ମନୋରଞ୍ଜନ

ଅ‌ଷ୍ଟ୍ରେଲିଆ କ୍ରିକେଟରଙ୍କୁ ବିବାହ କରିବାର ଫଟୋ ପୋଷ୍ଟ କରିବା ମଡେଲଙ୍କୁ ମହଙ୍ଗା ପଡ଼ିଲା – bajravana

[ad_1]

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ ୨୦୨୩ର ଅନ୍ତିମ ମ୍ୟାଚ୍ ନଭେମ୍ବର ୧୯ ତାରିଖରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଅଷ୍ଟ୍ରେଲିଆ ଏହି ମ୍ୟାଚରେ ବିଜୟ ଲାଭ କରିଥିଲା। ଏହି ଖେଳରେ ହିରୋ ସାଜିଥିଲେ ଓପନର ଟ୍ରେବିସ ହେଡ।

ବିଶ୍ବକପ ଶେଷ ହେବାପରେ ଖେଳପ୍ରେମୀଙ୍କୁ ନେଇ ବିଭିନ୍ନ ପ୍ରକାର ଘଟଣା ଦୁର୍ଘଟଣା ସାମ୍ନାକୁ ଆସିଥିଲା। ଏହି କ୍ରମରେ ବଙ୍ଗୀୟ ମଡେଲ ହେମୋଶ୍ରୀ ଭଦ୍ରା ଟ୍ରେବିସ ହେଡଙ୍କୁ ବିବାହ କରିଥିବା ଘଟଣା ସାମ୍ନାକୁ ଆସିଛି। କିନ୍ତୁ ଏହା ବାସ୍ତବ ବିବାହ ନୁହେଁ। କିନ୍ତୁ ଟ୍ରେବିସ ହେଡ ନାମରେ ମଡେଲ ନିଜ ମଥାରେ ସିନ୍ଦୁର ପିନ୍ଧିଛନ୍ତି। ଏହାର ଏକ ଭିଡିଓ ହେମୋଶ୍ରୀ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଭିଡିଓରେ ହେମୋଶ୍ରୀଙ୍କ ପରିବାରର କିଛି ସଦସ୍ୟ ଥିବା ନଜର ଆସିଛନ୍ତି।

ହେମୋଶ୍ରୀ ଭିଡିଓରେ କହିଛନ୍ତି, ‘ଟ୍ରେବିସ ହେଡଙ୍କ ନାମରେ ମୋ ମଥାରେ ସିନ୍ଦୁର ଭରିଛି। ଏହି ଯୁବକଙ୍କ ବିଷୟରେ ଯେତେ ଭାବିଥାଏ ମୋ ମୁହଁରେ ସେତେ ହସ ଭରିଯାଇଥାଏ। ମୋ ସୁନ୍ଦର ହାତରେ ତାଙ୍କର ଫଟୋ ଧରିଛି। କାସ ଇଏ ମୋ ସ୍ବାମୀ ହୋଇଯାଇଥାଆନ୍ତେ।’

 

ମଡେଲଙ୍କୁ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ସହିତ ଏଭଳି ଫଟୋପୋଷ୍ଟ କରିବ‌ା ମହଙ୍ଗା ପଡ଼ିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ଗାଳିଗୁଲଜ କରିବା ସହିତ ହତ୍ୟା ଧମକ ବି ଦେଉଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button