱାମୀ ତାଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଠକି ନେଇଛନ୍ତି।
ନିଜର ବଡି ବିଲ୍‌ଡିଂ ପ୍ରତି ଆଗ୍ରହ ପାଇଁ ଜଣାଶୁଣା ତିହାର ଜେଲର ସହକାରୀ ଅଧୀକ୍ଷକ ଶ୍ରୀ ଶର୍ମା ଅଭିଯୋଗ କରିଛନ୍ତି ଯେ ପେସାଦାର କୁସ୍ତିଯୋଦ୍ଧା ରୌନକ ଗୁଲିଆ ଏବଂ ତାଙ୍କ ସ୍ୱାମୀ ଅଙ୍କିତ ଗୁଲିଆ ତାଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଠକେଇ କରିଛନ୍ତି।

ଶ୍ରୀ ଶର୍ମା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଡିସକଭରି ଚ୍ୟାନେଲରେ ‘ଇଣ୍ଡିଆଜ୍‌ ଅଲ୍‌ଟିମେଟ୍‌ ଓ୍ଵାରିଅର୍‌’ ନାମକ ଏକ ରିଆଲିଟି ସୋ’ରେ ଜାତୀୟ ଓ ରାଜ୍ୟ ମହିଳା କୁସ୍ତି ଚାମ୍ପିୟନ ରୌନକ ଗୁଲିଆଙ୍କୁ ସେ ଭେଟିଥିଲେ। ଶ୍ରୀମତୀ ଗୁଲିଆ ଶ୍ରୀ ଶର୍ମାଙ୍କୁ କହିଥିଲେ ଯେ ତାଙ୍କ କୁସ୍ତିଯୋଦ୍ଧା ସ୍ୱାମୀ ଅଙ୍କିତ ଜଣେ ଜଣାଶୁଣା ସ୍ୱାସ୍ଥ୍ୟ ଉତ୍ପାଦ ଉଦ୍ୟୋଗୀ ଏବଂ ସେମାନେ ନିବେଶକ ଖୋଜୁଛନ୍ତି।

ଶ୍ରୀ ଶର୍ମାଙ୍କୁ ବିପୁଳ ଲାଭର ପ୍ରତିଶ୍ରୁତି ମିଳିବା ପରେ ସେ ଗୁଲିଆଙ୍କ ବ୍ୟବସାୟରେ ୫୦ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। କିନ୍ତୁ ପରେ ସେମାନେ ଶ୍ରୀ ଶର୍ମାଙ୍କୁ ଟଙ୍କା ଫେରସ୍ତ କରିବାକୁ ମନା କରି ଦେଇଥିଲେ।
ଏହାପରେ ପଶ୍ଚିମ ବିନୋଦ ନଗରରେ ରହୁଥିବା ଶ୍ରୀ ଶର୍ମା ପୂର୍ବ ଦିଲ୍ଲୀର ମଧୁବିହାର ଥାନାରେ ଘଟଣା ସଂପର୍କରେ ଅଭିଯୋଗ କରିଥିଲେ। ଶ୍ରୀ ଶର୍ମାଙ୍କ ଅଭିଯୋଗ ଆଧରରେ ଥାନାରେ ଏକ ଠକେଇ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି ଏବଂ ଠକ ଦମ୍ପତିଙ୍କୁ ଖୋଜିବା ପାଇଁ ଚଢ଼ାଉ ଅଭିଯାନ ଆରମ୍ଭ କରିଛି।

ଉଭୟ ଶ୍ରୀ ଶର୍ମା ଏବଂ ଶ୍ରୀମତୀ ଗୁଲିଆଙ୍କର ସୋସିଆଲ ମିଡିଆରେ ବହୁତ ପ୍ରଶଂସକ ଅଛନ୍ତି। ତିହାର ଜେଲ ଏହି ଫିଟନେସ୍‌ ଉତ୍ସାହୀ ପୁଲିସ ଅଧିକାରୀଙ୍କୁ ପ୍ରାୟତଃ ‘ଦବଙ୍ଗ’ ଚଳଚ୍ଚିତ୍ରର ସଲମାନ ଖାନଙ୍କ ଚରିତ୍ର ସହିତ ତୁଳନା କରାଯାଏ। ଅନ୍ୟପକ୍ଷରେ ଶ୍ରୀମତୀ ଗୁଲିଆଙ୍କୁ ଇନଷ୍ଟାଗ୍ରାମରେ ପାଖାପାଖି ୪.୫ ଲକ୍ଷ ଲୋକ ଫଲୋ କରନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button