ମନୋରଞ୍ଜନ

ହୃଦଘାତ ନୁହେଁ, ଯକୃତରେ ରହିଛି ସମସ୍ୟା; ଅଭିନେତା ଦୀନେଶଙ୍କ ଅବସ୍ଥା ଗୁରୁତର ଥିବା କହିଲେ ଦୟା – bajravana

[ad_1]

ମୁମ୍ବାଇ: ବିଗିଡ଼ିଲା ଲୋକପ୍ରିୟ ଧାରାବାହିକ ‘ସିଆଇଡି’ରେ ଫ୍ରେଡି (ଫ୍ରେଡେରିକ୍ସ)ଙ୍କ ଚରିତ୍ରରେ ଅଭିନୟ କରୁଥିବା ଦୀନେଶ ଫଡନିସଙ୍କ ସ୍ୱାସ୍ଥ୍ୟାବସ୍ଥା। ତାଙ୍କର ହୃଦଘାତ ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ତାଙ୍କର ବନ୍ଧୁ ତଥା ଅଭିନେତା ଦୟାନନ୍ଦ ସେଟ୍ଟୀ ସଠିକ୍ ସୂଚନା ଦେଇଛନ୍ତି। ଦୟା ସ୍ପଷ୍ଟ କରିଛନ୍ତି ଯେ ଦୀନେଶଙ୍କର ହୃଦଘାତ ହୋଇ ନାହିଁ। ତାଙ୍କର ଯକୃତରେ ସମସ୍ୟା ରହିଛି। ଏବେ ସେ ଗୁରୁତର ଅଛନ୍ତି।

ପିଙ୍କଭିଲ୍ଲାକୁ ସାକ୍ଷାତକାର ଦେଇ ଦୟାନନ୍ଦ ସେଟ୍ଟୀ କହିଛନ୍ତି, ‘ସର୍ବପ୍ରଥମେ ଏହା ହୃଦଘାତ ନୁହେଁ, ତାଙ୍କର ଯକୃତରେ ସମସ୍ୟା ରହିଛି। ଏହି କାରଣରୁ ତାଙ୍କୁ ତୁରନ୍ତ ମଲାଡର ତୁଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା। ଗତ ଦୁଇ ଦିନ ହେବ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ରବିବାର ସକାଳେ ମୁଁ ଜାଣିଲି ଯେ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ବଡ଼ ଉନ୍ନତି ହୋଇନାହିଁ। ଆମେ ଆଶା କରୁଛୁ ସେ ଶୀଘ୍ର ଭଲ ହୋଇଯିବେ। ଦୀନେଶ ଅନ୍ୟ ରୋଗ ପାଇଁ ଚିକିତ୍ସିତ ହେଉଥିଲେ। କିନ୍ତୁ ଔଷଧ ତାଙ୍କ ଯକୃତ ଉପରେ ଖରାପ ପ୍ରଭାବ ପକାଇଥିଲା। ବିଳମ୍ବରେ ଜଣାପଡ଼ିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଛି।

ତେବେ ଦୀନେଶ ୨୦ବର୍ଷ ଧରି ‘ସିଆଇଡି’ରେ ଫ୍ରେଡେରିକ୍ସ ଚରିତ୍ରରେ ଅଭିନୟ କରିଥିଲେ। ୧୯୯୮ରୁ ଆରମ୍ଭ ହୋଇଥିବା ଏହି ଧାରାବାହିକ ହେଉଛି ଭାରତର ଦୀର୍ଘତମ ଟେଲିଭିଜନ ଧାରାବାହିକ ମଧ୍ୟରୁ ଅନ୍ୟତମ। ‘ସିଆଇଡି’ ବ୍ୟତୀତ ଦୀନେଶ ଅସିତ କୁମାର ମୋଦୀଙ୍କ ଟିଭି ସୋ ‘ତାରକ ମେହେତା କା ଉଲଟା ଚଷମା’ରେ କାମିଓ କରିଲେ। ଏହା ବ୍ୟତୀତ ସେ ‘ସରଫରୋଶ’ ଏବଂ ‘ସୁପର ୩୦’ ଭଳି ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button